ବହୁତ କଷ୍ଟ ଭରା ଥିଲା ‘ରାମାୟଣ’ ପ୍ରସ୍ତୁତ କରିଥିବା ରାମନନ୍ଦ ସାଗରଙ୍କ ଜୀବନ, କରିବାକୁ ପଡିଥିଲା ଚପରାସୀର ଚାକିରି, ଆଉ ତା ପରେ…

ଯେତେବେଳେ କପିଲ ଶର୍ମାଙ୍କ ଶୋ ରେ ପ୍ରସିଦ୍ଧ ଧାରାବାହିକ “ରାମାୟଣ”ର ରାମ, ସୀତା ଓ ଲକ୍ଷ୍ମଣ ଭାଗ ନେଲେ ତେବେ ଲୋକମାନଙ୍କ ମସ୍ତିଷ୍କରେ ୩୩ ବର୍ଷ ପୁରୁଣା “ରାମାୟଣ”ର ଏକ ଛବି ପୁଣି ଥରେ ତାଜା ହୋଇଗଲା । ୮୦ ଦଶକରେ ପ୍ରସାରିତ ହୋଇଥିବା “ରାମାୟଣ” ଧାରାବାହିକ ଲୋକମାନଙ୍କ ମଧ୍ୟରେ ଏତେ ପ୍ରସିଦ୍ଧ ଥିଲା କି ଧାରାବାହିକର ପ୍ରସାରଣ ସମୟରେ ଟିଭିର ସ୍କ୍ରିନ ଆଗରେ ଲୋକମାନେ ହାତ ଯୋଡି ବସି ଯାଉଥିଲେ ଓ ପୁରା ସହର ଖାଲି ହୋଇ ଯାଉଥିଲା ।

କିନ୍ତୁ ସବୁଠୁ ଦୁଖର କଥା ଏହା ଅଟେ କି ଯେଉଁ ବ୍ୟକ୍ତି ଏହି ଲୋକପ୍ରିୟ ଧାରାବାହିକ “ରାମାୟଣ”ର ନିର୍ମାଣ କରିଛି ତାହାର ଜୀବନ ବହୁତ ହିଁ କଷ୍ଟଦାୟକ ଥିଲା । ଆମେ କଥା ହେଉଛୁ ରାମାୟଣର ଲେଖକ, ନିର୍ମାତା ଓ ନିର୍ଦେଶକ ରାମାନନ୍ଦ ସାଗରଙ୍କ ବିଷୟରେ । କହିବାକୁ ଗଲେ ରାମାନନ୍ଦ ସାଗରଙ୍କ ପରିବାରର ଅର୍ଥ ବ୍ୟବସ୍ଥା ବହୁତ ଖରାପ ଥିଲା । ନିଜର ସନ୍ତାନ ନ ହେବା କାରଣରୁ ରାମାନନ୍ଦଙ୍କ ଆଈ ତାଙ୍କୁ ପାଳି ଥିଲେ ।

ଏହା ମଧ୍ୟରେ ରାମାନନ୍ଦ ସାଗରଙ୍କ ମା’ଙ୍କ ମୃତ୍ୟୁ ହୋଇଗଲା ଓ ତାଙ୍କର ପିତା ଦ୍ଵିତୀୟ ବିବାହ କରି ନେଲେ । ପର୍ସନାଲ ଲାଇଫରେ ଚାଲୁଥିବା ଏହି ସବୁ ଅସୁବିଧା ଓ ଟଙ୍କାର ଅଭାବ କାରଣରୁ ରାମାନନ୍ଦ ସାଗରଙ୍କ ସାମ୍ନାରେ ତାଙ୍କର ଶିକ୍ଷାକୁ ନେଇ ବହୁତ ସମସ୍ୟା ଆସି ଯାଇଥିଲା । ଏହା ପରେ ଦରିଦ୍ରତା କାରଣରୁ ତାଙ୍କୁ ଗୋଟିଏ ଚପରାସୀର ଚାକିରି କରିବାକୁ ପଡିଲା । କହିବାକୁ ଗଲେ ରାମାନନ୍ଦ ସାଗର ଚପରାସୀ କାମ ଠାରୁ ନେଇ ଟ୍ରକ କ୍ଲୀନର, ସାବୁନ ବିକ୍ରି କରିବା ଓ ବଣିଆ କାମ ବି କରିଛନ୍ତି ।

