ଲକଡାଉନରେ ୨୦ ବର୍ଷ ଧରି ରୋଗରେ ପଡ଼ିଥିବା ବାପଙ୍କ ପାଇଁ ୩୨୦ କିମି ଔଷଧ ଆଣିବା ପାଇଁ ପହଞ୍ଚିଲା ପୁଅ, ଜାଣିଲା ପରେ ଦୋକାନୀ ଯାହା କଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବାପାଙ୍କର ମେଡ଼ିସିନ୍ ପାଇଁ ପୁଅ କୁ ୧୬୦ କିମି ସାଇକେଲ ଚଳାଇ ବରେଲୀ ଯିବାକୁ ପଡିଲା ଓ ତା ପରେ ପୁଣି ୧୬୦ କିମି ସାଇକେଲ ଚଲାଇ ଘରକୁ ଫେରିବାକୁ ପଡ଼ିଲା। ଏହା ଜଣା ପଡ଼ିବା ପରେ ମେଡ଼ିସିନ୍ ଦୋକାନୀ ଅଧା ଦାମରେ ୧ ମାସର ଔଷଧ ଦେବା ସହିତ ତାଙ୍କୁ ଖାଇବାକୁ ମଧ୍ୟ ଦେଲା ପରେ ତାଙ୍କୁ ଛାଡିଥିଲେ। ଏହାପରେ ସେ ଦୋକାନୀ ଜଣକ ମଧ୍ୟ ଚର୍ଚ୍ଚାରେ ଆସିଥିଲେ ।

ହର୍ଦୋଇ ଜିଲ୍ଲାର ତହସିଲ ଶାହାବାଦ୍ ମଙ୍ଗଳ କ୍ଷେତ୍ରର ରସୁଲପୁର ଗ୍ରାମ ନିବାସୀ ରାଜେଶ କୁମାରଙ୍କ ୬୦ ବର୍ଷୀୟ ପିତା ସ୍ଵାମୀ ଦୟାଲ ମାନସିକ ରୋଗରେ ପୀଡ଼ିତ ଅଟନ୍ତି। ତାଙ୍କର ୨୦ ବର୍ଷ ହେଲା ଚିକିତ୍ସା ଚାଲିଛି । ରବିବାର ସକାଳୁ ସେ ହର୍ଦୋଇ ରୁ ସାଇକେଲ ଧରି ବରେଲି ଯାଇଥିଲେ ସେ ସୋମବାର ଦିନ ସକାଳ ୯ ଟାରେ ବରେଲିରେ ପହଞ୍ଚିଥିଲେ । ଶ୍ୟାମଗଞ୍ଜ ର ମେଡ଼ିସିନ୍ ଷ୍ଟୋରରୁ ସେ ମେଡ଼ିସିନ୍ ଆଣିଲେ ।

ରାଜେଶ କହିଲେ ୧ ସପ୍ତାହ ପୂର୍ବରୁ ତାଙ୍କ ବାପାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିବାକୁ ଲାଗିଥିଲା । ସେ ହର୍ଦୋଇ ରୁ ଆରମ୍ଭ କରି ସୀତାପୁର ପର୍ଯ୍ୟନ୍ତ ଖୋଜିଥିଲେ ହେଲେ ମେଡ଼ିସିନ୍ ମିଳିନଥିଲା । ଡାକ୍ତର ତାଙ୍କୁ କହିଥିଲେ କି କେବଳ ବରେଲିରେ ହିଁ ଏହି ଔଷଧ ମିଳିବ । ଶନିବାର ଦିନ ହାଇୱେରେ ଗାଡ଼ିକୁ ଅପେକ୍ଷା କଲେ ଓ ରାତି ପର୍ଯ୍ୟନ୍ତ କୌଣସି ଗାଡ଼ି ନମିଳିବାରୁ ରବିବାର ସକାଳୁ ବରେଲୀ ଜିଲ୍ଲାକୁ ସାଇକେଲରେ ବାହାରି ସୋମବାର ସକାଳୁ ପହଞ୍ଚିଥିଲେ ।

ଔଷଧ ବିକ୍ରେତା ଦୂର୍ଗେଶ୍ ଖଟୱାନି କହିଲେ କି ସେ ୧ ମାସର ଔଷଧ ନେବା ପାଇଁ ଆସିଥିଲେ । ତାଙ୍କ ପାଖରେ ପୁରା ଔଷଧ ପଇସା ମଧ୍ୟ ଥିଲା । ହେଲେ ମାନବିକତା ଦୃଷ୍ଟି କୋଣରୁ ସେ ଔଷଧକୁ ଅଧା ଦାମରେ ବିକ୍ରି କରିଥିଲେ ଓ ତାଙ୍କ ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ କରିଥିଲେ। । ରାଜେଶଙ୍କ ପିତୃ ଭକ୍ତି ଆଗରେ ସେ ହାର ମାନି ଯାଇଥିଲେ । ପରେ ଔଷଧ ଦୋକାନୀଙ୍କ ଉଦାରତା ମଧ୍ୟ ଚର୍ଚ୍ଚର ବିଷୟ ପାଲଟି ଯାଇଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।