ଭାରତରେ ବହୁତ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏହି ଦୁଇ ପାୱାରଫୁଲ ବାଇକ୍ସ, ଫୁୟେଲ ଇଞ୍ଜେକ୍ସନ ଟେକ୍ନିକ ହେଇଛି ବ୍ୟବହାର

ଭାରତରେ ୟମାହା ଏବଂ ହିରୋ ମୋଟୋକର୍ପ ନିଜର ଦୁଇଟି ବାଇକ୍ସ ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରୁଛି । ୟାମାହା FZ 25 BS6 ବାଇକ ଏବଂ ହିରୋ ନିଜର Xtreme 160Rବାଇକ ଲଞ୍ଚ କରିବା ପାଇଁ ଯାଉଛନ୍ତି । ଭାରତ ଏହି ଦୁଇ ଜଣଙ୍କ ବାଇକ୍ସ କୁ ବହୁତ ଲମ୍ବା ସମୟ ଧରି ଅପେକ୍ଷା କରିଛି । ତା ହେଲେ ଆସନ୍ତୁ ଜାଣିବା ଏହି ଦୁଇଟି ବାଇକ୍ସ ବିଷୟରେ ।

Yamaha FZ 25 BS6

ୟାମାହା ନିଜ ସ୍ପୋର୍ଟ୍ସ ବାଇକ FZ25 ର BS6 ମଡେଲ ର ଦାମ ଉପରୁ ବହୁତ ଶୀଘ୍ର ପରଦା ଉଠାଇବ । କମ୍ପାନୀ ନିଜର ୱେବ୍ସାଇଟ ରେ ଏହାର ଟିଜର ମଧ୍ୟ ଜାରି କରିଛି । ୨୦୨୦ ୟାମାହା ଏଫଜେଡ଼ ୨୫ ବିଏସ୬ ର ଡିଜାଇନରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ କିନ୍ତୁ ଏହାର ସବୁଠୁ ବଡ ପରିବର୍ତ୍ତନ ଇଞ୍ଜିନରେ କରାଯାଇଛି, କାରଣ କମ୍ପାନୀ ବିଏସ୪ ରୁ ବିଏସ୬ ରେ ଅପଗ୍ରେଡ କରିଛି ।

ବର୍ତ୍ତମାନ ଏମିତି କରିବା ଦ୍ଵାରା ବାଇକର ଦାମ ବଢିବାକୁ ଯାଉଛି । ଯଦି ଆମେ ଇଞ୍ଜିନ ବିଷୟରେ କହିବା ତାହେଲେ ନୂଆ ଏଫଜେଡ଼ ୨୫ ବିଏସ୬ ଅନୁରୂପ ୨୪୯ସିସି, ଏୟାର କୁଲ୍ଡ ଇଞ୍ଜିନ ସହିତ ଫ୍ୟୁଲ-ଇଞ୍ଜେକ୍ସନ ଟେକ୍ନୋଲୋଜି ସହିତ ସଜ୍ଜିତ ହୋଇଛି । ଏହି ଇଞ୍ଜିନ ୨୦.୮PS ର ପାୱାର ଏବଂ ୨୦.୧ Nm ର ଟର୍କ ଦେଇଥାଏ । ଏହି ବାଇକର ଓଜନକୁ ବର୍ତ୍ତମାନ ଏକ କିଲୋଗ୍ରାମ ବଢାଇ ଦିଆଯାଇଛି । ବାଇକରେ ଡୁଆଲ ଡିକ୍ସ ବ୍ରେକ ଏବଂ ଡୁଆଲ ଚ୍ୟାନେଲ ଏବିଏସ ଭଳି ଫିଚର୍ସ ମିଳିବ ।

ହିରୋ xtreme ୧୬୦R

ଏହି ବର୍ଷ ମାର୍ଚ ମାସରେ ହିରୋ ମୋଟୋକପ ନିଜର ପ୍ରିମିୟମ ସ୍ପୋର୍ଟ୍ସ ବାଇକ xtreme ୧୬୦R ରୁ ପରଦା ଉଠାଇ ଥିଲା, ଏହାପରେ ସେ ନିଜର ୱେବସାଇଟ ରେ ବି ଲିଷ୍ଟ କରିଦେଇ ଥିଲା । ଏହି ବାଇକ ମାଧ୍ୟମରେ କମ୍ପାନୀ ୧୬୦ସିସି ସେଗମେଣ୍ଟରେ ପାଦ ରଖିବା ପାଇଁ ଯାଉଛି । ହିରୋ xtreme ୧୬୦R କୁ ଦୁଇଟି ଭ୍ୟାରିଏଣ୍ଟ ରେ ତିଆରି କରା ଯାଇଛି । କମ୍ପାନୀ ଏହି ବାଇକକୁ ୯୦,୦୦୦ ଟଙ୍କାରେ ଲଞ୍ଚ କରିପାରେ ।

ନୂଆ xtreme ୧୬୦R ରେ ବର୍ତ୍ତମାନ BS6 କମ୍ପଲାୟନ୍ଟ ୧୬୦cc ର ଇଞ୍ଜିନ ଲଗାଇଛି ଯାହା ୧୫HP ପାୱାର ଏବଂ ୧୪Nm ର ଟର୍କ ଜେନେରେଟ କରିଥାଏ । ଏହା ବ୍ୟତୀତ ଏହି ଇଞ୍ଜିନ ୫ ସ୍ପିଡ ଗିୟରବକ୍ସ ର ଅଟେ । କମ୍ପାନୀର ଦାବି କି ଏହି ବାଇକ ଘଣ୍ଟା ପ୍ରତି ୦-୬୦ କିମି ବେଗକୁ ମାତ୍ର ୪.୭ ସେକେଣ୍ଡ ରେ ଯାଇଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।