ମହିଳାର ବ୍ୟାଗରୁ ଶୁଣିବାକୁ ମିଳିଲା ଅଜବ ଆବାଜ, କସ୍ଟମ ଅଫିସର ମାନେ ଖୋଲି ଦେଖିଲେ ତ ଉଡିଗଲା ତାଙ୍କ ହୋସ୍

ଏହି ଦୁନିଆ ବହୁତ ଅଜବ ଗଜବ ଲୋକମାନଙ୍କ ଦ୍ଵାରା ଭରି ଅଛି । କେବେ ଆମ ସାମ୍ନାରେ କିଛି ଏମିତି କଥା ଆସିଥାଏ । ଯାହାକୁ ମାନିବା ବହୁତ କଷ୍ଟ ହୋଇଥାଏ । କିନ୍ତୁ ସତ ତ ସତ ଅଟେ । କହିବାକୁ ଗଲେ ବର୍ତ୍ତମାନ ଗୋଟିଏ ଏମିତି ହିଁ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ମେଲବୋର୍ନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ କିଛି ଅଜବ ଗଜବ ଜିନିଷ ନିଜ ବ୍ୟାଗରେ ନେଇ ଯାଉଥିଲା ।

୨୭ ବର୍ଷୀୟ ଏହି ଜାପାନୀ ମହିଳାକୁ ବର୍ତ୍ତମାନ ଗିରଫ୍ତାର କରି ନିଆ ଯାଇଛି ଓ ତାହା ପର୍ସରୁ କିଛି ଅଜବ ପ୍ରକାରର ଝିଟିପିଟି ମିଳିଛି । ମହିଳାର ବ୍ୟାଗରେ ୧୯ଟି ଝିଟିପିଟି ଥିଲା । ଏୟାରପୋର୍ଟରେ ଉପସ୍ଥିତ ବର୍ଡର ଫୋର୍ସର ଅଧିକାରୀମାନେ ଏହି ମହିଳାକୁ ଏହି ଝିଟିପିଟିଙ୍କ ସହିତ ଧରିଥିଲେ । ମହିଳାର ବ୍ୟାଗରେ ୧୭ଟି ଶିଂଗଲବୈକ ଝିଟିପିଟି ଥିଲା ଓ ଦୁଇଟି ନୀଳ ଜିଭ ବାଲା ଝିଟିପିଟି ଥିଲା ।

ଅଫିସରମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଝିଟିପିଟିମାନଙ୍କ ଉପରେ ଘାସ ଲାଗିଥିଲା ଓ ତାଙ୍କୁ ଦେଖି ଲାଗୁଥିଲା କି ଯେମିତି ତାଙ୍କୁ ଜଙ୍ଗଲରୁ ଧରା ହୋଇଛି । ଏହି ତଥ୍ୟ ଅନୁସାରେ ଏହା ସ୍ପଷ୍ଟ ହୋଇଗଲା କି ମହିଳା ଏହି ଝିଟିପିଟିମାନଙ୍କର ଚାଲାଣ କରୁଥିଲା । ଯେମିତି ହିଁ ଝିଟିପିଟି ଅଫିସରମାନଙ୍କ ପାଖକୁ ଆସିଲା ତେବେ ସଙ୍ଗେ ସଙ୍ଗେ ସେମାନେ ଝିଟିପିଟି ଗୁଡିକୁ ପଶୁ ଡାକ୍ତରଙ୍କ ପାଖକୁ ପଠାଇ ଦେଲେ ।

ଖବର ଏହା ଅଟେ କି ଅଷ୍ଟ୍ରେଲିଆରେ ସବୁ ବର୍ଷ ଚୋରା ଚାଲାଣ କରୁଥିବା ସମୟରେ ବହୁତ ଲୋକଙ୍କୁ ଗିରଫ୍ତାର କରାଯାଇଥାଏ ଓ ସେଠିକାର ସରକାରକୁ ଚୋରା ଚାଲାଣ ଉପରେ ବହୁତ କଡା ନିୟମ ପ୍ରସ୍ତୁତ କରି ରଖିବାକୁ ପଡିଥାଏ । ଏହି କାମ ପାଇଁ ମହିଳାକୁ ଦୁଇ ବର୍ଷ ଜେଲ ହୋଇପାରେ କିମ୍ବା ୨୧୦,୦୦୦ ଡଲାର ଜୁର୍ମାନା ଦେବାକୁ ପଡିପାରେ ।