ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ରଙ୍ଗ ଓ ଜାଣନ୍ତୁ ନିଜର ସ୍ଵଭାବ- Personality Test

ଆପଣଙ୍କୁ କେଉଁ ରଙ୍ଗ ପସନ୍ଦ ଏଥିରୁ ଆପଣଙ୍କର ଚରିତ୍ରର ପରିପ୍ରକାଶ ହୋଇଥାଏ । ରଙ୍ଗର ପସନ୍ଦ ଅନୁସାରେ ଆପଣଙ୍କ ସ୍ଵଭାବ କିପରି ହୋଇଥାଏ ତାହା ଜଣା ପଡିଥାଏ । କାହାର ନିଜ ପସନ୍ଦ ଅନୁଯାଇ ତାଙ୍କର ସ୍ଵଭାବ ବିଷୟରେ ଜାଣିବାକୁ ହୁଏ ଆଜି ଆମେ କହିବାକୁ ଯାଉଛୁ । ପ୍ରଥମେ ଆପଣ ତଳେ ଦିଆଯାଇଥିବା ନିଜ ମନ ପସନ୍ଦର ରଙ୍ଗକୁ ବାଛନ୍ତୁ । ସେହି ରଙ୍ଗ ଅନୁଯାଇ ନିଜ ବିଷୟରେ ଜାଣନ୍ତୁ । ଗୋଲାପି, ହଳଦିଆ, ନୀଳ, କଳା, ଧଳା, ନାଲି, ବାଇଗଣି, ମାଟିଆ, ସବୁଜ ।

ଗୋଲାପି : ଯଦି ଆପଣଙ୍କର ଗୋଲାପି ରଙ୍ଗ ପସନ୍ଦ ତେବେ ଆପଣ ବହୁତ ଭାବ ପ୍ରବଣର ମଣିଷ ଅଟନ୍ତି । ଆପଣ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଉଥିବେ ଓ ତାଙ୍କ ସହ ଅଧିକ ସମୟ ଅତିବାହିତ କରୁଥିବେ । ସେମାନେ ଅଧିକାଂଶ ସମୟ ଖୁସିରେ ରହୁଥିବେ । ସେମାନେ ଭଲ ସ୍ଵଭାବର ମଣିଷ ହୋଇଥାନ୍ତି ।

ସବୁଜ ରଙ୍ଗ : ଯଦି ଆପଣଙ୍କ ପସନ୍ଦ ସବୁଜ ହୋଇଥାଏ ତେବେ ଆପଣଙ୍କ ସ୍ଵଭାବ ଅଲଗା ହୋଇଥିବ । ଏହି ଭଳି ଲୋକମାନେ କୌଣସି ପରିସ୍ଥିତିରେ ନିଜ ପ୍ରକୃତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥାନ୍ତି । ଏମାନେ ଯେତେ ବଡ ମଣିଷ ହୁଅନ୍ତୁ ନା କାହିଁକି ତାଙ୍କ ଠାରୁ ଛୋଟ ଥିବା ମଣିଷକୁ ସେମାନେ ନିଜର ବୋଲି ଭାବନ୍ତି ।

ନୀଳ ରଙ୍ଗ : ଏହି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ଅଲଗା କିସମର ହୋଇଥାନ୍ତି । ଯେଉଁ ଲୋକ ଏହି ରଙ୍ଗକୁ ପସନ୍ଦ କରୁଥାନ୍ତି ସେମାନେ ସାଧାରଣ ଜିନିଷ ଅପେକ୍ଷା ଆକର୍ଷଣ ଜିନିଷ ଉପରେ ଅଧିକ ଆଗ୍ରହୀ ହୋଇଥାନ୍ତି । ନୀଳ ରଙ୍ଗ ପସନ୍ଦ କରୁଥିବା ଲୋକମାନେ ବହୁତ ସ୍ଵାଭିମାନୀ ହୋଇଥାନ୍ତି ।

କଳା ରଙ୍ଗ : ଯେଉଁ ଲୋକମାନଙ୍କର କଳା ରଙ୍ଗ ପସନ୍ଦ ସେମାନେ ରାଗ ସ୍ଵଭାବର ଲୋକ ହୋଇଥାନ୍ତି । ଏହି ରଙ୍ଗ ପସନ୍ଦ କରୁଥିବା ଲୋକମାନେ କୌଣସି କାର୍ଯ୍ୟର ପରିବର୍ତ୍ତନକୁ ପସନ୍ଦ କରି ନଥାନ୍ତି ।

ଧଳା ରଙ୍ଗ : ଯେଉମାନଙ୍କୁ ଧଳା ରଙ୍ଗ ପସନ୍ଦ ଦୂରଦର୍ଶୀ ଓ ଆଶାବାଦି ସ୍ଵଭାବର ଲୋକ ହୋଇଥାନ୍ତି । ଏମାନଙ୍କର ଅଧିକ ବୁଦ୍ଧି ଥିବାରୁ ସେମାନେ ନିଜ କାମରେ ସବୁବେଳେ ସଫଳତା ପାଇଥାନ୍ତି । ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି ମାନାଯାଏ । ତେଣୁ ଯେଉମାନଙ୍କୁ ଏହି ରଙ୍ଗ ପସନ୍ଦ ସେମାନେ ବି ଶାନ୍ତି ସ୍ଵଭାବର ଲୋକ ହୋଇଥାନ୍ତି ।

ନାଲି ରଙ୍ଗ : ନାଲି ରଙ୍ଗ କୁ ଆକର୍ଷଣର କେନ୍ଦ୍ର ବୋଲି ମାନାଯାଏ । ଏହି ରଙ୍ଗ ପସନ୍ଦ କରୁଥିବା ଲୋକ ନିଜ ଜୀବନକୁ ଆନନ୍ଦର ସହ ବିତାଇଥାନ୍ତି । ଏମାନେ ଅନ୍ୟର ସ୍ଵଭାବକୁ ଭଲ ଭାବେ ଜାଣି ପାରନ୍ତି । ଏମାନଙ୍କର ପ୍ରେମ ଓ ସାଙ୍ଗସାଥିଙ୍କ ସହ ଭଲ ସମ୍ପର୍କ ରହିଥାଏ ।

ମାଟିଆ ରଙ୍ଗ : ଏହି ରଙ୍ଗ ପସନ୍ଦ କରୁଥିବା ଲୋକମାନେ ବିନମ୍ର ସ୍ଵଭାବର ଅଟନ୍ତି । ନିଜ ଜୀବନରେ ଅଧିକ ସଫଳତା ପାଇଥାନ୍ତି ।

ବାଇଗଣି ରଙ୍ଗ : ଏହି ରଙ୍ଗ ପସନ୍ଦ କରୁଥିବା ଲୋକମାନେ ନିଜ କାମକୁ ନିୟନ୍ତ୍ରଣ କରିବା ସହ ଭଲ ଖରାପର ଅନ୍ଦାଜ ଲଗେଇଥାନ୍ତି ।

ହଳଦିଆ ରଙ୍ଗ : ଯେଉମାନଙ୍କୁ ଏହି ରଙ୍ଗ ପସନ୍ଦ ସେମାନେ ନିଜେ ଖୁସିରେ ରହିବା ସହ ଅନ୍ୟମାନଙ୍କୁ ଖୁସିରେ ରଖିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।