ବହୁତ ବର୍ଷ ପରେ ଗୌତମ ଗମ୍ଭୀର ପ୍ରକାଶ କଲେ ନିଜର ଦୁଃଖ, କହିଲେ – ‘ଧୋନୀ ଯେମିତି ସଚିନ, ବୀରୁ ଓ ମୋ ସହିତ କଲେ, ସେମିତି ହିଁ ଏବେ…’

ୱାର୍ଲ୍ଡ କପ ପରେ ଭାରତୀୟ ଟିମ ର ୱେସ୍ଟଇଂଡୀଜ ଟିମ ସହ ଖେଳିବା ପାଇଁ ଚୟନ କରା ଯାଇଅଛି । ଏହି ସବୁ ମଧ୍ୟରେ ବର୍ତ୍ତମାନ ଗୌତମ ଗମ୍ଭୀର ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି, ଯାହାକୁ ସେ କିଛି ବର୍ଷ ପୂର୍ବେ ସହିଥିଲେ ।

ଭାରତର ପୂର୍ବ କ୍ୟାପଟେନ ରହିଥିବା ଓ ଭଲ ବ୍ୟାଟ୍ସମ୍ୟାନ ଧୋନୀଙ୍କୁ ନେଇ ଓ ଟିମର ଅବସ୍ଥାକୁ ନେଇ ଗୌତମ ଗମ୍ଭୀର ଏକ ବଡ ବୟାନ ଦେଇଛନ୍ତି । ସେ ଧୋନୀଙ୍କର ଟିମ ରେ ରହିବାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଏହା ସହିତ ମିଡିଆ ସହିତ କଥା ହେବା ସମୟରେ ସେ ନିଜର ପୁରୁଣା ଦୁଃଖକୁ ବି ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ।

ଗୌତମ ଗମ୍ଭୀରଙ୍କର ଦୁଃଖ

ପୂର୍ବ କ୍ରିକେଟର ଗୌତମ ଗମ୍ଭୀର ମିଡିଆ ସହିତ କଥା ହୋଇ କହିଲେ କି ବର୍ତ୍ତମାନ ଧୋନୀ ନିଜ ସହିତ ବି ତାହା ହିଁ କରିବା ଉଚିତ, ଯାହା ସେ ମୋ ସହିତ ଓ ସଚିନ, ବୀରୁ ସହିତ କରିଥିଲେ । ଗୌତମ ଗମ୍ଭୀର ଏହି କଥାକୁ ବୁଝାଇ ଆଗକୁ କହିଲେ କି ସେହି ସମୟରେ ଧୋନୀ ଜାଗାରେ ଆମେ ଥିଲୁ, ବର୍ତ୍ତମାନ ଧୋନୀ ଆମ ଜାଗାରେ ଅଛନ୍ତି, ଏମିତିରେ ତାଙ୍କୁ ନିଜର ପୁରୁଣା କଥାକୁ ମନେ ପକାଇବା ସହ ଭବିଷ୍ୟତ ବିଷୟରେ ବିଚାର କରିବା ଦରକାର ।

ସେ କହିଲେ କି ସନ୍ୟାସ ନେବା କିମ୍ବା ନ ନେବା ଧୋନୀଙ୍କ ଉପରେ ନିର୍ଭର କରେ, କିନ୍ତୁ ବର୍ତ୍ତମାନ ତାଙ୍କୁ ନିଜ ବିଷୟରେ ନୁହେଁ, ଟିମ ବିଷୟରେ ଚିନ୍ତା କରିବା ଉଚିତ ।

ଧୋନୀଙ୍କୁ ଚୟନକର୍ତ୍ତାଙ୍କ ସହ ଏହି କଥାବାର୍ତ୍ତା କରିବାର ମୁଁ ନିଜେ ଶୁଣିଛି

ଗୌତମ ଗମ୍ଭୀର ଆଗକୁ କହିଲେ କି ମୋର ମନେ ଅଛି ସେହି ସମୟରେ ଧୋନୀ ଅସ୍ଟ୍ରେଲିୟାରେ କହିଥିଲେ କି ମୁଁ, ସଚିନ ଓ ସେହୱାଗ ତିନି ଜଣ ସିବି ସିରିଜ ଖେଳି ପାରିବୁ ନାହିଁ କାରଣ ପଡିଆ ବଡ ଅଟେ, ସେଥିପାଇଁ ଯୁବ ଖେଳାଳି ଦରକାର । ଏହା ସହିତ ସେ କହିଲେ କି ଏହି ସମୟରେ ଭାବୁକ ହୋଇ ନିସ୍ପତ୍ତି ନେବା ଉଚିତ ନୁହେଁ, ବରଂ ଆସନ୍ତା ୱାର୍ଲ୍ଡକପକୁ ଧ୍ୟାନରେ ରଖି ନିଷ୍ପତି ନେବା ଉଚିତ ।

ୱିକେଟକିପର ରୂପରେ ଏହି ଖେଳାଳିମାନଙ୍କୁ ମିଳିବ ଚାନ୍ସ

ଗୌତମ ଗମ୍ଭୀର ଆଗକୁ କହିଲେ କି ଧୋନୀଙ୍କ ଜାଗାରେ ଅନ୍ୟ ୱିକେଟକିପରଙ୍କୁ ଖୋଜିବା ଆରମ୍ଭ କରିଦେବା ଉଚିତ, ଯେମିତି କି ଋଷଭ ପଂତ, ସଂଜୂ ସୈମସନ, ଈଶାନ କିଶନ କିମ୍ବା ଅନ୍ୟ କୌଣସି ନାମ ଉପରେ ଚର୍ଚା କରିବା ଉଚିତ । ଏହି ଖେଳାଳିମାନଙ୍କୁ ଚାନ୍ସ ଦେବା ଉଚିତ । ଯାହା ଦ୍ଵାରା ଜାଣି ହେବ କି ଟିମ ପାଇଁ କିଏ ସବୁଠୁ ଭଲ  ୱିକେଟକିପର ହୋଇ ପାରିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।