ବଢୁଛି ନକଲି ନୋଟର କାରବାର, ଏମିତି ଚିହ୍ନନ୍ତୁ ଆପଣଙ୍କ ପକେଟରେ ରଖିଥିବା ୨୦୦୦ ଓ ୫୦୦ ଟଙ୍କିଆ ନୋଟ ଅସଲି ନା ନକଲି

ଭାରତରେ ନକଲି ନୋଟ ବ୍ୟବସାୟ ଦିନକୁ ଦିନ ବଢି ଚାଲିଛି । ୧୦ ଜୁନରେ ପୁଣିଥରେ ପୁନେରେ ପ୍ରାୟ ୧୦କୋଟି ନକଲି ନୋଟ ଧରାପଡିଛି । ତାହା କେବଳ ୨୦୦୦ ଏବଂ ୫୦୦ ଟଙ୍କିଆ ନୋଟ ଅଟେ । ସରକାର ସୁରକ୍ଷା ପାଇଁ ପୁରୁଣା ବଡ ନୋଟକୁ ବଦଳାଇ ତା ଜାଗାରେ ନୂଆ ନୋଟ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ବଜାରରେ ନକଲି ନୋଟ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇପାରିଲା ନାହିଁ । ଆସନ୍ତୁ ଜାଣିବା କେମିତି ଚିହ୍ନିବା ଅସଲି ଏବଂ ନକଲି ୨୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ।

୨୦୦୦ନୋଟ ଅସଲି କିମ୍ବା ନକଲି ଏମିତି ଜାଣନ୍ତୁ

୨୦୦୦ ନୋଟର ମୂଳ ରଙ୍ଗ ମ୍ୟାଜେଣ୍ଟା ଏବଂ ଏହାର ଆକାର ୬୬ମିମି ଗୁଣ ୧୬୬ମିମି ଅଟେ । ନୋଟର ଆଗରେ ମହାତ୍ମା ଗାନ୍ଧୀ ଏବଂ ପଛରେ ମଙ୍ଗଲୟାନ ର ଫଟୋ ଅଛି ।

ପରିଚୟର ଚିହ୍ନ-୧ ନୋଟକୁ ଲାଇଟ ସାମନାରେ ରଖିଲେ ସେଥିରେ ୨୦୦୦ ଲେଖାଥିବାର ଦେଖାଯିବ ।

ପରିଚୟର ଚିହ୍ନ-୨ ଆଖି ସାମନାରେ ୪୫ଡିଗ୍ରୀ ଆଙ୍ଗଲରେ ରଖିଲେ ୨୦୦୦ ଲେଖାହୋଇଛି ବୋଲି ଦେଖାଯିବ ।

ପରିଚୟର ଚିହ୍ନ-୩ ଦେବନାଗରୀ ଅକ୍ଷର ରେ ୨୦୦୦ ଲେଖା ହୋଇଥିବାର ଦେଖାଯିବ ।

ପରିଚୟର ଚିହ୍ନ-୪ ସେନ୍ଟର ରେ ମହାତ୍ମାଗାନ୍ଧୀଙ୍କର ଚିତ୍ର ଥିବ ।

ପରିଚୟର ଚିହ୍ନ-୫ ଛୋଟ ଛୋଟ ଅକ୍ଷରରେ RBI ଏବଂ ୨୦୦୦ ଲେଖା ଯାଇଥିବ ।

ପରିଚୟର ଚିହ୍ନ-୬ ଭାରତ ଆରବିଆଇ ଏବଂ ୨୦୦୦ ଲେଖାଥିବା ନୋଟକୁ ହାଲକାରେ ମୋଡିଲେ ସେହି ଭାଗର ରଙ୍ଗ ସବୁଜରୁ ନୀଳ ହୋଇଯାଇ ଥାଏ ।

ପରିଚୟର ଚିହ୍ନ-୭ ଗଭର୍ନରଙ୍କ ଦସ୍ତଖସ୍ତ, ଗ୍ୟାରେଣ୍ଟି ଧାରା, ପ୍ରତିଶୃତି ଧାରା ଏବଂ ଆରବିଆଇ ଲୋଗୋ ଡାହାଣ ପାଖରେ ଥିବ ।

ପରିଚୟର ଚିହ୍ନ-୮ ଉପରେ ସବୁଠାରୁ ବାମ ପଟରେ ଏବଂ ତଳେ ସବୁଠାରୁ ଡାହାଣ ପାଖରେ ଲେଖାଯାଇ ଥିବା ନମ୍ବର ବାମରୁ ଡାହାଣ ପାଖକୁ ଆକାର ବୃଦ୍ଧି ପାଉଥିବ ।

