Barsha ଓ Anubhabଙ୍କ ବିବାଦ ପୁଣି ଚର୍ଚ୍ଚାରେ, ଏପଟେ କୋର୍ଟରେ ପଡିଛି ଖୋଜା କିନ୍ତୁ Barsha…. ଦେଖନ୍ତୁ Video

ଧାମ ନଗରରେ ପ୍ରଚାର କରୁଛ କୋର୍ଟ ରେ ପଡିଛି ତୁମକୁ ଖୋଜା । ଶୁଣାଣୀ କୁ ଆସୁ ନାହାନ୍ତି କି କୋର୍ଟକୁ ସହଯୋଗ କରୁ ନାହାନ୍ତି । ସତରେ ବର୍ଷା ତୁମେ କଣ ଚାହୁଁଛ ? ହଁ ଦର୍ଶକ ବନ୍ଧୁ ଏବେ ଏମିତି କିଛି ଚର୍ଚ୍ଚା ଦାଣ୍ଡ ରେ ପଡି ହାତରେ ଗଡୁଛି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲା । ବର୍ଷା ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ସେ କୋର୍ଟ ରେ ପ୍ରତେକ ଶୁଣାଣୀ ରେ ସହଯୋଗ କରିବେ ବୋଲି କହିଥିଲେ ।

କିନ୍ତୁ ପୂର୍ବ ଥର ଭଳି ଏଥର ବି ବର୍ଷା ଆସିଲେ ନାହି । ବର୍ଷା କୁଆଡେ ଏଥର ଠକି ଦେଲେ । ବର୍ଷା ଧାମନଗର ରେ ପ୍ରଚାର କରିଲେ ଆଉ ସେହି ସମୟରେ କୋର୍ଟ ରେ ହାଜର ହେଲେ ଅନୁଭବ । କିନ୍ତୁ ସହଯୋଗ କରିଲେ ନାହି ବର୍ଷା । ଯେଉଁ ସତ୍ୟପାଠ ଦାଖଲ କରିଥିଲେ ବର୍ଷା ତାର ମାନ ରଖିଲେ ନାହି । ଆବଶ୍ୟକତା ଅନୁଯାୟୀ କୋର୍ଟ ରେ ଉପସ୍ଥିତ ରହିବେ ବୋଲି କହିଥିଲେ ବର୍ଷା । କିନ୍ତୁ ପହଞ୍ଚିଲେ ନାହି ।

ଆଉ କୁଆଡେ ବର୍ଷା ଜାଣି ଜାଣି ମାମଲାର ଶୁଣାଣୀ କୁ ଅଯଥାରେ ବିଳମ୍ବ କରୁଛନ୍ତି । ଏଠାରେ କହି ରଖିବାକୁ ଚାହୁଁଛୁ ଏକ ନିର୍ବାଚନ ରାଲି ରେ ଯୋଗ ଦେବାକୁ ଯାଇ କୋର୍ଟ କାର୍ଯ୍ୟ କୁ ପଛକୁ ପକାଇଛନ୍ତି ବର୍ଷା । ପାରିବାରିକ ଅଦାଲରେ ଚାଲିଥିବା ନିଜ ବିବାହ ବିଛେଦ ମାମଲାର ଶୁଣାଣୀ ବେଳେ ଅନୁଭବ ଙ୍କ ପକ୍ଷ ରୁ ଏକ ପିଟିସନ ଦାଖଲ କରାଯାଇ ବର୍ଷା ଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ କରା ଯାଇଛି ।

ବର୍ଷା ନିଜ ପ୍ରତିଶ୍ରୁତି କୁ ନ ରଖିବା ଓ ଅଦାଲତ ର ଆଦେଶର ଉଲଂଘନ କରିବା ଅଭିଯୋଗରେ ତାଙ୍କ ଉପରେ ଜୋରିମାନା ଲାଗୁ କରିବାକୁ ଅନୁଭବ ଙ୍କ ପକ୍ଷ ରୁ ଦାୟର ପ୍ରାର୍ଥନା କରା ଅଯାଇଛି । ଆଉ ଏହା ସହ ବର୍ଷା ଙ୍କ ପକ୍ଷ ରୁ ଦାୟର ହୋଇଥିବା ଅତିରିକ୍ତ ଡକୁମେଣ୍ଟ କୁ ଗ୍ରହଣ ନ କରିବା ସପକ୍ଷରେ ଅନୁଭବ ଙ୍କ ତରଫରୁ ଯୁକ୍ତି ବାଢିଛନ୍ତି ତାଙ୍କ ଆଇନଜୀବୀ । ଆଉ ସେପଟେ ଅନୁଭବ ବର୍ଷା ଙ୍କ ବିବାହ ବିଛେଦ ମାମଲା ୨୦୨୧ ରୁ ପରିବାର ଅଦାଲତ ରେ ଚାଲିଲାଣି ।

ସେତେବେଳେ ବର୍ଷା ଚାହିଁ ଥିଲେ ଆବଶ୍ୟକ ଡକୁମେଣ୍ଟ ଦାଖଲ କରିପାରି ଥାନ୍ତେ । ଇନ୍ତୁ ସେତ୍ଯେବେଳ ଡକୁମେଣ୍ଟ କୁ ଦାଖଲ ନ କରି ଏବେ ଦାଖଲ କରିବା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ବୋଲି ଯାହାକୁ ନେଇ ଅଦାଲତ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅନୁଭବ ଙ୍କ ଓକିଲ । ଆଉ ଏହା ସହ ଅଦାଲତ ଏହି ମାମଲାର ମଧ୍ୟ ଶୁଣାଣୀ ଶେଷ କରି ରାଏ ସରକ୍ଷଣ ରଖିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।