ବହୁତ ହିଁ ସ୍ଟାଇଲିସ ମେଲାନିୟା ଟ୍ରମ୍ଫ, ଜାଣନ୍ତୁ କେତେ ମହଙ୍ଗା ଡ୍ରେସ ପିନ୍ଧନ୍ତି ଡୋନାଲ୍ଡ ଟ୍ରମ୍ଫଙ୍କ ପତ୍ନୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପତ୍ନୀ ଓ ଆମେରିକାର ପ୍ରଥମ ମହିଳା ମେଲାନିୟା ଟ୍ରମ୍ଫ ୨୫ ଫେବୃୟାରୀ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କର ପତ୍ନୀ ସବିତା କୋବିନ୍ଦ ଓ ପିଏମ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଥିଲେ । ଦିଲ୍ଲୀର ରାଷ୍ଟ୍ରପତି ଭବନରେ ନିଜର ଔପଚାରିକ ଯାତ୍ରା ଅନୁସାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ମେଲାନିୟା ଟ୍ରମ୍ଫ ଅତିଥି ହୋଇ ଆସିଥିଲେ । ଏହି ସମୟରେ ଟ୍ରମ୍ଫଙ୍କ ଝିଅ ଇବାଂକା ବି ଉପସ୍ଥିତ ଥିଲେ ।

କହିବାକୁ ଗଲେ ନିଜ ଟୁର ସମୟରେ ମେଲାନିୟା ଟ୍ରମ୍ଫ ଯେଉଁ ପୋଷାକ ପିନ୍ଧିଥିଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇ ଯାଇଛି । କାରଣ ମେଲାନିୟା ଟ୍ରମ୍ଫ ପିନ୍ଧିଥିବା ଡ୍ରେସର ଦାମ ୧.୧ ଲକ୍ଷ ଟଙ୍କା ଅଟେ । ଏହି ପୋଷାକ କୈରୋଲିନା ହେରେରାଙ୍କ ଦ୍ଵାରା ତିଆରି କରାଯାଇଛି । କୈରୋଲିନା ହେରେରା ଵେନେଜୁଏଲା ର ପ୍ରସିଦ୍ଧ ଡିଜାଇନର ଅଟନ୍ତି ।

ମେଲାନିୟା ଟ୍ରମ୍ଫ ଯେଉଁ ପୋଷାକ ପିନ୍ଧିଥିଲେ ତାହାର ରଙ୍ଗ ଧଳା ଥିଲା ଓ ଏହା ଉପରେ ପଦ୍ମ ଫୁଲ ତିଆରି ହୋଇଥିଲା । ଏହି ଡ୍ରେସରେ ମେଲାନିୟା ଟ୍ରମ୍ଫ ବହୁତ ହିଁ ସୁନ୍ଦର ଲାଗୁଥିଲେ । ଏହି ଡ୍ରେସର ଦାମ ୧,୧୫,୨୬୫ ଟଙ୍କା ଅଟେ । ଭାରତ ଟୁରର ପ୍ରଥମ ଦିନରେ ମେଲାନିୟା ଟ୍ରମ୍ଫ ଧଳା ରଙ୍ଗର ଏକ ଜଂପସୂଟ ପିନ୍ଧିଥିଲେ । ଯାହା ସହିତ ସେ ଗ୍ରୀନ କଲର ର ସ୍ୟାଶ ବି ବାନ୍ଧି ଥିଲେ । ମେଲାନିୟା ଟ୍ରମ୍ଫଙ୍କ ଏହି ଲୁକ ବି ଲୋକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଇଥିଲା ।

ଅନ୍ୟ ପଟେ ଡୋନାଲ୍ଡ ଟ୍ରମ୍ଫଙ୍କ ଝିଅ ଇବାଂକା ଏହି ସମୟରେ ଭାରତୀୟ ଡିଜାଇନର ଦ୍ଵାରା ତିଆରି କରାଯାଇଥିବା ପୋଷାକ ପିନ୍ଧିଥିଲେ । ଇବାଂକା ଙ୍କ ଡ୍ରେସକୁ ଡିଜାଇନର ଅନୀତା ଡୋଂଗରେ ଡିଜାଇନ କରିଥିଲେ ଓ ଡିଜାଇନର ଅନୀତା ଡୋଂଗରେ ଏହି ଡ୍ରେସକୁ ସିଲ୍କରେ ତିଆରି କରିଛନ୍ତି । ଧଳା ରଙ୍ଗର ଏହି ଡ୍ରେସ ଇବାଂକା ଙ୍କ ଉପରେ ବହୁତ ଭଲ ଲାଗୁଥିଲା ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ତାଙ୍କର ପତ୍ନୀ ସବିତା କୋବିନ୍ଦ ଓ ପିଏମ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବା ପରେ ଡୋନାଲ୍ଡ ଟ୍ରମ୍ଫ ଓ ମେଲାନିୟା ଟ୍ରମ୍ଫ ରାଜଘାଟକୁ ବି ଯାଇଥିଲେ ଓ ସେହି ସ୍ଥାନରେ କିଛି ସମୟ କାଟିଥିଲେ । ରାଜଘାଟରେ ଟ୍ରମ୍ଫ ଓ ତାଙ୍କର ପତ୍ନୀ ସ୍ମାରକ ଉପରେ ମାଲ୍ୟାର୍ପଣ କରିଲେ ଓ ଗୋଟିଏ ମିନିଟ ପର୍ଯ୍ୟନ୍ତ ମୌନ ବି ରହିଲେ । ଏହା ସହିତ କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ରମ୍ଫଙ୍କୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମା ବି ଉପହାର ଦେଲେ ।

ଏହା ପରେ ମେଲାନିୟା ଟ୍ରମ୍ଫ ଦିଲ୍ଲୀର ସରକାରୀ ସ୍କୁଲକୁ ବି ଗଲେ ଓ ସେଠି ପିଲାମାନଙ୍କ ସହିତ ସାକ୍ଷାତ ବି କରିଲେ । ସ୍କୁଲରେ ପିଲାମାନେ ଭଲ ଭାବରେ ମେଲାନିୟା ଟ୍ରମ୍ଫଙ୍କ ସ୍ଵାଗତ କରିଲେ ଓ ତାଙ୍କୁ ବହୁତ ଉପହାର ବି ଦେଲେ । ଏହା ପରେ ରାତିରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି କୋବିନ୍ଦଙ୍କ ସହ ଟ୍ରମ୍ଫ ଓ ତାଙ୍କର ପତ୍ନୀ ରାଜ୍ୟ ଭୋଜ କରିଲେ ଓ ରାତି ୧୦ ଟା ସମୟରେ ସେମାନେ ପ୍ରସ୍ଥାନ କରିଲେ ।