ଦେଖନ୍ତୁ ଭିଡିଓ – ବନ୍ୟାରେ ବୁଡିଯାଇଥିବା ବ୍ରିଜରେ ଆମ୍ବୁଲାନ୍ସ ସହିତ ୧୨ ବର୍ଷର ପିଲାଟି କଲା କିଛି ଏମିତି କାମ, ଆଜି ମିଳୁଛି ସମ୍ମାନ

ପିଲାମାନେ ମନରୁ ସଚ୍ଚା ହୋଇଥାନ୍ତି । ବିନା କୌଣସି ସ୍ଵାର୍ଥରେ ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସେହିପରି ଏକ ବାହାଦୁର ପିଲା ବିଷୟରେ କହିବାକୁ ଯାଉଛୁ ଯାହାର ବାହାଦୁରିର କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା କର୍ଣ୍ଣାଟକର ରାୟପୁର ଜିଲ୍ଲାର ଏକ ଛୋଟ ଗାଁ ହରିୟାନକୁଂପେର ଅଟେ । ଏହି ଗାଁ ରେ କିଛି ଦିନ ପୂର୍ବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପୁରା ଗାଁରେ ପାଣି ଏମିତି ଭରିଯାଇଥିଲା କି ଗାଁ ଲୋକଙ୍କୁ ଅନ୍ୟ ଗାଁ ରେ ସିଫ୍ଟ ହେବାକୁ ପଡିଲା । ଏହି ପରିସ୍ଥିତିରେ ଗୋଟିଏ ଆମ୍ବୁଲାନ୍ସକୁ ବ୍ରିଜ ଦେଇ ରାସ୍ତା ପାର କରିବାର ଥିଲା ।

ଏବେ ସମସ୍ୟା ଥିଲା କି ଆମ୍ବୁଲାନ୍ସ ବାଲା ଗାଁ ସହିତ ପରିଚିତ ନ ଥିଲା । ରୋଡ ଉପରେ ମଧ୍ୟ ବହୁତ ପାଣି ହୋଇଯାଇଥିଲା । ଏମିତିରେ ତାକୁ ଡର ଥିଲା କି ସେ କୌଣସି ଭୁଲ ରାସ୍ତାରେ ଯଦି ଆମ୍ବୁଲାନ୍ସ ପୁରାଇ ଦେଉଛି କୌଣସି ଅଘଟଣ ନ ହୋଇଯାଉ । ଏମିତିରେ ସେ ଜଣେ ୧୨ ବର୍ଷର ବେଙ୍କଟେଶ ନାମକ ଏକ ପିଲାକୁ ପଚାରିଲା କି କଣ ଏଠାରୁ ବାହାରକୁ ଯିବା ପାଇଁ କୌଣସି ରାସ୍ତା ଅଛି ?

ଏମିତିରେ ପିଲାଟି କେବଳ ଆମ୍ବୁଲାନ୍ସକୁ ବାଟ କହି ନଥିଲା,ବରଂ ସେ ସେହି ବନ୍ୟା ପାଣିରେ ଆମ୍ବୁଲାନ୍ସ ଆଗେ ଆଗେ ଗଲା ଯାହା ଦ୍ଵାରା ଗାଡିକୁ ଖାଲ ଢିପାରୁ ବଞ୍ଚାଇ ଠିକ ଭାବରେ ପାର କରାଯାଇ ପାରିବ । ଏହି ସମୟରେ ପିଲାଟି ବହୁତ ଥର ମଧ୍ୟ ପଡି ଯାଇଛି ତଥାପି ସେ ତାହାକୁ ଖାତିର ନ କରି ଆମ୍ବୁଲାନ୍ସକୁ ସୁରକ୍ଷିତ ଭାବରେ ରାସ୍ତା ପାର କରାଇଲା । ସେହି ସମୟରେ ଆମ୍ବୁଲାନ୍ସରେ ୬ ଜଣ ପିଲା ଓ ଜଣେ ମୃତ ମହିଳା ଥିଲେ ।

ଏହି ଘଟଣା ସମୟରେ ଗାଁ ର କିଛି ଲୋକ ତାହାକୁ ମୋବାଇଲ ରେ ରେକର୍ଡ କରି ନେଇଥିଲେ । ତା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଏହି ଘଟଣା ଯେତେବେଳେ ବଡ ଅଧିକାରୀମାନଙ୍କୁ ଜଣା ପଡିଲା ତେବେ ସେମାନେ ବେଙ୍କଟେଶକୁ ସମ୍ମାନିତ କଲେ ।

୧୨ ବର୍ଷର ବେଙ୍କଟେଶ ହରିୟାନକୁଂପେ ର ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢେ । ସୂଚନା ଅନୁସାରେ ବେଙ୍କଟେଶ ଏହା ପୂର୍ବରୁ ଜଣେ ମହିଳାଙ୍କୁ ବୁଡିଯାଉଥିବାରୁ ବଞ୍ଚାଇଥିଲା । ବେଙ୍କଟେଶର ପିତା ହରିୟାନକୁଂପେର ଜଣେ ଗରିବ ଚାଷୀ ଅଟନ୍ତି । ରାୟପୁର ଜିଲ୍ଲାର ଅଧିକାରୀ ବେଙ୍କଟେଶକୁ ବାହାଦୁରି ପୁରସ୍କାର ଦେବାର ଯୋଜନା କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।