Odisha Train Tragedy: ବାହାନଗାର ଏହି ହିରୋଙ୍କୁ 100 ସଲାମ ! ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ସାଜିଲେ ଦେବଦୂତ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବାଲେଶ୍ଵର ବାହାନଗା ଟ୍ରେନ ଟ୍ରାଜେଡି ଆଉ ଓଡିଶା କି ଭାରତ ଭିତରେ ସୀମିତ ନାହିଁ । ଶୁକ୍ରବାର କାଳ ରାତିରେ କରୋମଣ୍ଡଳ ର କରୁଣ କାହାଣୀ ଯାହା ପୁରା ବିଶ୍ଵ କୁ ସ୍ତବ୍ଧ କରି ଦେଇଛି । ମର୍ମନ୍ତୁଦ ରେଳ ଦୁର୍ଘଟଣା ର ଛାତିଥରା ଦ୍ରୁଶ୍ଯ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ହେଲେ ଏ ସବୁ ଭିତରେ ଏମିତି ବି କିଛି ଯୁବକ ଅଛନ୍ତି ଯେଉଁ ମାନଙ୍କୁ ଆଜି ସମସ୍ତେ କହୁଛନ୍ତି ଦେବଦୂତ ।

କାରଣ ପ୍ରଚଣ୍ଡ ଶବ୍ଦ ଆଉ ଚିତ୍କାର ଶୁଣି ଯେଉଁ ମାନେ ପ୍ରଥମେ ଉଧାର କରିବାକୁ ଆଗେଇଆ ଆସିଥିଲେ ସେମାନେ ଆଉ କେହି ନୁହନ୍ତି ସେମାନେ ହେଉଛନ୍ତି ବାହାନଗା ଗାଁ ର ଯୁବକ । ଯେଉଁ ମାନଙ୍କର ଘର ସେହି ରେଳ ଧାରଣ ନିକଟରେ । କୀଟ କୀଟ ଅନ୍ଧାର ଭିତରେ ଅଗ୍ନିସମ ବିଭାଗ, ଓଡ୍ରାଫ ଟିମ ପହଞ୍ଚିବା ପୂର୍ବରୁ ଏହି ଯୁବକ ମାନେ ଓଲଟି ପଡିଥିବା ଆହତ ଯାତ୍ରୀ ଙ୍କୁ ଉଧାର କରିଛନ୍ତି ।

ଏହି ସମୟର କରୁଣ ଦୃଶ୍ୟ ମନେ ପକାଇଲା ବେଳକୁ ଏମାନଙ୍କ ଦେହ ଏବେ ଥଋ ଉଠୁଛି । କାରଣ ଶହ ଶହ ଶବ ଙ୍କ ଭିଡରୁ ଜୀବନ ବଞ୍ଚିବାର ଆତ୍ମ ଚିତ୍କାର ଏହି ମାନେ ହିଁ ଶୁଣିଛନ୍ତି । ରେଳ ଧାରଣାରେ ପରିବାର ଶହ ରହୁଥିବା ଜଣେ ଯୁବକ ଯିଏ କି ରେଳ ଗାଡି ପ୍ୟାନ୍ତ୍ରୀ କାର ରେ କାମ କରନ୍ତି । ଦୁର୍ଘଟଣା ଖବର ପାଇବା ପରେ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ ଯୁବକ ଜଣକ । ଏକାଧିକ ଆହତ ଙ୍କୁ ଉଧାର କରିଥିଲେ ।

ହେଲେ ଦୁର୍ଭାଗ୍ୟ ବଶତଃ ଟ୍ରେନରେ ଫସି ଯାଇଥିବା ତାଙ୍କର 2 ସାଙ୍ଗ ଙ୍କୁ ସେ ଉଧାର କରିପାରି ନ ଥିଲେ । ଯେଉଁ ମାନଙ୍କର ମୃତ୍ୟୁ ହୋଇଥିଲା ଜଣା ପଡିଛି । ସେପଟେ ବାହାନଗା ରେ ଉଧାର ଚାଲିଥିବା ବେଳେ ଏ ହେଉଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉ ଏକ କରୁଣ ଦ୍ରୁଶ୍ଯ ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରେଳ ଦୁର୍ଘଟଣା ଖବର ଚାରି ଆଡେ ଛାଇ ଯାଇଥିବା ବେଳେ ଏଠାରେ ହଠାତ ରୁଣ୍ଡ ହୋଇଛନ୍ତି ସାଧାରଣ ଲୋକେ । ଏମାନେ କେହି ଚିକିତ୍ସା ପାଇଁ ଆସି ନାହାନ୍ତି ବରଂ ସ୍ଵ-ଇଚ୍ଛା ରେ ରକ୍ତ ଦାନ କରିବାକୁ ଧାଡି ବାନ୍ଧି ଛନ୍ତି । ଆଉ ଏହି ଦ୍ରୁଶ୍ଯ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ସ୍ଵାଭାବିକ ହେଲାଣି । ତଥାପି ଦୁର୍ଘଟଣାର ଦେବଦୂତ ସାଜିଥିବା ବାହନଗା ଗାଁ ର ଏହି ଯୁବକ ମାନଙ୍କ ନରୁ ଲିଭିନି ସେହି ଛାତିଥରା ଦ୍ରୁଶ୍ଯ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।