Jyotish Shastra- ୩୦ ନଭେମ୍ବର ୨୦୨୦, ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଏହି ୬ ଟି ରାଶି ହେବେ କୋଟିପତି

ଚଳିତ ବର୍ଷ ୩ ଟି ଚନ୍ଦ୍ରଗ୍ରହଣ ହେଇ ସାରିଛି । ବର୍ଷର ଚତୁର୍ଥ ବା ଶେଷ ଗ୍ରହଣ ୩୦ ନଭେମ୍ବର କୁ ହେବ । ଏହି ଗ୍ରହଣ ଦ୍ୱିପ୍ରହର ୧ ଟା ୨ ମିନିଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୩ମିନିଟ୍ ପର୍ଯ୍ୟନ୍ତ ରହିବ । ଅର୍ଥାତ୍ ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଅବଧି ୪ଘଣ୍ଟା ୨୧ ମିନିଟ୍ ଯାଏ ରହିବ । ସୂତକ ଅବଧି ଚନ୍ଦ୍ରଗ୍ରହଣ ର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇ ଗ୍ରହଣ ଛାଡ଼ିବା ପର୍ଯ୍ୟନ୍ତ ରହିଥାଏ । ସେଥିପାଇଁ ଏଥର ସୂତକ ଅବଧି ସକାଳ ୪ ଘଟିକା ୨ ମିନିଟ୍ ରୁ ଆରମ୍ଭ ହୋଇଯିବ । ଜ୍ୟୋତିଷ ଶାସ୍ତ୍ରାନୁସାରେ ଏଥର ଏହି ସମୟ ମଧ୍ୟରେ ଏକ ଅଦ୍ଭୁତ ସଂଯୋଗ ବନୁଛି । ତେବେ ଚାଲନ୍ତୁ ଦେଖିବା ରାଶି ଗୁଡ଼ିକ ଉପରେ ଏହି ଚନ୍ଦ୍ରଗ୍ରହଣ ର କଣ ପ୍ରଭାବ ପଡ଼ିବ ।

ମେଷ ରାଶି

ଏହି ଚନ୍ଦ୍ରଗ୍ରହଣ ମେଷ ରାଶିର ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ । ତା ସହ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପ୍ରଶଂସିତ ହେବେ । ନିଜ ଭାଇ ଭଉଣୀ ଙ୍କ ସହ ସମ୍ପର୍କ ମଧୁର ହେବ ଓ ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଏମାନେ କିଛି ଏପରି ବ୍ୟକ୍ତିଙ୍କ ସହ ମିଶିବେ ଯେଉଁ ମାନଙ୍କ ସଙ୍ଗତି ଭବିଷ୍ୟତରେ କାମରେ ଆସିବ ।

ବୃଷ ରାଶି

ଏହି ଗ୍ରହଣ ବୃଷ ରାଶି ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଟିକେ ସମସ୍ୟା ଆଣିପରେ । ଏହା ସହ ଆପଣଙ୍କ ଖର୍ଚ୍ଚ ବଢିପାରେ । ଏଥିପାଇଁ ଆର୍ଥିକ ସନ୍ତୁଳନ ରଖିବା ପାଇଁ ଚେଷ୍ଟା କରନ୍ତୁ । ଏହି ସମୟରେ କାହାକୁ କରଜ ଦିଅନ୍ତୁ ନାହିଁ କି କୌଣସି ବିବାଦରେ ସାମିଲ୍ ହୁଅନ୍ତୁ ନାହିଁ ।

ମିଥୁନ ରାଶି

ମିଥୁନ ରାଶି ବ୍ୟକ୍ତିଙ୍କୁ ନିଜ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ୍ । ନିଜ ଜିଦି ଓ ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ । ଅନ୍ୟଥା ଚିଡ଼ାପଣ ର ଶିକାର ହେବେ । ସକରାତ୍ମକ ରହିବାକୁ ଚେଷ୍ଟା କରନ୍ତୁ ଓ କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରନ୍ତୁ ।

କର୍କଟ ରାଶି

ଏହି ରାଶି ବ୍ୟକ୍ତିଙ୍କ ଧନ ହାନି ହେବାର ଆଶଙ୍କା ରହିଛି । ସେଥିପାଇଁ କିଛି ସମୟ ପାଇ କୌଣସି ଜିନିଷ କିଣନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟର ମଧ୍ୟ ବିଶେଷ ଧ୍ୟାନ ରଖନ୍ତୁ ଓ କୋର୍ଟ କଚେରି ମାମଲାରୁ ଦୁରେଇ ରୁହନ୍ତୁ । ଏହା ସହ ଅଧିକ ଯାତ୍ରା କରିବାରୁ ମଧ୍ୟ ବଞ୍ଚିତ ରୁହନ୍ତୁ ।

ସିଂହ ରାଶି

ସିଂହ ରାଶି ବ୍ୟକ୍ତିଙ୍କୁ ଏହି ଚନ୍ଦ୍ରଗ୍ରହଣ ରେ ନିଜ ଆୟ ବୃଦ୍ଧି କରିବା ପାଇଁ ଅନେକ ଅବସର ମିଳିବ । ଏହା ସହ ଅସମ୍ପୂର୍ଣ୍ଣ ଇଚ୍ଛା ପୂର୍ଣ୍ଣ ହେବ ଓ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତି ହେବ । ଯାହାଦ୍ଵାରା ଆପଣ ସନ୍ତୁଷ୍ଟ ଅନୁଭବ କରିବେ । ପରିବାର ପ୍ରତି ଆପଣଙ୍କ ବ୍ୟବହାର ଉତ୍ତମ ରହିବ । ଏହା ଦ୍ବାରା କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଲାଭ ହେବ ।

