Interesting GK Q&A: ବଟିକା ମଝିରେ ଥିବା ଗାରକୁ କଣ କୁହାଯାଏ ? ଏହାସହ ଜାଣନ୍ତୁ ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- କାହାକୁ ଚଲେଇଲେ ଚାଲେ କିନ୍ତୁ ସେ କେବେବି ଆଗକୁ ଯାଇ ପାରେନି ?

ଉ: ପଙ୍ଖା ଚାଲେ କିନ୍ତୁ ଆଗକୁ ଯାଇ ପାରେନି ।

୨- ପୋଡେ କିନ୍ତୁ ସେ ନିଆଁ ନୁହେଁ, ସେ କିଏ ?

ଉ: ଲଙ୍କା ପୋଡେ କିନ୍ତୁ ନିଆଁ ନୁହେଁ ।

୩- ଉତ୍ତାପ ନ ପାଇଲେ ବି ସେ ଗରମ ହୁଏ, ସେ କିଏ ?

ଉ: ମୁଣ୍ଡ ବିନା ଉତ୍ତାପରେ ବି ଗରମ ହୁଏ ।

୪- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ ?

ଉ: ମୟୂରଭଞ୍ଜ ଠାରେ ।

୫- କଣ୍ଟିଲୋ ନୀଳମାଧବ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉ: ନୟାଗଡ ଜିଲ୍ଲାରେ ।

୬- ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କେଉଁ ମସିହାରେ ତିଆରି ଆରମ୍ଭ ହୋଇଥିଲା ?

ଉ: ୧୧୧୫ ମସିହାରେ ।

୭- ବେଦାନ୍ତ ମେଡିକାଲ କଲେଜ କେଉଁଠାରେ ଅବସ୍ଥିତ ?

ଉ: ପୁରୀ ଜିଲ୍ଲାରେ ଅବସ୍ଥିତ ।

୮- ଗୌରୀଶଙ୍କର ରାୟ କେଉଁ ଉପାଧି ପାଇଥିଲେ ?

ଉ: କର୍ମବୀର ଉପାଧି ପାଇଥିଲେ ।

୯- ଓଡିଶାର ପ୍ରଥମ ହାଇକୋର୍ଟ ଜଜ୍ କିଏ ଥିଲେ ?

ଉ: ବୀରକିଶୋର ରାୟ ପ୍ରଥମ ହାଇକୋର୍ଟ ଜଜ୍ ଥିଲେ ।

୧୦- ତରଙ୍ଗର ସର୍ବୋଚ୍ଚ ବିନ୍ଦୁକୁ କଣ କୁହନ୍ତି ?

ଉ: ଶିଖର କୁହନ୍ତି ।

୧୧- ତାପାମାତ୍ରା ତାପ ସହ ସମାନ କଣ ଅଟେ ?

ଉ: ସମାନୁପାତ ।

୧୨- ରାଧାନାଥ ରାୟଙ୍କ ଜନ୍ମସ୍ଥାନ କେଉଁଠାରେ ଅବସ୍ଥିତ ?

ଉ: ରାଧାନାଥପୁର (ଆଠଗଡ କଟକ) ।

୧୩- କପିଳାସ ମନ୍ଦିରର ନିର୍ମାତା କିଏ ?

ଉ: ଲାଙ୍ଗୁଳା ନରସିଂହ ଦେବ କପିଳସ ମନ୍ଦିରର ନିର୍ମାତା ।

୧୪- ବାରବାଟୀ ଦୁର୍ଗର ନିର୍ମାତା କିଏ ?

ଉ: ଅନଙ୍ଗଭୀମ ଦେବ ବାରବାଟୀ ଦୁର୍ଗର ନିର୍ମାତା ।

୧୫- ଦୁଃଶାସନଙ୍କୁ କିଏ ବଧ କରିଥିଲେ ?

ଉ: ଭୀମ ବଧ କରିଥିଲେ ।

୧୬- ମହାବୀର କର୍ଣ୍ଣଙ୍କ ରଥର ସାରଥି କିଏ ଥିଲେ ?

ଉ: ଶଲ୍ୟ ଥିଲେ ।

୧୭- ଗୁରୁ ଦ୍ରୋଣାଚାର୍ଜ୍ୟଙ୍କୁ କିଏ ନିହତ କରିଥିଲେ ?

ଉ: ଧୃଷ୍ଟଦ୍ୟୁମ୍ନ ।

୧୮- କଳିଙ୍ଗ ସମ୍ରାଟଙ୍କୁ ଯୁଦ୍ଧରେ କିଏ ନିହତ କରିଥିଲେ ?

ଉ: ଭୀମ ନିହତ କରିଥିଲେ ।

୧୯- ଭୀଷ୍ମଙ୍କୁ କିଏ ଶରଶଯ୍ୟା କରିଥିଲେ ?

ଉ: ଅର୍ଜୁନ ।

୨୦- ବଟିକା ମଝିରେ ଥିବା ଗାରକୁ କଣ କୁହାଯାଏ ?

ଉ: DEBOSSED LINE କୁହାଯାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।