ଲକ ଡାଉନରେ “ବାବା କା ଢାବା” ର ମାଲିକ ପୁଣି ଫେରିଲେ ନିଜ ପୁରୁଣା ଢାବାକୁ, ହେଲା ଏମିତି ଖରାପ ଅବସ୍ଥା, ଦେଖନ୍ତୁ ଭାଇରାଲ Video

ଲୋକଙ୍କ ଦ୍ୱାରା ମିଳିଥିବା ସାହାଯ୍ୟ ରାଶିକୁ ଗୌରବ ହ-ଡ଼-ପ କରି ନେଉଛନ୍ତି ବୋଲି ଯେଉଁ “ବାବା କା ଢାବା”ର ବାବା ପୂର୍ବରୁ ଗଳା ଫଟାଇ କହୁଥିଲେ, ଏବେ ସେହି ବାବା କହୁଛନ୍ତି କି ତାଙ୍କର ଭୁଲ୍ ହୋଇ ଯାଇଛି ବୋଲି ।

ଗୌରବ ଠିକ୍ ଥିଲେ ମାତ୍ର ତାଙ୍କୁ ଅନ୍ୟ କେହି ଧୋକା ଦେଇ ଗଲେ ଏବଂ ସେଥିପାଇଁ ତାଙ୍କର ବର୍ତ୍ତମାନ ଏପରି ହାଲାତ୍ ହୋଇଛି ଯାହା ଦ୍ଵାରା ସେ ପୁନର୍ବାର ଢାବାକୁ ଆସି ଯାଇଛନ୍ତି । ଗତ ବର୍ଷ ଲକ୍ ଡାଉନ୍ ସମୟରେ ବାବା କାନ୍ଦି ପକାଇଥିଲେ । ତା ପରେ ଗୌରବ ୱାସନ ଙ୍କ ସହାୟତାରେ ଲୋକଙ୍କ ଠାରୁ ତାଙ୍କ ପାଇଁ ଢେର ସାହାଯ୍ୟ ରାଶି ମଧ୍ୟ ମିଳିଥିଲା । ମାତ୍ର ତାଙ୍କ ଭାଗ୍ୟ ଆଉ ଥରେ ପାଲଟି ଯାଇଛି ଓ ବାବା ପୁଣି ଥରେ ସେଠାରେ ପହଞ୍ଚି ଯାଇଛନ୍ତି ଯେଉଁଠାରେ ସେ ଲୁହ ଗଡ଼ାଇ କାନ୍ଦିଥିଲେ ।

ବାବା ତାଙ୍କର ଏହି ‘ବାବା କା ଢାବା’ ନାମକ ଛୋଟ ଷ୍ଟଲ୍ ୧୯୮୮ ରେ ସେ ଆରମ୍ଭ କରିଥିଲେ । ଦିଲ୍ଲୀର ମାଲୱେ ନଗରରେ ଥିବା ଏହି ଢାବାକୁ ବୋଧ ହୁଏ ବହୁତ କମ୍ ଲୋକ ଥିବେ ଯେଉଁମାନେ ଜାଣି ନ ଥିବେ । କାରଣ ବାବା ରାତାରାତି ସୋସିଆଲ ମିଡିଆରେ ଫେମସ୍ ହୋଇ ଯାଇଥିଲେ । ନିଜ ଖାଇବା ପାଇଁ ନୁହେଁ ମାତ୍ର ନିଜ ହାଲାତ ପାଇଁ ।

ତା ପରେ ତାଙ୍କ ପାଇଁ ସାହାଯ୍ୟର ସୁଅ ଛୁଟାଇ ଦେଇଥିଲେ ଲୋକମାନେ ଓ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଅନେକ ଅର୍ଥ ଆସିଥିଲା । ମାତ୍ର ଏହି ବାବା ଜଣଙ୍କ ତାଙ୍କ ରେଷ୍ଟୁରାଣ୍ଟ ବନ୍ଦ କରି ଆଉ ଥରେ ଢାବା ଖୋଲିବାକୁ ଆସି ଯାଇଛନ୍ତି । ଯେଉଁ ୟ୍ୟୁଟ୍ୟୁବର ବାବା ବାବାଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଓ ଯାହାଙ୍କ ପାଇଁ ବାବାଙ୍କୁ ଲୋକଙ୍କ ସାହାଯ୍ୟ ମିଳିଥିଲା ତାଙ୍କ ଉପରେ ବାବା ତାଙ୍କ ଟଙ୍କା ହ-ଡ଼-ପ କରୁଥିବାର ଆ-ରୋ-ପ ଲଗାଇଥିଲେ ।

ମାତ୍ର ବାବା ଏବେ ପଶ୍ଚାତାପ କରୁଛନ୍ତି ଯେ ଗୌରବଙ୍କର କୌଣସି ଭୁଲ୍ ନ ଥିଲା । ମାତ୍ର ତାଙ୍କ ନିଜ ଲୋକ ହିଁ ତାଙ୍କୁ ବରବାଦ କରି ଦେଇଛନ୍ତି । ତେବେ ଏତେ ସବୁ ହେଲା ପରେ ଏବେ ପଶ୍ଚାତାପ କଲେ ଆଉ କଣ ହାସଲ ହେବ । କାରଣ ଏବେ ସେ ବୁଝି ପାରୁଛନ୍ତି ତାଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ସହ ସେ କଣ କଲେ । ତେବେ ଖୁବ୍ ଧୁମଧାମରେ ରେଷ୍ଟୁରାଣ୍ଟ ଉଦଘାଟନ କରିଥିଲ ବାବା ଓ ମ୍ୟାନେଜର ମଧ୍ୟ ରଖିଥିଲେ । ମାତ୍ର ଏବେ ରେଷ୍ଟୁରାଣ୍ଟରେ ତାଲା ପକାଇ ଆଉ ଥରେ ଆସି ଯାଇଛନ୍ତି ତାଙ୍କ ଢାବାକୁ ।

ତେବେ ଗୌରବଙ୍କ ଉପରେ ଏପରି ଆରୋପ ଲଗାଇ ଥିବାରୁ ସେ ଲଜ୍ଜିତ ଏବଂ ଏହାର ଦଣ୍ଡ ତାଙ୍କୁ ମିଳି ସାରିଛି ବୋଲି କହିଛନ୍ତି । ସେ ପୁଣି ଥରେ ଗୌରବଙ୍କ ସହ ମିଶିବାକୁ ଚାହୁଁଛନ୍ତି ଯେପରି ସେ ପ୍ରଥମରୁ ମିଶିଥିଲେ ।

ଗତ ଥର ତାଙ୍କ ପାଖରେ ପଇସା ଆସିବା ମାତ୍ରେ ତାଙ୍କ ବ୍ୟବହାର ମଧ୍ୟ ବଦଳି ଯାଇଥିଲା । ପ୍ରଶ୍ନ ନ କରୁଣୁ ସେ ଭଡକି ଯାଉଥିଲେ । ଏବେ ସମୟ ଆଉ ଥରେ ବଦଳିଛି, ବାବା ନିଜ ପୂର୍ବ ସ୍ଥାନକୁ ଫେରି ଆସିଛନ୍ତି ଓ ଆ-ରୋ-ପ ଆଉ କାହା ଉପରେ ଲଗାଉଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।