କିଏ ନେବ Bappi Lahiri ଙ୍କ ଏତେ ସୁନା ? ଦେଖନ୍ତୁ ଏହି Report !

ସଙ୍ଗୀତ କ୍ଷେତ୍ରର ମହାନ କଣ୍ଠଶିଳ୍ପୀ ଓ ସଂଗୀତକାର ବପ୍ପି ଲାହିରୀ ଏହି ଦୁନିଆରେ ନାହାନ୍ତି । ତାଙ୍କର ମୃତ୍ୟୁରେ ସଙ୍ଗୀତ କ୍ଷେତ୍ରକୁ ଏକ ବଡ ଝଟକା ଲାଗିଛି । କିଛି ଦିନ ପୂର୍ବେ ଲତା ମଙ୍ଗେସକର ଓ ବର୍ତ୍ତମାନ ବପ୍ପି ଲାହିରୀ ଦୁଇ ଜଣ ହିଁ ସଙ୍ଗୀତ କ୍ଷେତ୍ରରେ ଜଣେ ମହାନ ବ୍ୟକ୍ତି ଥିଲେ । କିନ୍ତୁ ଆଜି ପୁରା ଦୁନିଆ ତାଙ୍କୁ ଝୁରୁଛି । ଅଚାନକ ତାଙ୍କର ବିୟୋଗରେ ପୁରା ଦୁନିଆ ଚୁପ ହୋଇ ଯାଇଛି ।

ଯଦି ବପ୍ପି ଲାହିରୀଙ୍କ ବିଷୟରେ କହିବା ତେବେ ସଙ୍ଗୀତ ଛଡା ସେ ନିଜର ଷ୍ଟାଇଲ ପାଇଁ ବି ଜଣା ଯାଉ ଥିଲେ । ତାଙ୍କୁ ଆଖିର ଚଷମା ପିନ୍ଧିବା, ସୁନା ଜିନିଷ ପିନ୍ଧିବା ବହୁତ ଭଲ ଲାଗେ । ସେ ବହୁତ ସୁନା ପିନ୍ଧୁଥିଲେ ଓ ତାଙ୍କ ଅନୁସାରେ ସୁନା ତାଙ୍କ ପାଇଁ ବହୁତ ଲକି ଥିଲା । ତାଙ୍କର ସବୁ ଗୀତ ହିଟ ହେବାର ମୁଖ୍ୟ କାରଣ ସେ ସୁନା ବୋଲି କହୁଥିଲେ ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ବପ୍ପି ଲାହିରୀଙ୍କ ଯିବା ପରେ ବପ୍ପି ଦାଙ୍କ ଏତେ ସବୁ ସୁନା କାହାକୁ ମିଳିବ । ସୂଚନା ଅନୁସାରେ ବପ୍ପି ଦା ଯେତିକି ବି ସୁନା ପିନ୍ଧୁ ଥିଲେ ସେ ସବୁକୁ ସେ ଶେଷ ସମୟ ପର୍ଯ୍ୟନ୍ତ ନିଜ ଦାୟିତ୍ଵରେ ରଖୁଥିଲେ । ସୁନା ସହିତ ତାଙ୍କର ଏକ ଭିନ୍ନ ପ୍ରକାରର ସମ୍ପର୍କ ଥିଲା । ଆପଣ ତାଙ୍କୁ ଯେତେବେଳେ ବି ଦେଖିବେ ସେ ସୁନା ଚେନ, ମୁଦି ଓ ବ୍ରେସଲେଟରେ ନଜର ଆସୁଥିଲେ ।

ବପ୍ପି ଦା ଙ୍କ ଅନୁସାରେ ସୁନା କେବଳ ତାଙ୍କ ପାଇଁ ଅଳଙ୍କାର ନ ଥିଲା ତାଙ୍କ ପାଇଁ ଗୋଟିଏ ସିଗନେଚର ଲୁକ ହୋଇ ଯାଇ ଥିଲା । ସୁନାକୁ ନେଇ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବାରୁ ସେ ଏଥିପାଇଁ ବହୁତ ଖୁସି ଥିଲେ । ବପ୍ପି ଦା ହିପପ ମ୍ୟୁଜିକ ଦ୍ଵାରା ବହୁତ ପ୍ରଭାବିତ ଥିଲେ । ସେ ହଲିଉଡ ମ୍ୟୁଜିକ କମ୍ପୋଜର ଓ ଲେଜିଣ୍ଡ୍ରୀ ପ୍ରଜୋକଙ୍କ ଭଳି ରହୁଥିଲେ । ସୂଚନା ଅନୁସାରେ ନିଜର ରୟାଲଟି ଇନକମ ଟଙ୍କାରେ ବପ୍ପି ଦା ସୁନା କିଣୁଥିଲେ । ସୁନା ସହ ତାଙ୍କର ଏକ ନିବିଡ ସମ୍ପର୍କ ଥିଲା ।

କିନ୍ତୁ ସେ ନିଜର ଅଳଙ୍କାରକୁ କାହାକୁ ବି ଛୁଇଁବାକୁ ଦେଉ ନ ଥିଲେ । ସୂଚନା ଅନୁସାରେ ବପ୍ପି ଦା ସୁନା ଚେନ, ପେଣ୍ଡେନେଟ, ମୁଦି, ବ୍ରେସଲେଟ, ପ୍ରଭୁ ଗଣେଶଙ୍କ ମୂର୍ତ୍ତି ହୀରା ବ୍ରେସଲେଟ, ଗୋଲ୍ଡ ଫ୍ରେମ୍ସ, ଏକାଠି କରିଥିଲେ । ବର୍ତ୍ତମାନ ଏହି ସବୁ ଜିନିଷର ଦାୟିତ୍ଵ ତାଙ୍କ ପରିବାର ଉପରେ ଅଛି । ବପ୍ପି ଦାଙ୍କ ଜଣେ ସମ୍ପର୍କୀୟଙ୍କ ଅନୁସାରେ ତାଙ୍କ ପୁଅ ବପ୍ପା ଓ ଝିଅ ରିମାଙ୍କ ଏହି ସମସ୍ତ ସୁନାର ଦାୟିତ୍ଵ ନେବେ ।