‘ହଠାତ୍ ବନ୍ଦ କରିଦେଲେ, ମନ ମାନୁନି’ ବଡଦିନ ପାଳନରେ କଟକଣା ପାଇଁ ଅସନ୍ତୁଷ୍ଟ ସାଧାରଣ ଜନତା, କଣ କହୁଛନ୍ତି ଦେଖନ୍ତୁ ଏହି Video

କହିଦେଛୁ କି ଗତକାଲି ରାଜ୍ୟ ସରକାର ଅଚାନକ ଗାଇଡଲାଇନ ଜାରି କରି ସମସ୍ତଙ୍କୁ ଅଳ୍ପ ଅସୁବିଧାରେ ପକାଇ ଦେଇଛନ୍ତି । କିନ୍ତୁ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତି ନିଆଯାଇଛି । ଗତକାଲି ଗାଇଡଲାଇନରେ ଜାରି ହୋଇଥିଲା କି ବଡ ଦିନରେ ଚର୍ଚ୍ଚ ଗୁଡିକରେ ୫୦ ଜଣରୁ ଅଧିକ ଲୋକ ଯାଇ ପାରିବେ ନାହିଁ । ଏହା ଗାଇଡ ଲାଇନ ୨୫ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଛି ଓ ଏଥିରେ ବହୁତ କଟକଣା ମଧ୍ୟ ଲାଗୁ କରାଯାଇଛି ।

ଏହା ମଧ୍ୟରେ ଯେତେବେଳେ ଆଜି ଲୋକମାନେ ଚର୍ଚ୍ଚ ଯିବାକୁ ଚାହିଁଲେ ତେବେ ପୋଲିସ ତାଙ୍କୁ ଅଟକାଇ ଦେଲେ । ଏମିତିରେ ଲୋକମାନେ ମନ ଦୁଃଖ କରି ଫେରିଗଲେ । ଜଣେ ମହିଳା କହିଲେ କି ଯଦି ପୋଲିସ ଆମକୁ ଗେଟ ପାଖରେ ମନା କରି ଦେଇ ଥାନ୍ତେ କି ୫୦ ଜଣରୁ ଅଧିକ ଲୋକଙ୍କୁ ଅନୁମତି ନାହିଁ ତେବେ ଆମେ ଗେଟ ପାଖରୁ ଫେରି ଯାଇ ଥାନ୍ତୁ । କିନ୍ତୁ ବନ୍ଦ କରିବା କାରଣରୁ ଆମର ମନ ଟିକେ ଦୁଃଖ ହେଲା ।

ଆମେ ବର୍ଷକୁ ଥରେ ଭଗବାନଙ୍କ ଆଶୀର୍ବାଦ ବି ନେଇ ପାରିଲୁ ନାହିଁ । ସେଥିପାଇଁ ମନ ଖରାପ ଲାଗୁଛି । ମହିଳା ଜଣକ ଆଗକୁ କହିଲେ କି ଯେତେ ବି କଟକଣା ଲାଗୁ କରିଲେ ବି ବର୍ଷକୁ ଥରେ ସମସ୍ତେ ଭଗବାନଙ୍କ ପାଖକୁ ଆସିବେ ଓ ଭିଡ ତ ହବ । ଗତକାଲି ସନ୍ଧ୍ୟା ସମୟରେ ବି ଲୋକମାନେ ଆସିଥିଲେ, ଭିଡ ବି ହେଇ ଥିଲା । କିନ୍ତୁ ଆଜି ସକାଳେ ଅଚାନକ ବନ୍ଦ କରି ଦେଲେ ।

ପୁଣି ଅଧାରୁ ବନ୍ଦ କରି ଦେଲେ ଯେ ତାହା ଆହୁରି ଅଧିକ ଖରାପ ଲାଗୁଛି । ଅନ୍ୟ ଜଣେ ବ୍ୟକ୍ତି ପ୍ରଥମେ ପ୍ରଭୁ ଯୀଶୁଙ୍କ ମହାନତା ବିଷୟରେ କହିଲେ । ଏହା ପରେ କହିଲେ କି ବହୁତ ଦୁଃଖ ଲାଗୁଛି କି ଆମର ଉତ୍ସବ ଅଧା ହୋଇଥିଲା କି ସେହି ସମୟରେ ପୋଲିସ ଆସି ଏହାକୁ ବନ୍ଦ କରି ଦେଲେ ।

ସରକାରଙ୍କ ଗାଇଡଲାଇନ ଯାହା ଅଛି ପୋଲିସ ତାକୁ ହିଁ କରିଛନ୍ତି । ଆମକୁ ଦୁଃଖ ଲାଗୁଛି କିନ୍ତୁ ନିୟମ ମାନିବା ପାଇଁ ସମସ୍ତେ ବାଧ୍ୟ । ସେଥିପାଇଁ ଆମେ ସମସ୍ତେ ନିୟମ ମାନି ଘରକୁ ଫେରି ଯାଉଛୁ, କିନ୍ତୁ ସମସ୍ତଙ୍କୁ ଧନ୍ୟବାଦ । ଆମେ ଘରେ ଘରେ ରହି ଏହି ପର୍ବକୁ ପାଳନ କରି ପାରିବୁ ଓ ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରିବୁ କି ସେ ଏହି ଦୁନିଆର ସୁରକ୍ଷା କରନ୍ତୁ ।