ବଲାଙ୍ଗୀର ରେ ଚାଞ୍ଚଲ୍ୟ! ନଳକୂପ ଖୋଳୁଥିଲେ ବାହାରିଲା ଭରିଭରି ସୁନା… ଲୋକ ଦେଖି ଆଶ୍ଚର୍ଯ୍ୟ

ପାଣି ପାଇପ ରୁ ବାହାରୁଛି ଭରି ଭରି ସୁନା । ଗାମୁଛା ଦେଖାଇ ଲୋକ ପାଣିରୁ ସୁନା ଛାଣି ନେଉଛନ୍ତି । ନଳକୂପ ଖୋଳୁ ଖୋଳୁ ବାହାରିଲା ସୁନା ଖଣି । ପୁରା ଗାଁ ଏବେ ଆଶ୍ଚର୍ଯ୍ୟ । ସୁନା ଖଣି ପାଇଁ ଗାଁ ରେ ଲାଗିଛି ପୋଲିସ ଓ ସରକାରି ବାବୁ ମାନଙ୍କର ଗାଡି । ହଁ ଦର୍ଶକ ବନ୍ଧୁ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ । ଏମିତିକି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପରାଖୋଲା ଥାନା ଅନ୍ତର୍ଗତ ଚାଞ୍ଚଣାବାହଲି ଗାଁ ରେ । ଟିକେ ଏହି ଦୃଶ୍ୟକୁ ଭଲ କରି ଦେଖନ୍ତୁ । ପାଇପ ରୁ ବାହାରୁଛି ପାଣି ଆଉ ପାଇପ ପାଖରେ କିଛି ଲୋକ ଗାମୁଛା ଦେଖାଇ ଛିଡା ହୋଇଛନ୍ତି ।

ଏମାନେ ହେଉଛନ୍ତି ସମସ୍ତେ ସରକାରୀ ଅଧିକାରୀ । ଏମିତି ଗାମୁଛା ଦେଖାଇବାର କାରଣ ହେଉଛି ସେହି ପାପୀ ରୁ ବାହାରୁଥିବା ପାଣିରୁ ସୁନା ମଧ୍ୟ ବାହାରୁଛି । ବାଲି ଗୁଣଦ ସହ ଚିକମିକ ହୋଇ ବାହାରୁଛି ସୁନାର ଗୁଣ୍ଡ । ଆଉ ଏ ହେଉଛି ବାଲି ଗୁଣ୍ଡ ସହ ସୁନା ର ଗୁଣ୍ଡ ମିଶ୍ରଣ ଯାହା ଚିକାମିକ ଦେଖା ଯାଉଛି । ଖବର ମୁତାବିକ ଉକ୍ତ ଗାଁ ର ମହମଦ ଜାବେତ ତାଙ୍କ ବିଲରେ ଚାଷ ପାଇଁ ଏକ ନଳକୂଅ ଖୋଳୁ ଥିଲେ ।

200 ରୁ 300 ଫୁଟ ଖୋଲିବା ବେଳେ ସେହି ମାଟି ମିଶା ପାଣିରୁ ବାହାରି ଥିଲା ସୁନା । ପ୍ରଥମେ ସେ କିଛି ଜାଣିପାରି ନ ଥିଲେ । କିନ୍ତୁ ଯେବେ ପାଣି ବିଲ ରୁ ସୁଖୀ ଯାଇଥିଲା ସେତେବେଳେ ସେ ମାଟି ଉପରେ ଚିକମିକ ହୋଇ ସୁନା ପଡି ଥିବାର ଦେଖିଲେ । ଯାହା ପରେ ସେ ପୁଣି ପାଇପ କୁ ଲଗାଇ ପାଣି କୁ ଛାଣିବା ପରେ ବାଲି ମିଶା ଗୁଣ୍ଡ ରୁ ସୁନା ବାହାରୁ ଥିବା ଦେଖିଥିଲେ । ଯାହା ପରେ ତହସିଲଦାର ଙ୍କୁ ଜଣାଇ ଥିଲେ ଜାବେତ ।

ସୂଚନା ପାଇବା ପରେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତେବେ ସୁରକ୍ଷା ଦ୍ରୁଷ୍ଟି ରୁ ସେଠାରେ ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଯଦି ଦେଖିବା ଏହା ପୂର୍ବରୁ ମଧ୍ୟ ଓଡିଶାର ଅନେକ ସ୍ଥାନରୁ ସୁନା ବାହରୁ ଥିବା କଥା ଚର୍ଚ୍ଚା କୁ ଆସିଛି । ସେପଟେ ଲୋକେ ଗନ୍ଧମାର୍ଦନ ପର୍ବତ ରେ ବି ସୁନା କହୁଥିବା କଥା ଚର୍ଚ୍ଚା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ନିହାତି ଜଣାନ୍ତୁ, ଧନ୍ୟବାଦ ।