ସେ ଦିନରେ କାମ କରୁଥିଲେ ଓ ରାତିରେ ପଢୁଥିଲେ । ୧୯୩୨ରେ ରାମାନନ୍ଦ ସାଗର ନିଜର କ୍ୟାରିୟରର ଆରମ୍ଭ ଏକ କ୍ଲାପର ବୟ ରୂପରେ କରିଥିଲେ । ଯେତେବେଳେ ଭାରତ ଓ ପାକିସ୍ତାନ ବିଭାଜନ ହେଲା ତେବେ ରାମାନନ୍ଦ ସାଗର ମୁମ୍ବାଇ ଆସିଗଲେ । ମୁମ୍ବାଇ ଆସିବା ପରେ ସେ ପୃଥ୍ୱୀରାଜ କପୁରଙ୍କ ପୃଥ୍ୱୀ ଥିଏଟରରେ ଆସିଷ୍ଟାନ୍ତ ମ୍ୟାନେଜର ରୂପରେ କାମ କରିବା ଆରମ୍ଭ କରିଲେ ।

ଏହା ପରେ ସେ ରାଜ କପୁରଙ୍କ ଫିଲ୍ମ “ବରସାତ”ର କାହାଣୀ ଓ ସ୍କ୍ରୀନପ୍ଲେ ଲେଖିଲେ । ବହୁତ କଷ୍ଟକୁ ପାର କରିବା ପରେ ରାମାନନ୍ଦ ସାଗର ଶେଷରେ ନିଜର ଏକ ଟିଭି ପ୍ରୋଡକ୍ସନ କମ୍ପାନୀ ଆରମ୍ଭ କରିଲେ । ସେ ସାଗର ଫିଲ୍ମ ପ୍ରାଇବେଟ ଲିମିଟେଡ ଅନ୍ତର୍ଗତ ବହୁତ ହିଟ ଫିଲ୍ମ ନିର୍ମାଣ କରିଲେ । ୮୦ ଦଶକରେ ଟେଲିଭିଜନ ଦୁନିଆରେ ବହୁତ କ୍ରାନ୍ତି ଚାଲୁଥିଲା । ସେହି ସମୟରେ ଦୂରଦର୍ଶନ ଏକମାତ୍ର ମନୋରଞ୍ଜନର ସାଧନ ହୋଇ ସମସ୍ତଙ୍କ ସାମ୍ନାକୁ ଆସିଲା ।

 

ରାମାନନ୍ଦ ସାଗର ବୁଝିଗଲେ କି ଆସନ୍ତା ସମୟରେ ଟେଲିଭିଜନର ପ୍ରଭାବ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିବ । ସେଥିପାଇଁ ସେ ରାମାୟଣ ଓ ମହାଭାରତ ଭଳି ଧାରାବାହିକର ନିର୍ମାଣ କରିଲେ । ଏହି ଦୁଇଟି ଧାରାବାହିକ ଆଜି ବି ଟେଲିବିଜନ ଇତିହାସରେ ସବୁଠୁ ଉଚ୍ଚ ସ୍ଥାନରେ ଅଛି । ଏତିକି ନୁହେଁ “ରାମାୟଣ”ରେ ରାମ ଓ ସୀତାର ଭୂମିକା କରୁଥିବା ଅରୁଣ ଗୋଭିଲ ଓ ଦୀପିକା ଚିଖଲିୟାଙ୍କୁ ତ ଲୋକମାନେ ସତରେ ରାମ ଓ ସୀତା କହି ପୂଜା କରିବାକୁ ଲାଗିଥିଲେ ।