ଥଣ୍ଡା, କାଶ ଓ କଫ ଏକା ଥରେ ଭଲ ହେଇଯିବ, ବାସ କରନ୍ତୁ ଏହି ଘରୋଇ ଉପାୟ (Health Tips)

ବର୍ତ୍ତମାନ ସମସ୍ତେ କୌଣସି ନା କୌଣସି ରୋଗରେ ପୀଡିତ ଅଛନ୍ତି । କିନ୍ତୁ ଥଣ୍ଡା, କାସ ଓ କଫ ଏକ ସାଧାରଣ ରୋଗ ଅଟେ । ଯେଉଁଥିରେ ପ୍ରାୟତଃ ସମସ୍ତେ ପୀଡିତ ଅଛନ୍ତି । ଏଥିପାଇଁ ଆପଣ ସବୁଦିନ କୌଣସି ନା କୌଣସି ମେଡିସନ ବି ଖାଇଥାନ୍ତି । କିଛି ଘରୋଇ ଉପଚାର ଅଛି ଯାହାକୁ ପ୍ରୟୋଗ କରି ଆପଣ ନିଜର ଥଣ୍ଡା କାସକୁ ସମ୍ପୂର୍ଣ ରୂପରେ ଭଲ କରି ପାରିବେ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଘରୋଇ ଉପଚାର ବିଷୟରେ କହିବୁ ।

ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ଥଣ୍ଡା ଭଳି ରୋଗକୁ ଦୂର କରିବା ପାଇଁ ଆପଣ ପ୍ରଥମେ ତୁଲସୀ ଗଛର ଜଟା ନିଅନ୍ତୁ । ତୁଲସୀ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଏହା ସମସ୍ତଙ୍କୁ ଜଣା । ସବୁଦିନ ତୁଲସୀ ପତ୍ର ସେବନ କରିବା ଦ୍ଵାରା ଆପଣ କେତେ ପ୍ରକାରର ରୋଗ ଠାରୁ ଦୂରେଇ ରଖିଥାଏ । ଆପଣ ପ୍ରଥମେ ୧୦ ଟି କଞ୍ଚା ତୁଲସୀ ଗଛର ଜଟା ସଂଗ୍ରହ କରନ୍ତୁ ।

ଗୋଟିଏ ପତ୍ର ଗ୍ୟାସରେ ରଖି ସେଥିରେ ଗୋଟିଏ ଗ୍ଳାସ ପାଣି ଢାଳନ୍ତୁ । ଏହାକୁ ଗରମ କରନ୍ତୁ । ଏଥିରେ ୧୦ ଟି ତୁଲସୀ ଜଟାକୁ ପକାଇ ଦିଅନ୍ତୁ । ଏହି ପାଣିକୁ ସେହି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ଅଧ ଗ୍ଳାସ ନ ହୋଇ ଯାଇଛି । ୫ ରୁ ୧୦ ମିନିଟ ଫୁଟାଇବା ପରେ ଏହି ପାଣିର ରଙ୍ଗ ଚେଞ୍ଜ ହେବାକୁ ଲାଗିବ ।

ବର୍ତ୍ତମାନ ଆପଣ ଏହାକୁ ଏକ ପାତ୍ରର ଛାଣି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଯଦି ଅଧିକ ଥଣ୍ଡା ଅଛି ସକାଳେ, ଦ୍ଵିପହର ଓ ସନ୍ଧ୍ୟା ସମୟରେ ତେବେ ଅର୍ଥାତ ଦିନକୁ ତିନି ଥର ଏହାକୁ ସେବନ କରନ୍ତୁ । ଛୋଟ ପିଲାମାନଙ୍କୁ ୧ ରୁ ୨ ଚାମଚ ଓ ବଡ ଲୋକମାନେ ଅଧ ଗ୍ଳାସ ଏହାର ସେବନ କରନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଥଣ୍ଡା ଭଲ ହୋଇଯିବ ।

ଯଦି ଆପଣଙ୍କ ଘରେ ଛୋଟ କିମ୍ବା ବଡ ଲୋକଙ୍କୁ କାସ ହେଉଛି ତେବେ ଏଥିପାଇଁ ଆପଣ ଗୋଟିଏ ପାତ୍ରରେ ଏକ ଗ୍ଳାସ ପାଣି ଦେଇ ସେଥିରେ ଗୋଟିଏ ଛୋଟ ଖଣ୍ଡ ମିଶିରି ମିଶାନ୍ତୁ । ଛୋଟ ପିଲାମାନଙ୍କ ପାଇଁ ଗୋଟିଏ ମିଶିରି ଓ ବଡ ଲୋକମାନଙ୍କ ପାଇଁ ଦୁଇଟି ଖଣ୍ଡ ମିଶିରି ମିଶାନ୍ତୁ । ଏହି ପାଣିକୁ ଭଲ ଭାବରେ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଏହାକୁ ସେହି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ଏହି ପାଣି ଫୁଟି ଫୁଟି ଅଧ ଗ୍ଳାସ ନ ହୋଇ ଯାଇଛି । ଦେଖିବେ ମିଶିରି ପାଣିରେ ମିଶି ଯାଇଛି ।

ଆପଣ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଛୋଟ ପିଲାମାନେ ଗୋଟିଏ କିମ୍ବା ଦୁଇ ଚାମଚ ଏହି ପାଣି ସେବନ କରନ୍ତୁ ଓ ବଡ ଲୋକମାନେ ସମ୍ପୂର୍ଣ ଅଧ ଗ୍ଳାସ ପାଣି ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଭୟଙ୍କରରୁ ଭୟଙ୍କର କାସ ଭଲ ହୋଇଯିବ ।