ବାଳକୁ ଜଲ୍ଦି ବଢାଇବାର ୮ଟି ସହଜ ଉପାୟ, ଆପଣ ବି ଜାଣି ନିଅନ୍ତୁ

ବର୍ତ୍ତମାନ ସମୟରେ ସମସ୍ତ ଲୋକଙ୍କ ପାଇଁ ବାଳ ଝଡିବା ସବୁଠାରୁ ବଡ ସମସ୍ୟା ଦେଖାଯାଉଛି । ବାଳ ଆମର ସୌନ୍ଦର୍ଯ୍ୟ ବଢାଇଥାଏ । କିନ୍ତୁ ବର୍ତ୍ତମାନ ଏହି ସମସ୍ୟା ପାଇଁ ସମସ୍ତେ ଚିନ୍ତିତ ଅଛନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକ ମାନେ ବିଭିନ୍ନ ପ୍ରକାର ମହଙ୍ଗା ତେଲ ଓ ସାମ୍ପୋ ମଧ୍ୟ ବ୍ୟବହାର କରୁଛନ୍ତି କିନ୍ତୁ ସେଥିରେ କିଛି ଫଳ ମିଳୁନାହିଁ । ଅତ୍ୟଧିକ ବାଳ ଝଡିବା ଆମ ସୌନ୍ଦର୍ଯ୍ୟ ଉପରେ ବହୁତ ପ୍ରଭାବ ପକାଉଛି । ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ବାଳ ବହୁତ ଶୀଘ୍ର ବଢିବ ।

ପିଆଜ ରସ

ପିଆଜକୁ ଭଲଭାବରେ ବାଟି ସେଥିରୁ ରସ ବାହାର କରନ୍ତୁ ଏବଂ ତାକୁ ଭଲ ଭାବରେ ବାଳର ମୂଳରେ ଲଗାଇ ପନ୍ଦର ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ ଏବଂ ତାପରେ ସାମ୍ପୋ ଦ୍ଵାରା ବାଳ ଧୋଇ ଦିଅନ୍ତୁ ।

କାଷ୍ଟର ଅଏଲ

ଉଷୁମ କାଷ୍ଟର ଅଏଲକୁ ଭଲଭାବରେ ବାଳରେ ଲଗାଇ ୨୦ମିନିଟ ପର୍ଯ୍ୟନ୍ତ ଟାୱେଲରେ ମୁଣ୍ଡକୁ ଗୁଡାଇ ରଖନ୍ତୁ । ଯଦି ଆପଣ ତେଲର ଚିକଣତାକୁ ଦୂର କରିବା ପାଇଁ ଚାହୁଁଥିବେ ତାହେଲେ ସେଥିରେ ଦୁଇବୁନ୍ଦା ଲେମ୍ବୁ ରସ ମିଶାଇ ପାରିବେ ।

ବାୟୋଟିନ

ବାୟୋଟିନ ବଟିକାକୁ ଚୂନାକରି ତେଲରେ ମିଶାଇ ଦିଅନ୍ତୁ । ଏହି ତେଲକୁ ବାଳରେ ଲଗାଇ ରାତିସାରା ରଖନ୍ତୁ ଏବଂ ତା ପରଦିନ ସକାଳୁ ବାଳ ଧୋଇ ଦିଅନ୍ତୁ ।

ଅଣ୍ଡା

କଞ୍ଚା ଅଣ୍ଡାକୁ ଫଟାଇ ବାଳରେ ଲଗାନ୍ତୁ ଏବଂ କିଛି ସମୟ ପରେ ସାମ୍ପୋରେ ଧୋଇ ଦିଅନ୍ତୁ ।

ଏଲୋବେରା

ଏଲୋବେରା କୁ କାଟି ତାଭିରେ ଥିବା ଜେଲକୁ ବାହାର କରି ବାଳରେ ଲଗାନ୍ତୁ ଏବଂ ଏକ ଘଣ୍ଟାପରେ ସାମ୍ପରେ ଧୋଇ ଦିଅନ୍ତୁ ।

ଭୁର୍ସଙ୍ଗ ପତ୍ର

ତେଲରେ ଭୁସ୍ରଙ୍ଗ ପତ୍ରକୁ ଭଲଭାବରେ ଫୁଟାନ୍ତୁ ଏବଂ ପତ୍ରକୁ ଛାଣି ତେଲ ଥଣ୍ଡା କରନ୍ତୁ । ଏହି ତେଲକୁ ଆପଣଙ୍କ ବାଳରେ ଭଲଭାବରେ ମାଲିସ କରନ୍ତୁ ଏବଂ ଏକ ଘଣ୍ଟା ପରେ ଧୋଇ ଦିଅନ୍ତୁ ।

ଭିଟାମିନ

ଭିଟାମିନ ସି କିମ୍ବା ଇ ବଟିକାକୁ ନଡିଆ ତେଲରେ ମିଶାନ୍ତୁ, ସେହି ତେଲରେ ବାଳକୁ ଭଲ ଭାବରେ ମାଲିସ କରନ୍ତୁ ଏବଂ କିଛି ସମୟ ରଖିବା ପରେ ବାଳକୁ ଧୋଇ ଦିଅନ୍ତୁ ।

ନଡିଆ ତେଲ

ଶୋଇବା ପୂର୍ବରୁ ନଡିଆ ତେଲକୁ ଉଷୁମ କରି ବାଳରେ ମାଲିସ କରନ୍ତୁ ଏବଂ ତାପର ଦିନ ସକାଳୁ ବାଳ ଧୋଇ ଦିଅନ୍ତୁ ।

ରସୁଣ

ଗୋଟିଏ ବା ଦୁଇଟି ରସୁଣ ପାଖୁଡା ପ୍ରତିଦିନ ଖାଆନ୍ତୁ କିମ୍ବା ତରକାରୀରେ ରସୁଣ ଉପଯୋଗ କରନ୍ତୁ ।

ମେହେନ୍ଦି

ମେହେନ୍ଦି ପାଉଡରକୁ ଦହିରେ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ସେହି ପେଷ୍ଟକୁ ବାଳରେ ଲଗାଇ କିଛି ସମୟ ପାଇଁ ଛାଡିଦିଅନ୍ତୁ ଏବଂ ଏହା ଶୁଖିବା ପରେ ବାଳକୁ ସାମ୍ପରେ ଧୋଇ ଦିଅନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।