୨୧ ବର୍ଷର ସେହି ଭାରତୀୟ ଫୌଜି ଯାହାର ବାହାଦୁରିକୁ ପାକିସ୍ତାନୀ ଫୌଜ ବି ସଲାମ କରିଥାନ୍ତି…..

ଯେତେବେଳେ ଆମର ଚୁପ ରହିବାକୁ ଆମର କମଜୋରି ବୁଝି ନିଆଯାଏ ତେବେ ସମୟ ଆସି ଯାଇଛି କି ତାଙ୍କୁ ଜବାବ ଦିଆଯିବା ଦରକାର । ଏହି କଥା ଆଜି ସମସ୍ତଙ୍କ ହୃଦୟରେ ଅଛି । ସେହି ଯବାନମାନଙ୍କୁ ଲଢିବାକୁ ସୁଯୋଗ ଦେଲେ ନାହିଁ ହେଲେ କାୟର ଭଳି ତାଙ୍କ ଉପରେ ଆକ୍ରମଣ କରି ଚାଲି ଯାଉଛନ୍ତି । ଏହା ସେହି ଯୁଧ୍ୟ ଯାହା ବିଭାଜନ ସମୟର ଆଜାଦୀର ଏତେ ବର୍ଷ ପର୍ଯ୍ୟନ୍ତ ବି ଲଢା ଯାଉଛି ଏବଂ ଆଜି ବି ଜାରି ଅଛି ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେତେବେଳେ ୧୯୭୧ ମସିହାର ଯୁଧ୍ୟ ପରେ ଯେତେବେଳେ ଜଣେ ବ୍ରିଗେଡିୟରଙ୍କୁ ପାକିସ୍ତାନ ସୈନିକମାନଙ୍କ ନିମନ୍ତ୍ରଣ ମିଳିଥିଲା ଏବଂ ତାଙ୍କ ସାମନାରେ ଏକ ବଡ ଭୟାନକ ରାଜ ଖୋଲି ଥିଲେ ।

ଯେତେବେଳେ ହିନ୍ଦୁସ୍ତାନୀ ସୈନିକମାନଙ୍କୁ ପାକିସ୍ତାନରୁ ମିଳିଥିଲା ନିମନ୍ତ୍ରଣ

୨୦୦୧ର ସମୟ ଥିଲା ଯେତେବେଳେ ହିନ୍ଦୁସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତ ପରିବେଶ ଥିଲା । ୮୧ ବର୍ଷର ରିଟାୟର୍ଡ ବ୍ରିଗେଡିୟର ଖେତ୍ରପାଲ ଯାହାଙ୍କ ପାଖକୁ ପ୍ରାୟତଃ ପାକିସ୍ତାନର କୌଣସି ବ୍ରିଗେଡିୟରଙ୍କ ତରଫରୁ ତାଙ୍କୁ କୁହାଯାଉ ଥିଲା କି ସେ ଥରେ ପାକିସ୍ତାନ ଆସନ୍ତୁ । ଏହିଭଳି ବାରମ୍ବାର ସନ୍ଦେଶ ଆସିବାରୁ ଖେତ୍ରପାଲ ଥରେ ନିଷ୍ପତି ନେଲେ କି ସେ ଥରେ ପାକିସ୍ତାନ ଯିବେ ।

ତାଙ୍କର ଇଛା ଥିଲା କି ସେ ମରିବା ପୂର୍ବରୁ ଥରେ ପାକିସ୍ତାନର ସରଗୋଧାରେ ନିଜର ପୁଶ୍ତୈନୀ ଘରକୁ ଦେଖିବେ । ତାଙ୍କର ଅତିଥି ସେବା କରିବା ପାଇଁ ନିମନ୍ତ୍ରଣ କରିଥବା ସୈନିକ ହେଉଛନ୍ତି ଲାହୋରରେ ରହୁଥିବା ବ୍ରିଗେଡିୟର ଖ୍ୱାଜା ମୋହମ୍ମଦ ନସୀର । ଏହା ପରେ ଖେତ୍ରପାଲ ପାକିସ୍ତାନରେ ପହଞ୍ଚିଲେ ।

ଯେତେବେଳେ ନସୀର ଖେତ୍ରପାଲଙ୍କୁ କହିଲେ ସତ୍ୟତା

୩ ଦିନ ପର୍ଯ୍ୟନ୍ତ ନସୀର ଖେତ୍ରପାଲଙ୍କର ସେବା କରୁଥିଲେ । ଏହି ସମୟରେ ଦିନେ ନସୀର ଏବଂ ଖେତ୍ରପାଲ କଥାବାର୍ତ୍ତା କରୁଥିଲେ । ଏବଂ ଖେତ୍ରପାଲଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁ ଥିଲା କି ଗୋଟିଏ ପାକିସ୍ତାନ ସୈନିକ କାହିଁକି ମୋର ଏତେ ସେବା କରୁଛି । ନସୀର ସଙ୍ଗେ ସଙ୍ଗେ ଖେତ୍ରପାଲଙ୍କର ମନ କଥା ଜାଣି ପାରିଲେ । ଏହା ପଛର କାରଣ ହେଉଛି କି ମୋ ହାତରେ ହିଁ ଅରୁଣର ମୁର୍ତ୍ୟୁ ହୋଇଥିଲା ।