କନ୍ୟା ରାଶି

ଏହି ଚନ୍ଦ୍ରଗ୍ରହଣ କନ୍ୟା ରାଶି ଙ୍କ କ୍ୟାରିଅର ପାଇଁ ଅତ୍ୟୁତ୍ତମ ରହିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଦାୟିତ୍ଵ ବଢିବ ଓ ପଦୋନ୍ନତି ମଧ୍ୟ ହେବ । ପରିବାର ସହ ଭଲରେ ସମୟ ବିତିବ ଓ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ଯାଇ ପାରନ୍ତି । କିଛି ସରକାରୀ ଯୋଜନାର ଲାଭ ମଧ୍ୟ ମିଳିପାରେ ।

ତୁଳା ରାଶି

ଏମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ଓ ସନ୍ତାନ ମାନଙ୍କ ପକ୍ଷରୁ ଶୁଭ ସମାଚାର ମଧ୍ୟ ମିଳିବ । କେବଳ କିଛି ସମୟ ନିମନ୍ତେ ନିବେଶ କରିବାରୁ ବଞ୍ଚିତ ରୁହନ୍ତୁ ଓ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରମାନେ ପାଠ ପଢାରେ ମନ ଦେବେ । ଯାହାଦ୍ଵାରା ସୁଫଳ ପ୍ରାପ୍ତ ହେବେ ।

ବିଛା ରାଶି

ବିଛା ରାଶି ବ୍ୟକ୍ତିଙ୍କୁ ଯେ କୌଣସି ସଂକ୍ରମଣରେ ମଧ୍ୟ ବଞ୍ଚିତ ରହିବା ଆବଶ୍ୟକ ଅଟେ । ଆପଣଙ୍କର ଅଟକି ଥିବା ଧନ ନିଶ୍ଚୟ ପ୍ରାପ୍ତ ହେବ । କିନ୍ତୁ ଆପଣ ପରିବାର ସଦସ୍ୟଙ୍କ ଚିନ୍ତାରେ ପଡ଼ି ପାରନ୍ତି ଓ କାର୍ଯ୍ୟକ୍ଷେତ୍ରରେ ବିରୋଧୀ ମାନେ ମଧ୍ୟ ସକ୍ରିୟ ରହିବେ ।

ଧନୁ ରାଶି

ଧନୁ ରାଶି ବ୍ୟକ୍ତିଙ୍କ ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଯିବ ଓ ବିଦେଶରୁ ମଧ୍ୟ ଲାଭ ମିଳିବ । ନିଜ ଜୀବନସାଥି ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ । ଆଧ୍ୟାତ୍ମିକତାର ସହାୟତା ନେଇ ସକରାତ୍ମକ ଚିନ୍ତା କରନ୍ତୁ । ଯୋଗ କରିବା ମଧ୍ୟ ଆପଣଙ୍କ ପାଇଁ ଉତ୍ତମ ରହିବ ।

ମକର ରାଶି

ଏମାନେ ନିଜର ପୁରୁଣା କରଜ ଗୁଡ଼ିକୁ ଧୀରେ ଧୀରେ ଶେଷ କରି ପାରିବେ । ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବିରୋଧୀ ମାନେ ଆପଣଙ୍କୁ ହଇରାଣ କରି ପାରନ୍ତି । କୌଣସି ଧନ ନିବେଶ କରିବାର ପ୍ରସ୍ତାବ ଆସିଲେ କିଛି ସମୟ ପାଇଁ ଏହାକୁ ଟାଳି ଦିଅନ୍ତୁ ।

କୁମ୍ଭ ରାଶି

ଆପଣଙ୍କୁ ଜୀବନସାଥି ଙ୍କ ସହ କିଛି ସମସ୍ୟା ର ସାମନା କରିବାକୁ ପଡିପାରେ । ଏଥିପାଇଁ ଧ୍ୟାନ ଓ ଯୋଗ ଆପଣଙ୍କ ପାଇଁ ଉତ୍ତମ ହେବ । ପୁରୁଣା ଅଟକି ରହିଥିବା କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରନ୍ତୁ । ଏହା ଆପଣଙ୍କୁ ଲାଭ ଦେବ ଓ ଆତ୍ମବିଶ୍ବାସ ମଧ୍ୟ ବଢିବ । ପରିଜନଙ୍କ ଠାରୁ ସୁଖ ଓ ଦୁଃଖ ଉଭୟ ମିଳିପାରେ । ସେଥିପାଇଁ ଆପଣ କେବଳ ନିଜ କାର୍ଯ୍ୟରେ ଧ୍ୟାନ ଲଗାନ୍ତୁ ।

ମୀନ ରାଶି

ମୀନ ରାଶିର ଛାତ୍ରଙ୍କ ପାଇଁ ଏହି ସମୟ ବହୁତ ଉତ୍ତମ ରହିବ । ପରିଶ୍ରମ କଲେ ସୁଫଳ ପାଇବେ । ଆପଣଙ୍କୁ କେଉଁଠୁ ଅଚାନକ ଧନ ପ୍ରାପ୍ତି ହୋଇପାରେ । ଏହା ସହ ବେରୋଜଗାର୍ ଲୋକଙ୍କୁ ରୋଜଗାର କରିବା ଅବସର ମଧ୍ୟ ପ୍ରାପ୍ତ ହେବ । ବ୍ୟାପାରୀ ମାନଙ୍କ ପାଇଁ ଏହି ସମୟ ଲାଭଦାୟକ ରହିବ । ନିଜ ବ୍ୟକ୍ତିଗତ ପ୍ରେମ ସମ୍ବନ୍ଧ ମଧ୍ୟ ପ୍ରେମ ପୂର୍ଣ୍ଣ ଓ ସହଯୋଗ ପୂର୍ଣ୍ଣ ରହିବ ।