ଭାଙ୍ଗି ଯାଇଥିଲା ଟ୍ରାକ ଓ ଜୋରରେ ଆଗକୁ ବଢୁଥିଲା ଟ୍ରେନ, ଏହି ବାପ– ଝିଅ ଟ୍ରାକ୍ ମଝିରେ ଛିଡା ହୋଇଗଲେ, ପୁଣି ହେଲା କିଛି ଏମିତି…

ପ୍ରାୟତଃ ଦେଖା ଯାଇଛି କି ଯେଉଁ ଲୋକମାନଙ୍କ ପାଖରେ ଟଙ୍କା ନ ଥାଏ ସେମାନଙ୍କର ହୃଦୟ ବହୁତ ବଡ ହୋଇଥାଏ । ବେଳେ ବେଳେ ଏହି ଲୋକମାନେ କିଛି ଏମିତି କାମ କରି ଦିଅନ୍ତି କି ଯାହାକୁ କରିବାର ସାହସ ଧନୀ ବ୍ୟକ୍ତିଙ୍କ ପାଖରେ ବି ନ ଥାଏ । ଏହିଭଳି ଏକ ମାମଲା ବାଂଲାଦେଶ ଓ ମିଆଁମାର ରାସ୍ତାରେ ପଡୁଥିବା ତ୍ରିପୁରାର ଧନଚାରା ଗ୍ରାମରେ ଦେଖିବାକୁ ମିଳିଛି । ଯେଉଁଠି ଗୋଟିଏ ଗରିବ ବାପ ଓ ଝିଅ ନିଜ ଜୀବନ ଉପରେ ଖେଳି ହଜାର ହଜାର ଲୋକମାନଙ୍କର ଜୀବନ ବଞ୍ଚାଇଛନ୍ତି । ସେହି ବ୍ୟକ୍ତିର ନାମ ସ୍ୱପନ ଓ ତାଙ୍କ ୯ ବର୍ଷ ଝିଅର ନାମ ସୋମତୀ ଅଟେ ।

ସ୍ୱପନ ଓ ସୋମତୀଙ୍କ କାରଣରୁ ଏକ ବହୁତ ବଡ ରେଳ ଦୁର୍ଘଟଣା ହେବାରୁ ବଞ୍ଚିଗଲା ଓ ହାଜାର ହଜାର ଲୋକମାନଙ୍କର ଜୀବନ ମଧ୍ୟ ବଞ୍ଚିଗଲା । କହିବାକୁ ଗଲେ ଏହି ସ୍ଥାନରେ ସ୍ୱପନ ନିଜର ୭ ଜଣ ସଦସ୍ୟଙ୍କ ସହିତ ବହୁତ ଦରିଦ୍ରତାର ସହ ବାସ କରୁଥିଲା ।

ଦିନେ ସ୍ୱପନ ଜଙ୍ଗଲରୁ କିଛି ଫଳ ଆଣିବା ପାଇଁ ଯାଇଥିଲା ଓ ଏହା ସହିତ କିଛି ବାଉଁଶ କାଟିବାକୁ ବି ଯାଇଥିଲା ଯାହାକୁ ବିକ୍ରି କରି ସେ କିଛି ଟଙ୍କା ଆୟ କରିଥାନ୍ତା । ଏହି ସମୟରେ ସେ ଦେଖିଲା ଗୋଟିଏ ଦିନ ପୂର୍ବେ ହୋଇଥିବା ବର୍ଷା କାରଣରୁ ଗୋଟିଏ ଅଞ୍ଚଳରେ ବହୁତ କ୍ଷତି ହୋଇଥିଲା । ଏହି କାରଣରୁ ରେଳର ଟ୍ରାକ ବି କ୍ଷତିଗ୍ରସ୍ତ ହୋଇଯାଇଥିଲା । ଏମିତିରେ ଯଦି ଟ୍ରେନ ଏହି ଟ୍ରାକ ଉପରେ ଯାଏ ତେବେ ତାହା ତଳେ ପଡି ଯାଇପାରେ । ଏହା ପରେ ସ୍ୱପନ ଟ୍ରାକ ଉପର ବସି ଟ୍ରେନର ଅପେକ୍ଷା କରିବାକୁ ଲାଗିଲା । ଯାହା ଦ୍ଵାରା ସେ ଟ୍ରେନ ଦୁର୍ଘଟଣାକୁ ଅଟକାଇ ପାରିବ ।