୨୧ ବର୍ଷର ପରମଚକ୍ର ବିଜେତା ଅଫିସର

ଅରୁଣ ସେକେଂଡ ଲେଫ୍ଟିନେଂଟ ଅରୁଣ ଖେତ୍ରପାଲ ଥିଲେ । ସେ ଭାରତର ସବୁଠୁ କମ ବୟସର ପରମବୀର ଚକ୍ର ବିଜେତା ଅଫିସର ଥିଲେ । ୧୯୭୧ର ଯୁଧ୍ୟରେ ବାସଂତାର ଯୁଧ୍ୟରେ ପାକିସ୍ତାନ ପାଖରେ ୫ ବଟାଲିୟନ ଏବଂ ହିନ୍ଦୁସ୍ତାନ ପାଖରେ କେବଳ ୩ । ସେତେବେଳେ ପାକିସ୍ତାନର ଅଧିକ ଶକ୍ତିଶାଳୀ ଦେଖା ଯାଉଥିଲା । ତଥାପି ଅରୁଣ ସାହସର ସହିତ ପାକିସ୍ତାନ ସୈନିକ ମାନଙ୍କର ସାମନା କରିଲେ ଏବଂ ପାକିସ୍ତାନର ୧୦ ଟି ଟ୍ୟାଙ୍କକୁ ମାଟିରେ ମିଶାଇ ଦେଲେ ।

ଅରୁଣ ଶେଷ ଟ୍ୟାଙ୍କକୁ ନଷ୍ଟ କରିଲେ ଏବଂ ସେ ୧୦୦ ମିଟରରୁ କମ ଦୂରରେ ଥିଲେ । ଏହି ସମୟରେ ଅରୁଣଙ୍କ ଟ୍ୟାଙ୍କରେ ନିଆଁ ଲାଗିଗଲା । ସେନା ତାଙ୍କୁ ଟ୍ୟାଙ୍କ ଛାଡିବା ପାଇଁ କହିଲେ କିନ୍ତୁ ଅରୁଣଙ୍କର ଶେଷ ଶବ୍ଦ ଥିଲା – ସାର ମୋର ବନ୍ଧୁକ ବର୍ତ୍ତମାନ ପର୍ଯ୍ୟନ୍ତ ବି ଫାୟାର କରୁଛି, ଯେତେବେଳେ ପର୍ଯ୍ୟନ୍ତ ଏହା କାମ କରୁଥିବ, ମୁଁ ଫାୟାର କରୁଥିବି…. ଏହା ପରେ ଟ୍ୟାଙ୍କରେ ନିଆଁ ଲାଗିଗଲା ଏବଂ ଅରୁଣ ସହିଦ ହୋଇଗଲେ ।

ଯେତେବେଳେ ମୁର୍ତ୍ୟୁର ସତ୍ୟତା ଜଣା ପଡିଲା

ଅରୁଣ ବ୍ରିଗେଡିୟର ଖେତ୍ରପାଲଙ୍କର ପୁଅ ଥିଲେ । ନସୀର କହିଲେ କି ଦୁଇଜଣ ପରସ୍ପରକୁ ଫାୟାର କରୁଥିଲେ । ନସୀରଙ୍କର ଭାଗ୍ୟ ଭଲଥିଲା କି ସେ ବଞ୍ଚିଗଲେ । କିନ୍ତୁ ଅରୁଣ ଖେତ୍ରପାଲଙ୍କ ଏନକାଉଂଟର ସମୟରେ ନସୀର ୨୧ ବର୍ଷ ଯୁବକର ବାହାଦୁରି ଆଗରେ ନତମସ୍ତକ ହେଲେ ଏବଂ ତାଙ୍କର ବୀରତାକୁ ହୃଦୟ ଭିତରେ ହିଁ ସଲାମ କରୁଥିଲେ ।

ଏହି ବାକ୍ୟକୁ ବ୍ରିଗେଡିୟର ଖେତ୍ରପାଲ ଚୁପଚାପ ଶୁଣୁ ଥିଲେ । ଏହ ପରେ ଖେତ୍ରପାଲ କହିଲେ କି – ତୁମେ ନିଜର କର୍ତ୍ତ୍ୟବ୍ୟ କରୁଥିଲ ଏବଂ ସେ ନିଜର…… ।

୧୬ ଡିସେମ୍ବରକୁ ସହିଦ ହୋଇଥିବା ସେକେଂଡ ଲେଫ୍ଟିନେଂଟ ଅରୁଣ ଖେତ୍ରପାଲଙ୍କୁ ମରଣୋପରାଂତ ପରମବୀର ଚକ୍ର ଦ୍ଵାରା ସମ୍ମାନିତ କରାଗଲା । ତାଙ୍କର ବୀରତାର ପ୍ରଶଂସା କରି ପାକିସ୍ତାନ ବି ନିଜର ଡିଫେଂସ ୱେବସାଇଟ ଉପରେ ଏକ ଭାରତୀୟ ସୈନିକର ବାହାଦୁରି କାହାଣୀକୁ ସଜାଇ ରଖିଛନ୍ତି ।

ଆଶାକରୁଛୁ ଆମ ଏହି ଲେଖାଟି ଆପଣଙ୍କୁନିଶ୍ଚୟ ଭଲ ଲାଗିଥିବ । ଭଲ ଲାଗିଲେ ଶେୟାର କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।