କେବଳ ୭୫ ଟଙ୍କାରେ ହେବ କରୋନାର ଟେସ୍ଟ, ୧୦ ମିନିଟରେ ମିଳିବ ରେଜଲ୍ଟ

ପୁରା ଦୁନିଆରେ କରୋନା ଭାଇରସକୁ ରୋକିବା ପାଇଁ ଚେଷ୍ଟା କରାଯାଉଛି । ଏହା ଉପରେ ଲଗାତାର ରିସର୍ଚ କରା ଯାଉଛି । ସବୁଠୁ ବଡ ସମସ୍ୟା ଅଟେ କି କରୋନା ଭାଇରସ ଟେସ୍ଟ କୀଟର ଅଭାବ । ଟେସ୍ଟ କୀଟର ଅଭାବ କାରଣରୁ କେତେକ ଦେଶରେ ସଂକ୍ରମଣର ରୋଗୀମାନଙ୍କ ଯାଞ୍ଚ ବି ହୋଇ ପାରୁ ନାହିଁ । କିନ୍ତୁ ଏହି ଦିଗରେ ଜଲ୍ଦି ହିଁ ସଫଳତା ମିଳିବାର ଅଛି । ରିଚର୍ସର ଏକ ଟେସ୍ଟ କିଟର ଟ୍ରାୟଲ ଆରମ୍ଭ କରି ଦେଇଛନ୍ତି, ଯାହା ଦ୍ଵାରା ଘରେ ବସି ଆପଣ ମାତ୍ର ୧୦ ମିନିଟରେ ହିଁ କରୋନା ଭାଇରସ ସଂକ୍ରମଣର ଯାଞ୍ଚ କରି ପାରିବେ । ଏହି ଟେସ୍ଟ କିଟର ଦାମ ମାତ୍ର ୧ ଡଲାର ମାନେ ୭୫ ଟଙ୍କା ହେବ ।

ଯଦି ଏହି ଟେସ୍ଟ କିଟର ଟ୍ରାୟଲ ସଫଳ ହୋଇ ଯାଉଛି ତେବେ ଏହାର ବଡ ପରିମାଣରେ ଉତ୍ପାଦନ ଆରମ୍ଭ ହୋଇଯିବ । ସେନେଗଲ ଓ ୟୁକେ ରେ ଏହାର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ ଲଗାଯିବ । ସର୍ବ ପ୍ରଥେମ ଟେସ୍ଟ କିଟକୁ ଆଫ୍ରିକା ଦେଶରେ ଉପଲବ୍ଧ କରାଯିବ । ଏହା ଆଶା କରାଯାଉଛି କି ଜୁନ ପର୍ଯ୍ୟନ୍ତ ଏହା ଉପଲବ୍ଧ ହୋଇଯିବ ।

ଟେସ୍ଟ କିଟର ପ୍ରୋଟୋଟାଇପ ପ୍ରସ୍ତୁତ

ଅଲ ଜଜୀରା ର ଏକ ରିପୋର୍ଟ ଅନୁସାରେ ଏହି ପରିଯୋଜନା ସହ ଜଡିତ ପାଶ୍ଚର ଇଂସ୍ଟୀଚ୍ୟୁଟର ଡାୟରେକ୍ଟର ଅମଦୌ ସଲ କହିଛନ୍ତି କି ସର୍ବେ ପ୍ରଥମେ ସେ ଆଫ୍ରିକା ଦେଶରେ ଏହି ଟେସ୍ଟ କିଟକୁ ଉପଲବ୍ଧ କରାଇବେ । ଅମଦୌ ସଲଙ୍କ କମ୍ପାନୀ ଏକ ବ୍ରିଟିଶ କମ୍ପାନୀ ମୋଲୋଜିକ ସହ ମିଶି ଏହି ଟେସ୍ଟ କିଟର ପ୍ରୋଟୋଟାଇପକୁ ତିଆରି କରିସାରିଛନ୍ତି । ସେହି ବ୍ରିଟିଶ ବାୟୋଟେକ କମ୍ପାନୀ ହିଁ କ୍ଲିୟରବ୍ଲୂ ପ୍ରେଗନେଂସୀ ଟେସ୍ଟ କିଟ ତିଆରି କରିଥିଲେ । ସଲ ଓ ତାଙ୍କର ରିସର୍ଚ ଟିମ ସେନେଗଲରେ କାମ କରୁଛନ୍ତି । ଏହା ପୂର୍ବରୁ ଏହି ଟିମ ଡେଙ୍ଗୁ ଓ ୟଲୋ ଫିବର ଭ୍ୟାକ୍ସିନ ବାହାର କରିବାରେ ସଫଳ ହୋଇଥିଲା । ସଲଙ୍କ ଅନୁସାରେ ତାଙ୍କ ସଂସ୍ଥାରେ ୪୦ ଲକ୍ଷ ଟେସ୍ଟ କିଟ ବର୍ଷକୁ ତିଆରି କରିବାର କ୍ଷମତା ଅଛି ।

କରୋନା ଭାଇରସର ସଂକ୍ରମଣକୁ ରୋକିବାରେ ଗେମ ଚେଞ୍ଜର ହୋଇପାରେ ଏହି ଟେସ୍ଟ କିଟ

ଅଲ ଜଜୀରା ସହ କଥା ହୋଇ ମୋଲୋଜିକ କମ୍ପାନୀର ଡାୟରେକ୍ଟର ଜୋ ଫିଚେଟ କହିଲେ କି ଯେତେବେଳେ କରୋନା ଭାଇରସର ସଂକ୍ରମଣ ଜନ୍ମ ହେଲା ତ ସେହି ସମୟରେ ତାଙ୍କୁ ଲାଗିଥିଲା କି ଆଫ୍ରିକା ଦେଶକୁ ବହୁତ କ୍ଷତି ହେବ । ଏହି ଟେସ୍ଟ କିଟ ଜରିଆରେ ଦୁନିଆର କୌଣସି ବି ବଡ ଅଂଶ ସହଜରେ ତୁରନ୍ତ ସଂକ୍ରମଣ ଯାଞ୍ଚ କରି ପାରିବେ । ଯାହା ଦ୍ଵାରା ଏହି ସଂକ୍ରମଣକୁ ବ୍ୟାପିବାକୁ ରୋକା ଯାଇ ପାରିବ ।