୧ ଜୁଲାଇରୁ ବଦଳି ଯିବ ଆପଣଙ୍କ ବ୍ୟାଙ୍କ ଖାତା ସହ ଜଡିତ ୩ଟି ନିୟମ, ଜାଣିନେବା ନିହାତି ଦରକାର

୧ ଜୁଲାଇ ଠାରୁ ବ୍ୟାଙ୍କ ସହ ଜଡିତ ବହୁତ ନିୟମ ବଦଳି ଯିବ । ଯାହା ବିଷୟରେ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ୧ ଜୁଲାଇରୁ ଏଟିଏମରୁ ଟଙ୍କା ବାହାର କରିବାର ନିୟମ ବି ବଦଳି ଯିବ । ତେବେ ଅନ୍ୟ ପଟେ ଲୋନ ମୋରେଟୋରିଅମ, ସେଭିଙ୍ଗ ଖାତାରେ ମିନିମମ ବାଲାନ୍ସ ସୀମା ହଟାଇବା ଭଳି ଜିନିଷ ସାମିଲ ଅଛି । ବର୍ତ୍ତମାନ ୩୦ ଜୁନ ପରେ ବ୍ୟାଙ୍କର ଏହି ସବୁ ନିୟମ ବଦଳି ଯିବ ।

ଏମିତିରେ ଏହା ଜାଣି ନେବା ଆପଣଙ୍କ ପାଇଁ ସବୁଠୁ ଜରୁରୀ ଅଟେ କି କେଉଁ ସମସ୍ତ ନିୟମ ବଦଳିବ । କାରଣ ଆପଣଙ୍କ ଗୋଟିଏ ଛୋଟ ଭୁଲ ଆପଣଙ୍କ ଉପରେ ଭାରି ପଡିପାରେ ।

PNB କମ କରିଛି ସେଭିଙ୍ଗ ଆକାଉଣ୍ଟ ଉପରେ ସୁଧ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସେଭିଙ୍ଗ ଖାତାରେ ଦେଉଥିବା ସୁଧର ଦରରେ ୦.୫୦ ପ୍ରତିଶତ ସୁଧ କମ କରିଛି । ୧ ଜୁଲାଇରୁ ବ୍ୟାଙ୍କର ସେଭିଙ୍ଗ ଖାତାରେ ୩.୨୫ ପ୍ରତିଶତ ବର୍ଷକୁ ସୁଧ ମିଳିବ । ପିଏନବିର ସେଭିଙ୍ଗ ଖାତାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସରେ ୩ ପ୍ରତିଶତ ଓ ୫୦ ଲକ୍ଷରୁ ଅଧିକ ବାଲାନ୍ସ ଉପରେ ୩.୨୫ ପ୍ରତିଶତ ବର୍ଷକୁ ସୁଧ ଦର ହିସାବରେ ସୁଧ ମିଳିବ । ଏହା ପୂର୍ବରୁ ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ ବି ସେଭିଙ୍ଗ ଖାତା ଉପରେ ମିଳୁଥିବା ସୁଧର ଦରକୁ କମ କରି ଦେଇଥିଲା ।

୧ ଜୁଲାଇରୁ ବଦଳି ଯିବ ATMରୁ କ୍ୟାସ ବାହାର କରିବାର ନିୟମ

ଲକଡାଉନ ଓ କରୋନା କାରଣରୁ ୧ ଜୁଲାଇରୁ ATMରୁ କ୍ୟାସ ବାହାର କରିବାର ନିୟମ ବଦଳିବାକୁ ଯାଉଛି । ଯାହା ଦ୍ଵାରା ଆପଣଙ୍କ ପକେଟ ଉପରେ ବୋଝ ବଢିବ । ଏଟିଏମରୁ ଟଙ୍କା ବାହାର କରିବା ୧ ଜୁଲାଇରୁ ଆପଣଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି । ଅର୍ଥ ମନ୍ତ୍ରାଳୟ ଏଟିଏମରୁ କ୍ୟାସ ବାହାର କରିବା ପାଇଁ ସମସ୍ତ ପ୍ରକାରର ଟ୍ରାଂଜାକ୍ସନ ଚାର୍ଜେସ ହଟାଇ ଦେଇ ଥିଲା । ସରକାର ତିନି ମାସ ପାଇଁ ଏଟିଏମ ଟ୍ରାଂଜାକ୍ସନ ଚାର୍ଜେସ ହଟାଇ ଲୋକମାନଙ୍କୁ କରୋନା ସଙ୍କଟ ମଧ୍ୟରେ ବହୁତ ବଡ ମୁକ୍ତି ଦେଇଥିଲେ । ଏହି ମୁକ୍ତି କେବଳ ୩ ମାସ ପାଇଁ ଦିଆ ଯାଇଥିଲା । ଯାହାକି ୩୦ ଜୁନ ୨୦୨୦କୁ ଶେଷ ହେବାକୁ ଯାଉଛି ।

ଆକାଉଣ୍ଟରେ ଆଭରେଜ ମିନିମମ ବାଲାନ୍ସ

କରୋନ ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ କି କୌଣସି ବି ବ୍ୟାଙ୍କରେ ସେଭିଙ୍ଗ ଆକାଉଣ୍ଟରେ ଆଭରେଜ ମିନିମମ ବାଲାନ୍ସ ବାଧ୍ୟତା ହେବ ନାହିଁ । ଏହି ଆଦେଶ ଏପ୍ରିଲ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଥିଲା । ଏମିତିରେ ଖାତାରେ ଆଭରେଜ ମିନିମମ ବାଲାନ୍ସ ନ ଥିଲେ ମଧ୍ୟ ଲୋକମାନଙ୍କୁ କୌଣସି ପ୍ରକାରର ଜୁର୍ମାନା ଦେବାକୁ ପଡୁ ନ ଥିଲା । କିନ୍ତୁ ବର୍ତ୍ତମାନ ୩୦ ଜୁନକୁ ଏହି ନିଷ୍ପତି ଶେଷ ହେବାକୁ ଯାଉଛି ଓ ଯାହା ଦ୍ଵାରା ଏହାର ସିଧା ପ୍ରଭାବ ଆପଣଙ୍କ ଉପରେ ପଡିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।