ପରିଚୟର ଚିହ୍ନ-୯ ଲେଖାଯାଇ ଥିବା ୨୦୦୦ ର ରଙ୍ଗ ବଦଳି ସବୁଜରୁ ନୀଳ ହୋଇଯାଏ ।

ପରିଚୟର ଚିହ୍ନ-୧୦ ଡାହାଣ ପାଖରେ ଅଶୋକ ସ୍ତମ୍ଭ ଥିବ ।

ପରିଚୟର ଚିହ୍ନ-୧୧ ଡାହାଣ ପାଖରେ ଆୟତାକାର ବାକ୍ସରେ ୨୦୦୦ ଲେଖାଯାଇଛି ।

ପରିଚୟର ଚିହ୍ନ-୧୨ ଡାହାଣ ଏବଂ ବାମରେ ସାତଟି ବ୍ଲିଡ ଲାଇନ ଅଛି ।

ପଛପଟରେ

ପରିଚୟର ଚିହ୍ନ-୧୩ ନୋଟରେ ମୁଦ୍ରଣ ବର୍ଷ ଲେଖାଯାଇଛି ।

ପରିଚୟର ଚିହ୍ନ-୧୪ ସ୍ଲୋଗାନ ସହିତ ସ୍ଵଛଭାରତ ଲୋଗୋ ।

ପରିଚୟର ଚିହ୍ନ-୧୫ କେନ୍ଦ୍ର ଉପରେ ଭାଷା ପ୍ୟାନେଲ ।

ପରିଚୟର ଚିହ୍ନ-୧୬ ମଙ୍ଗଳୟାନ ନମୁନା ।

ଦୃଷ୍ଟିହିନଙ୍କ ପାଇଁ

ମହାତ୍ମାଗାନ୍ଧୀଙ୍କ ଚିତ୍ର, ଅଶୋକ ସ୍ତମ୍ଭର ପ୍ରତୀକ, ବ୍ଲିଡ ଲାଇନ ଏବଂ ପରିଚୟ ଚିହ୍ନ khoଦିତ ହୋଇଛି ।

୫୦୦ଟଙ୍କିଆ ନୋଟ ଅସଲି ନା ନକଲି ଏମିତି ଚିହ୍ନନ୍ତୁ

ପରିଚୟର ଚିହ୍ନ-୧ ନୋଟକୁ ଲାଇଟ ସାମନାରେ ଏବଂ ଆଖି ଆଗରେ ୪୫ଡିଗ୍ରୀ କରି ଦେଖିଲେ ୫୦୦ଲେଖାଥିବା ଦେଖାଯିବ ।

ପରିଚୟର ଚିହ୍ନ-୨ ଦେବନଗରୀରେ ୫୦୦ ଲେଖାଯାଇ ଥିବାର ଦେଖାଯିବ ।

ପରିଚୟର ଚିହ୍ନ-୩ ପୁରୁଣା ନୋଟ ଅପେକ୍ଷା ନୂଆ ନୋଟରେ ମହାତ୍ମାଗାନ୍ଧୀଙ୍କ ଚିତ୍ର ସ୍ଥାନ ଅଲଗା ଅଟେ ।

ପରିଚୟର ଚିହ୍ନ-୪ ନୋଟକୁ ହାଲକାରେ ମୋଡିଲେ ସିକ୍ଯୁରିଟି ଥ୍ରେଡ ରଙ୍ଗ ସବୁଜରୁ ନୀଳ ହୋଇଯିବ ।

ପରିଚୟର ଚିହ୍ନ-୫ ନୂଆ ନୋଟରେ ଗ୍ୟାରେଣ୍ଟି କ୍ଲଜ, ଗଭର୍ନର ଦସ୍ତଖସ୍ତ, ପ୍ରତିଶୃତି କ୍ଲଜ ଏବଂ ଆରବିଆଇ ଲୋଗୋ ଡାହାଣକୁ ଚାଲିଆସିଛି ।

ପରିଚୟର ଚିହ୍ନ-୬ ଏଥିରେ ମାହାତ୍ମାଗାନ୍ଧୀଙ୍କ ଚିତ୍ର ଏବଂ ଇଲୋକ୍ଟ୍ରୋପାଇପ ୱାଟରମାର୍କ ଅଛି ।

ପରିଚୟର ଚିହ୍ନ-୭ ଉପର ବାମପାର୍ଶ୍ଵ ଏବଂ ତଳ ଡାହାଣପାର୍ଶ୍ଵ ସଂଖ୍ୟା ବାମରୁ ଡାହାଣପାର୍ଶ୍ଵକୁ ବୃଦ୍ଧି କରାଯାଇଛି ।

ପରିଚୟର ଚିହ୍ନ-୮ ଏଥିରେ ଲେଖାଥିବା ୫୦୦ରଙ୍ଗ ବଦଳି ସବୁଜରୁ ନୀଳ ହୋଇ ଯାଇଥାଏ ।

ପରିଚୟର ଚିହ୍ନ-୯ ଡାହାଣ ପାର୍ଶ୍ଵରେ ଅଶୋକସ୍ତମ୍ଭ ଏବଂ ସର୍କଲବାକ୍ସ ଅଛି ଯେଉଁଥିରେ ୫୦୦ ଲେଖା ହୋଇଛି ।

ପରିଚୟର ଚିହ୍ନ-୧୦ ଡାହାଣ ଏବଂ ବାମପାର୍ଶ୍ଵରେ ୫ଟି ବ୍ଲିଡ ଲାଇନ୍ସ ଅଛି ।

ପଛପାର୍ଶ୍ଵ

ପରିଚୟର ଚିହ୍ନ-୧୧ ନୋଟର ମୁଦ୍ରଣ ବର୍ଷ ଲେଖାହୋଇଛି ।

ପରିଚୟର ଚିହ୍ନ-୧୨ ସ୍ଲୋଗାନ ସହିତ ସ୍ଵଛଭାରତ ଲୋଗୋ । କେନ୍ଦ୍ର ଉପରେ ଭାଷା ପ୍ୟାନେଲ ।

ପରିଚୟର ଚିହ୍ନ-୧୩ ଭାରତୀୟ ପତାକା ସହିତ ରେଡ ଦୁର୍ଗର ଚିତ୍ର ।

ପରିଚୟର ଚିହ୍ନ-୧୪ ଦେବନଗରୀରେ ୫୦୦ ଲେଖାହୋଇଛି ।

ଦୃଷ୍ଟିହୀନଙ୍କ ପାଇଁ

ମହାତ୍ମାଗାନ୍ଧୀ ଚିତ୍ର, ଅଶୋକସ୍ତମ୍ଭ ପ୍ରତୀକ, ବ୍ଲିଡ ଲାଇନ ଏବଂ ପରିଚୟ ଚିହ୍ନ ଖୋଦିତ ଭାବରେ ଅଛି । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।