ବର ଆସିଲା ଘୋଡାରେ ଆଉ କନିଆଁ ଗଲା ବଳଦଗାଡିରେ, ନିଆରା ବାହାଘରର ଏହି ଦୃଶ୍ୟ ଆପଣଙ୍କ ମୋହି ନେବ… ଦେଖନ୍ତୁ video

ଲୋକପ୍ରିୟ ଓଡିଆ ଚଳଚ୍ଚିତ୍ର “ଜଗା ହାତରେ ପଘା” ରେ ଅଭିନେତ୍ରୀ ଅପରାଜିତା ମହାନ୍ତି ଶଗଡରେ ବସି ବିଦା ହେବା ବେଳର ଦୃଶ୍ୟ ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି । ତେବେ ଏଭଳି କିଛି ଦୃଶ୍ୟ ଏବେ ରିୟଲ ଲାଇଫରେ ଦେଖିବାକୁ ମିଳିଛି । କନ୍ୟାଙ୍କର ରୀତିନୀତିରେ ବାହାଘର ଶେଷ ହେବା ପରେ ସେ ବଳଦଗାଡିରେ ବସି ବିଦା ହେଉଥିବାର ଦେଖିବାକୁ ମିଳିଛି । ଫୁଲସଜ୍ଜା କାରରେ ନୁହେଁ ବରଂ ସଜା ହୋଇଥିବା ବଳଦଗାଡିରେ ବସି ଶାଶୁଘରକୁ ଯାଉଛନ୍ତି କନ୍ୟା ।

ଶଗଡଟି ରଙ୍ଗମାଟିରେ ଲିପା ହୋଇଛି ଓ ପିଠଉ ଝୋଟି ଚିତାରେ ସଜିତ ହୋଇଛି । ଶଗଡ ଉପରେ ବାଉଁଶ ପାଟିଆରେ ଘରଟିଏ ତିଆରି ହୋଇଛି ଓ ରଙ୍ଗୀନ କପଡା ଓ ଫୁଲମାଳରେ ଏହା ବେଶ ସୁନ୍ଦର ଦିଶୁଛି । ଶଗଡ ଭିତରେ ଶାଶୁଘର ଯିବାକୁ ବସିଛି ସୁନା କନିଆଁ  । ଦୁଇ ବଳୁଆ ବଳଦ ଶଗଡ ଗାଡିକୁ ଟାଣି ଟାଣି ଶାଶୁଘର ନେଇ ଯାଉଛନ୍ତି ଆଉ ଆଗରେ ବଳଦଗାଡିକୁ ବାଟ କଢାଉଛନ୍ତି ଜଣେ ଲୋକ । ଗଞ୍ଜାମ ଜିଲ୍ଲାର ବାଙ୍କତରା ଗାଁରେ ଏମିତି ଏକ ନିଆରା ବାହାଘରର ଦୃଶ୍ୟ ଦେଖିବାକୁ ମିଳିଛି ।

ଯାହାର ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ପରେ ଏବେ ଏହାକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା । ବର ଘୋଡାରେ ଚଢି ବିବାହ ମଣ୍ଡପକୁ ଆସିଥିବା ବେଳେ କନିଆଁ ଶଗଡ ଗାଡିରେ ବସି ଶାଶୁଘର ଯାଇଥିଲେ । ଏନେଇ କନିଆଁ କହିଛନ୍ତି କି, ତାଙ୍କୁ ବହୁତ ଭଲ ଲାଗିଥିଲା । ତାଙ୍କ ଶାଶୁଘର ଲୋକ ବୋହୂକୁ ଶଗଡରେ ନେଇଯିବେ ବୋଲି ସମସ୍ତ ଯୋଜନା କରିଥିଲେ ।

ଆଉ ବିଦା ହୋଇ ଶଗଡରେ ବସିକି ଶାଶୁଘରକୁ ଆସିବା ଅନୁଭୂତି ବହୁତ ନିଆରା ଥିଲା ବୋଲି କହିଛନ୍ତି କନିଆଁ ସରିତା ବେହେରା ଓରଫ ରିଙ୍କି । ବାଙ୍କତରା ଗାଁର ମହେନ୍ଦ୍ର ନାୟକଙ୍କ ସହ ତାଙ୍କର ବିବାହ ବେଶ ନିଆରା ଢଙ୍ଗରେ ସମ୍ପନ୍ନ ହୋଇଛି । ପୁରୁଣା ପରମ୍ପରାକୁ ପୁଣି ଥରେ ସାମ୍ନାକୁ ଆଣିବା ପାଇଁ ସରିତାଙ୍କ ବର ଚାହିଁଥିଲେ ଓ ଏନେଇ ସରିତାଙ୍କୁ ବୁଝାଇବା ପରେ ସରିତା ମଧ୍ୟ ଏଥିପାଇଁ ରାଜି ହୋଇଥିଲେ । ଉଭୟ ସରିତା ଓ ମହେନ୍ଦ୍ର ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ ।

ପାଠପଢା ପରେ ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ ରହି ସେମାନେ କାମ କରୁଥିଲେ । ପରସ୍ପରକୁ ପସନ୍ଦ କରି ଘରଲୋକଙ୍କ ସହମତିରେ ସେମାନେ ବିବାହ କରିଛନ୍ତି । ଆଉ ବାହାଘରରେ ଏଭଳି କିଛି ନିଆରା ପରମ୍ପରାକୁ ସାମ୍ନାକୁ ଆଣିବା ଘଟଣା ଏବେ ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି । ଆଜିର ଜମାନାରେ ଏମିତି ବାହାଘର ଦେଖି ଆପଣଙ୍କୁ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।