Big Breaking: ସରକାରଙ୍କ ବଡ ଘୋଷଣା, ଏହି ତାରିଖରୁ ବନ୍ଦ ହେବ ସମସ୍ତ College ଓ University

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ବୃଦ୍ଧି କରିଛନ୍ତି । ରାତ୍ରୀକାଳୀନ କର୍ଫ୍ଯୁ ଅବଧି ବଢାଯାଇ ରାତି ୯ଟା ରୁ ସକାଳ ୫ଟା କରାଯାଇଛି । ସେହିପରି ଦ୍ଵାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ, କଲେଜ ମଧ୍ୟ ବନ୍ଦ ରଖାଯିବ ବୋଲି ଘୋଷଣା କରିଥିଲେ ସରକାର । ତେବେ ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି । ଆସନ୍ତା ୧୦ ତାରିଖରୁ ସମସ୍ତ କଲେଜ ଏବଂ ୟୁନିଭର୍ସିଟି ଗୁଡିକୁ ମଧ୍ୟ ବନ୍ଦ ରଖାଯିବ ।

କରୋନା ସଂକ୍ରମଣ ବଢୁଥିବାରୁ କଟକଣା ଧୀରେ ଧୀରେ କଡା କରୁଛନ୍ତି ରାଜ୍ୟ ସରକାର । ସେଥିପାଇଁ ୧୦ ତାରିଖ ଠାରୁ ରାଜ୍ୟର ସମସ୍ତ କଲେଜ ଏବଂ ୟୁନିଭର୍ସିଟି ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । କେବଳ ମେଡିକାଲ କଲେଜ ଏବଂ ନର୍ସିଙ୍ଗ କଲେଜ ବ୍ଯତୀତ ଅନ୍ୟ ସମସ୍ତ କଲେଜ ଗୁଡିକୁ ବନ୍ଦ ରଖାଯିବ । କଲେଜ ଏବଂ ୟୁନିଭର୍ସିଟି ବନ୍ଦ ନେଇ ଏସଆରସି ଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବର୍ତ୍ତମାନ ଆମ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି । ୨୪ ମଧ୍ୟରେ ଦେଶରେ ୧ ଲକ୍ଷ ୧୭ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ, ମାସ୍କ ପିନ୍ଧିବା ପାଇଁ ଏବଂ ନିୟମିତ ଭାବେ ହାତ ସଫା କରିବା ଆଦି ନିୟମ ସବୁକୁ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ସରକାର । ସଂକ୍ରମଣ ରୋକିବା ପାଇଁ ସରକାରମାତ୍ର ୧୦୦ ଜଣ ଲୋକଙ୍କୁ ବିବାହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ବରଯାତ୍ରୀରେ ମାତ୍ର ୩୦ ଜଣ ଯାଇପାରିବେ ବୋଲି କହିଛନ୍ତି ।

ସେହିପରି ଅନ୍ତେଷ୍ଟିକ୍ରିୟାରେ ମାତ୍ର ୫୦ ଜଣ ଲୋକ ଯୋଗ ଦେଇ ପାରିବେ । ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବା ହେତୁ ସେମାନଙ୍କ ପରୀକ୍ଷା ଯେମିତି ଚାଲିଛି ସେମିତି ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।  କିନ୍ତୁ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ । ତେବେ ଅଭିଭାବକଙ୍କ ଅନୁମତି କ୍ରମେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଛୋଟ ଛୋଟ ବ୍ୟାଚରେ ଡାଉଟ କ୍ଲିୟରିଂ କ୍ଳାସ କରିପାରିବେ ବୋଲି କୁହାଯାଇଛି ।

ଆଉ ଆସନ୍ତା ୧୦ ତାରିଖ ଠାରୁ କଲେଜ ଏବଂ ୟୁନିଭର୍ସିଟି ଗୁଡିକୁ ମଧ୍ୟ ବନ୍ଦ ରଖାଯିବ ବୋଲି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।