ବୈଜ୍ଞାନିକମାନେ ବନେଇଲେ ଗୋମୁତ୍ରର ଔଷଧ, ଯାହାକୁ ଖାଇଲେ ଦୂର ହୋଇଯିବ ଏହିସବୁ ଅସାଧ୍ୟ ରୋଗ

ଗାଈର ୟୁରିନ ମାନେ ଗୋମୁତ୍ର ସ୍ୱାସ୍ଥ୍ୟ ପାଇଁ ଗୁଣକାରୀ ହୋଇଥାଏ ଓ ଗାଈର ମୁତ୍ରକୁ ପିଇବା ଦ୍ଵାରା ବହୁତ ରୋଗକୁ ଠିକ କରାଯାଇପାରେ । ଆୟୁର୍ବେଦରେ ଗାଈର ମୁତ୍ରକୁ ଅମୃତ ସହ ସମାନ କରାଯାଇଛି । ବର୍ତ୍ତମାନ ଗାଈର ମୁତ୍ରରେ ଏକ ଔଷଧ ତିଆରି କରାଯାଇଛି ଯାହା ଦ୍ଵାରା କ୍ୟାନ୍ସର ଠିକ ହୋଇପାରିବ । ଏହି ରିସର୍ଚରେ କୁହାଯାଇଛି କି ଗାଈର ୟୁରିନରେ ତିଆରି ହୋଇଥିବା ଏହି କ୍ୟାପସୁଲ ଓ ଟ୍ୟାବଲେଟ ଦ୍ଵାରା କ୍ୟାନ୍ସର ଦୂର ହୋଇପାରିବ ଓ ଏହା କିଡନୀର ସମସ୍ୟାକୁ ମଧ୍ୟ ଠିକ କରିପାରିବ ।


ଏହି ଔଷଧ ତିଆରି ଥିବ ଡାକ୍ତର ଭାରତଙ୍କ ଅନୁସାରେ ଗାଈର ୟୁରିନରେ କିଛି ବିଶେଷ ଗୁଣ ରହିଥାଏ ଓ ଏହି ଗୁଣ ପାଇଁ ଏହାର ପ୍ରୟୋଗ ଔଷଧ ତିଆରି କରିବାରେ କରାଯାଇଛି । ଗାଈର ୟୁରିନ ଉପରେ ବହୁତ ବର୍ଷ ହେଲାଣି ଗବେଷଣା ଚାଲିଥିଲା, ଶେଷରେ ଫ୍ରିଜ ଡ୍ରାଇଙ୍ଗ ଟେକ୍ନୋଲୋଜି ଦ୍ଵାରା ଏହି ଔଷଧ ତିଆରି ହୋଇଥିଲା । ଏହି ଟେକ୍ନିକ ଦ୍ଵାରା ୨୦ ରୁ ୨୫ ଡିଗ୍ରୀ ତାପମାତ୍ରାରେ ଗାଈର ୟୁରିନର ପାଉଡର ପ୍ରସ୍ତୁତ ହେଲା । ଏହି ପାଉଡରରୁ ଟାବ୍ଲେଟ ଓ କ୍ୟାପସୁଲ ତିଆରି ହୋଇଥିଲା ।

କଣ ହୋଇଥାଏ ଫ୍ରିଜ ଡ୍ରାଇଙ୍ଗ ଟେକ୍ନିକ ?


ଏହି ଟେକ୍ନିକରେ ତରଳ ପଦାର୍ଥକୁ ଶୂନ ରୁ କମ ତାପମାତ୍ରାରେ ଜମା କରାଯାଇଥାଏ । ଜମା କରିବା ପରେ ଏହାକୁ ଗରମ କରାଯାଇଥାଏ ଓ ଏମିତି କରିବା ଦ୍ଵାରା ପାଣି ଅଲଗା ହୋଇଯାଇଥାଏ । ଗୁଜୁରାଟର ଡାକ୍ତର ଭାରତ ଢୋଲକିୟାଙ୍କ ମତରେ ସେ ତାଙ୍କର ସାଙ୍ଗ ମାନଙ୍କ ସହ ମିଶି ବହୁତ ବର୍ଷ ଧରି ଗବେଷଣା କରିଥିଲେ ଓ ତାଙ୍କର ଏହି କଷ୍ଟ ସଫଳ ହୋଇଥିଲା ।

ଏହି ଔଷଧ କ୍ୟାନ୍ସରର ଦ୍ଵିତୀୟ ସ୍ଟେଜ ପାଇଁ ବହୁତ ଲାଭଦାୟକ ଅଟେ ଓ ଏହି ଔଷଧକୁ ଦିନରେ ଦୁଇଥର ଖାଇଲେ କ୍ୟାନ୍ସର ଠିକ ହୋଇଯାଇଥାଏ । ଏହି ଔଷଧରେ ପୋଟାସିୟମ, କ୍ୟାଲସିୟମ, ଓମେଗା ୬ ଓ ଓମେଗା ୯ ଫ୍ୟାଟିଏସିଡ ମଧ୍ୟ ରହିଛି । ଏହା କିଡନୀ ସମ୍ବନ୍ଧିତ ରୋଗକୁ ଠିକ କରିବା ପାଇଁ ସହାୟକ ହୋଇଥାଏ ।

ଗୋମୁତ୍ରର ଫାଇଦା


୧. ଗୋମୁତ୍ର ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ ଓ ଏହାକୁ ସେବନ କଲେ ଶରୀରକୁ ବହୁତ ଫାଇଦା ମିଳିଥାଏ । ଆୟୁର୍ବେଦ ଅନୁସାରେ ଯେଉଁ ଲୋକ ସବୁ ଦିନ ଟିକେ ଟିକେ ଗୋମୁତ୍ର ପିଅନ୍ତି ତାଙ୍କୁ ପେଟ ଜନିତ ସମସ୍ୟା ହୋଇ ନଥାଏ ।

୨. ଗୋମୁତ୍ର ପିଇଲେ ହାଇ ବ୍ଲଡ଼ ପ୍ରେସର ନିୟନ୍ତ୍ରିତ ରହିଥାଏ ।

୩. ଗୋମୁତ୍ରକୁ ମହୁ ଓ ଲେମ୍ବୁ ସହ ସେବନ କଲେ ଓଜନ କମା ଯାଇପାରିବ ।

୪. ଯେଉଁ ଲୋକମାନେ ଦାନ୍ତ ପାଇଁ ଚିନ୍ତିତ ଅଛନ୍ତି ସେମାନେ ସକାଳେ ଗୋମୁତ୍ରରେ କୁଳି କରନ୍ତୁ ।