Jyotish Shastra- ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି 3 ଟି ନାମର ଝିଅ

ବ୍ୟକ୍ତିର ରାଶି ପରି ତାଙ୍କ ନାମର ପ୍ରଥମ ଅକ୍ଷରରୁ ମଧ୍ୟ ବ୍ୟକ୍ତିର ସ୍ଵଭାବ, ବ୍ୟକ୍ତିତ୍ଵ ଓ ଚିନ୍ତାଧାରା ସମ୍ବନ୍ଧରେ ଜଣା ପଡ଼େ । କୁହାଯାଏ ନାମ ଅନୁସାରେ ଜୀବନସାଥୀ ବାଛିଲେ ଦୁଇ ଜଣଙ୍କ ଅଭ୍ୟାସ ଓ ଚିନ୍ତା ମିଶୁ ଥିବାରୁ ସମ୍ପର୍କରେ ପ୍ରେମ ସ୍ତିର ରହିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ନାମର ଝିଅ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କ ନାମ ନିଜ ଜୀବନ ସହ ନିଜ ସାଥିଙ୍କ ଜୀବନ ଉପରେ ମଧ୍ୟ ଖୁବ୍ ଭଲ ପ୍ରଭାବ ପକାଇ ଥାଏ । ତେବେ ଆସନ୍ତୁ ଜାଣିବା ସେହି ନାମଗୁଡିକ କଣ । P ନାମର ଝିଅମାନେ- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ଖୁବ୍ ଭାଗ୍ୟଶାଳୀ ବୋଲି ମାନାଯାଏ ।

ଏହି ଝିଅ ମାନେ ସ୍ୱଭାବରେ ସାମାନ୍ୟ କ୍ରୋଧୀ ହୋଇଥିଲେ ମଧ୍ୟ ପ୍ରେମରେ ବୁଝାଇଲେ ଶୀଘ୍ର ମାନି ଯାଆନ୍ତି । ଏମାନେ ଉତ୍ତମ ଜୀବନସାଥି ସାବ୍ୟସ୍ତ ହୁଅନ୍ତି । ଏହି ଝିଅ ମାନେ ଅନ୍ୟର ଦୁଃଖ କଷ୍ଟକୁ ଖୁବ୍ ଭଲ ଭାବେ ବୁଝି ପାରନ୍ତି ।

ଏହି ନାମର ଝିଅମାନେ ନିଜ ବାପଘର ସହ ଶାଶୁଘର ଓ ନିଜ ସ୍ଵାମୀଙ୍କ ପାଇଁ ମଧ୍ୟ ଖୁବ୍ ଭାଗ୍ୟଶାଳୀ ସାବ୍ୟସ୍ତ ହୁଅନ୍ତି । ନିଜ ଜୀବନସାଥୀଙ୍କ ସହ ନିଜ ଘରର ମଧ୍ୟ ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି । ଏମାନେ ଥରେ ଯେ କୌଣସି ପ୍ରତିଜ୍ଞା କଲେ ତାହା ନିଶ୍ଚୟ ପାଳନ କରନ୍ତି । ସେଥିପାଇଁ ମାନାଯାଏ କି ଏହି ନାମର ଝିଅ ମାନେ ଯେଉଁ ଘରର ଝିଅ ଓ ବୋହୂ ହୁଅନ୍ତି ସେ ଘରର ଭାଗ୍ୟ ବଦଳାଇ ଦିଅନ୍ତି ।

R ନାମର ଝିଅମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ R ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅ ମାନେ ସଫା ହୃଦୟ ଓ ମଧୁର ଓଷ୍ଠ ଥାଏ ବୋଲି କୁହାଯାଏ । ଏମାନେ ନିଜ ମଧୁର କଥା ଓ ସଫା ହୃଦୟରେ ଲୋକଙ୍କ ହୃଦୟ ଜିତି ପାରିଥାନ୍ତି । ମାନାଯାଏ କି ଏହି ଅକ୍ଷର ନାମ ଥିବା ଝିଅଙ୍କୁ ବିବାହ କରୁଥିବା ପୁରୁଷ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କାରଣ ଏହି ଝିଅମାନେ ନିଜ ଜୀବନସାଥିଙ୍କୁ ଖୁବ୍ ଭଲ ପାଆନ୍ତି ଓ ତାଙ୍କ ଖୁସି ଏବଂ ଉନ୍ନତି ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏମାନେ ଜୀବନସାଥିଙ୍କ ଜୀବନ ଓ ତାଙ୍କ ପରିବାରକୁ ଖୁସିରେ ଭରି ଦିଅନ୍ତି ।

S ନାମର ଝିଅ ମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଦେଖିବାକୁ ଯେପରି ସୁନ୍ଦର ତାଙ୍କ ମନ ମଧ୍ୟ ସେତିକି ସୁନ୍ଦର ଓ ସଫା ହୋଇଥାଏ । ନିଜ ସ୍ବାମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ଧ୍ୟାନ ରଖନ୍ତି । ଏମାନେ ଉଦ୍ଭୟ ବାପଘର ଏବଂ ଶାଶୁଘର ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଝିଅଙ୍କୁ ବିବାହ କରୁଥିବା ବ୍ୟକ୍ତି ବହୁତ୍ ଭାଗ୍ୟବାନ ହୋଇଥାନ୍ତି ।

ଏମାନେ ସର୍ବଦା ନିଜ ସାଥିଙ୍କ ପ୍ରତି ବିଶ୍ଵସ୍ତ ରୁହନ୍ତି ଓ ତାଙ୍କ ସହ ସମସ୍ତ କଥା ସେୟାର କରନ୍ତି । ଏମାନେ ସବୁବେଳେ ଅନ୍ୟର ଯତ୍ନ ନେବାକୁ ଭଲ ପାଆନ୍ତି । ସ୍ବାମୀଙ୍କ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ କରନ୍ତି । ସେଥିପାଇଁ ଏହି ନାମର ଝିଅମାନଙ୍କୁ ମଧ୍ୟ ବିବାହ କଲେ ଭାଗ୍ୟ ଖୋଲିଯାଏ ବୋଲି କୁହାଯାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।