କହିବାକୁ ଗଲେ ସେହି ଟ୍ରାକରେ କେବଳ ଗୋଟିଏ ଟ୍ରେନ ହିଁ ଯାଇଥାଏ ସେଥିପାଇଁ ସ୍ୱପନ ସେହି ଟ୍ରାକ ଉପରେ ଘଣ୍ଟା ଘଣ୍ଟା ଧରି ବସିଥିଲା । ଅଳ୍ପ ଚିନ୍ତା କରନ୍ତୁ ଏହି ସମୟରେ ସେ ଯଦି ବାଉଁଶ କାଟିଥାନ୍ତା ତେବେ ନିଜ ପରିବାର ପେଟ ଭରି ପାରିଥାନ୍ତା କିନ୍ତୁ ସେ ଅନ୍ୟ ଲୋକମାନଙ୍କର ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦେଲା । କିଛି ଘଣ୍ଟାର ଅପେକ୍ଷା ପରେ ସ୍ୱପନକୁ ଟ୍ରେନର ଆବାଜ ଶୁଣାଗଲା ।

ବହୁତ ଜୋରରେ ଆସୁଥିବା ଟ୍ରେନକୁ ଅଟକାଇବା ପାଇଁ ସ୍ୱପନ ଟ୍ରାକ ଉପରେ ନିଜର ଶାର୍ଟକୁ ଫାଡି ପତାକା ରୂପରେ ବ୍ୟବହାର କରିଲା । କିନ୍ତୁ ଟ୍ରେନଟି ହର୍ନ ମାରି ଆଗକୁ ବଢିବାକୁ ଲାଗିଲା । ଯେତେବେଳେ ସେ ଜାଣି ପାରିଲା କି ଟ୍ରେନଟି ରହୁ ନାହିଁ ତେବେ ସେ ନିଜ ସାମ୍ନାରେ ୯ ବର୍ଷର ଝିଅକୁ ଛିଡା କରିଦେଲା । ଏହା ପରେ ଟ୍ରେନଟି କ୍ଷତିଗ୍ରସ୍ତ ଟ୍ରାକର କିଛି ମିଟର ପୂର୍ବରୁ ଅଟକି ଗଲା ।

ଏହା ପରେ ଟ୍ରେନର ଡ୍ରାଇଭରଙ୍କୁ ଯେତେବେଳେ ପୁରା ମାମଲା ଜଣା ପଡିଲା ତେବେ ସେ ଅଧିକ ଖୁସି ହୋଇଗଲେ ଓ ସେହି ବାପ ଝିଅଙ୍କ ସହିତ ଏକ ଫଟୋ ବି ନେଲେ । ପରେ ସେ ଏହି କାହାଣୀକୁ ଫେସବୁକରେ ବି ଶେୟାର କରିଲେ । ଜଲ୍ଦି ହିଁ ବାପ ଓ ଝିଅର ଏହି ଯୋଡି ଫେମସ ହୋଇଗଲା ।

କହିଦେଉଛୁ କି ସ୍ୱପନଙ୍କୁ ରେଲୱେ ତରଫରୁ ଏକ ଚାକିରି ବି ଦିଆଯାଇଛି ଓ ଏକ ରେଲୱେ ଷ୍ଟେସନର ନାମ ତାଙ୍କ ନାମରେ ବି ରଖାଯାଇଛି । ଏହାର ଅତିରିକ୍ତ ୨୦୦୦ ଲୋକମାନଙ୍କର ଜୀବନ ବଞ୍ଚାଇଥିବା କାରଣରୁ ସେହି ଯାତ୍ରୀମାନେ ଚେକ ମାଧ୍ୟମରେ ତାଙ୍କୁ କିଛି ଟଙ୍କା ବି ପଠାଇଛନ୍ତି ଓ ଯାହାର ରାଶି ୩ ଲକ୍ଷରୁ ଉର୍ଦ୍ଧ ଅଟେ ।