Babushan ଓ Prakruti ଙ୍କ ଭାଇରାଲ ଅଡିଓ କୁ ନେଇ ଜୋର ଧରିଲାଣି ଚର୍ଚ୍ଚା, ଧରା ପଡିଲାଣି ଉଭୟଙ୍କ ମଧ୍ୟରେ ରହିଥିବା ପ୍ରେମ ସମ୍ପର୍କ…!

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ଏକ ଅଡିଓ କଲ୍ ରେକର୍ଡ । ଯେଉଁଥିରେ ଥିବା ସ୍ଵର ବାବୁଶାନ ଓ ପ୍ରକୃତିଙ୍କର ବୋଲି ସ୍ପଷ୍ଟ ବାରି ହେଉଛି । କଥାବାର୍ତ୍ତା ଚାଲିଥିବା ବେଳେ ପ୍ରକୃତିଙ୍କୁ ବାବୁଶାନ କହୁଛନ୍ତି, ଡୁଡୁ ଆଇ ଲଭ ୟୁ । ଡୁଡୁ ପ୍ରକୃତି ମିଶ୍ରଙ୍କର ଡାକନାମ ହୋଇଥାଇ ପାରେ ବୋଲି କୁହାଯାଉଛି । ପ୍ରକୃତି ବି ବାବୁଶାନଙ୍କୁ ଲଭ ୟୁ ବୋଲି କହୁଛନ୍ତି । ଏହି ଅଡିଓରେ ବାବୁଶାନ ପ୍ରକୃତିଙ୍କୁ ଡୁଡୁ ବୋଲି ଡାକିବା ପରେ ପ୍ରକୃତି ହୁଁ ବୋଲି କହୁଛନ୍ତି ।

ଗତ ଶନିବାର ଦିନ ଭୁବନେଶ୍ବର ସତ୍ୟନଗରରେ ଯେଉଁ ହାଇ ପ୍ରୋଫାଇଲ ଡ୍ରାମା ହୋଇଥିଲା ତା’ପରେ ଚେନ୍ନାଇ ପଳେଇ ଯାଇଥିଲେ ବାବୁଶାନ । ଏହାପରେ ବୁଧବାର ସକାଳେ ଚେନ୍ନାଇରୁ ଭୁବନେଶ୍ବର ଫେରିଥିଲେ ବାବୁଶାନ । ସେ ଏୟାରପୋର୍ଟରୁ ସିଧାସଳଖ ବରମୁଣ୍ଡା ସ୍ଥିତ ଜଗନ୍ନାଥ ବିହାରରେ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସ୍ତ୍ରୀ ତୃପ୍ତିଙ୍କ ଘରକୁ ବାବୁଶାନ ଏ ପର୍ଯ୍ୟନ୍ତ ଯାଇ ନଥିବା ବେଳେ ଫୋନରେ କଥା ହୋଇ ଆପୋସରେ ମମଳକୁ ସମାଧାନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଆଉ ଠିକ ଏତିକି ବେଳେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିଛି ଏହି ଭାଇରାଲ ଅଡିଓ । ଯେଉଁଥିରେ ବାବୁଶାନ କହୁଛନ୍ତି, ଡୁଡୁ ଆଇ ଲଭ ୟୁ । ପ୍ରକୃତିଙ୍କୁ ସ୍ନେହରେ ଡୁଡୁ ବୋଲି ଡାକନ୍ତି ବାବୁଶାନ । ଡୁଡୁଙ୍କୁ ଆଜି କୁଆଡେ ଭାରି କଷ୍ଟ ହେଉଛି । ତେଣୁ ଡୁଡୁଙ୍କ ମନ ବୁଝେଇବା ପାଇଁ ବାବୁଶାନ ତାଙ୍କୁ ଡୁଡୁ ଆଇ ଲଭ ୟୁ ବୋଲି କହୁଛନ୍ତି ।

ଆଉ ପ୍ରକୃତି ବି ଫୁଲେଇ ହେଇ ଲଭ ୟୁ ଠୁ ବୋଲି ବାବୁଶାନଙ୍କୁ କହୁଛନ୍ତି । ସୋସିଆଲ ମିଡିଆରେ ଏମିତି କିଛି ଅଡିଓ ଏବେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଉଭୟ ପରସ୍ପରକୁ ଭଲ ବନ୍ଧୁ ବୋଲି କହୁଥିବା ବେଳେ ଏମିତି କଥାବାର୍ତ୍ତା ଶୁଣିବା ପରେ ସମସ୍ତେ ଏହାକୁ ନେଇ ଉଭୟଙ୍କୁ ସମାଲୋଚନା କରୁଛନ୍ତି ।

ପ୍ରେମୀଯୁଗଳ ଯେମିତି କଥା ହୁଅନ୍ତି ଠିକ ସେମିତି ଦୁହେଁ ପରସ୍ପର ସହ କଥା ହେଉଛନ୍ତି । ଆଉ ଏହି ଅଡିଓ ହିଁ ଉଭୟଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ବୟାନ କରୁଛି ବୋଲି ଲୋକେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।