କିଏ ଅଟନ୍ତି ଅଟୋ ଏକ୍ସପୋରେ ଗାଡି ସହିତ ଠିଆ ହୋଇଥିବା ଏହି ସୁନ୍ଦର ଝିଅମାନେ, ଜାଣିଲେ ଉଡିଯିବ ଆପଣଙ୍କ ହୋସ

ଏହି ସମୟରେ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ମାର୍ଟରେ ଅଟୋ ଏକ୍ସପୋ ୨୦୨୦ର ଆୟୋଜନ କରାଯାଉଛି । ଏଥିରେ ନୂଆ ନୂଆ ଗାଡିର ପ୍ରଦର୍ଶନ କରାଯାଉଛି । ହେଲେ ଚମକୁ ଥିବା ଗାଡି ଗୁଡିକ ସହିତ ପାଖରେ ଠିଆ ହୋଇଥିବା ଝିଅମାନେ ମଧ୍ୟ ବହୁତ ଆକର୍ଷିତ ଦେଖା ଯାଉଥିଲେ । ସାଧାରଣତଃ ଲୋକମାନେ ଜାଣିଛନ୍ତି କି ଏହି ଝିଅମାନେ ହେଉଛନ୍ତି ମଡେଲ । ଏମାନଙ୍କୁ କମ୍ପାନୀ ହାୟର କରିଥାଏ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଝିଅମାନେ ଆସିଛନ୍ତି କେଉଁଠୁ ଓ ଏମାନଙ୍କ ବ୍ୟାକଗ୍ରାଉଣ୍ଡ କଣ । ତେବେ ଆସନ୍ତୁ ଜାଣିବା ଏହି ଝିଅମାନଙ୍କ ବିଷୟରେ ।


ଅଟୋ ଏକ୍ସପୋରେ ଏହି ଝିଅମାନେ ଘଣ୍ଟା ଘଣ୍ଟା ଧରି ଠିଆ ହୁଅନ୍ତି । ଲୋକମାନେ ଏମାନଙ୍କ ସହିତ ସେଲଫି ନେବା ସହିତ ଗାଡି ବିଷୟରେ ପଚାରି ଥାନ୍ତି । ଏହି ଝିଅମାନେ ସବୁ ଭିଜିଟର୍ସ ମାନଙ୍କୁ ବହୁତ ସୁନ୍ଦର ଭାବରେ ହସି ହସି ଗାଡି ସମ୍ବନ୍ଧିତ ତଥ୍ୟ ଦେଇଥାନ୍ତି ଓ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥାନ୍ତି । ଏହିପରି କିଛି ଝିଅ ଗାଡି ସହିତ ୧୧ ଘଣ୍ଟା ପର୍ଯ୍ୟନ୍ତ ଠିଆ ହୋଇଥାନ୍ତି ।


ଲଗାତାର ଫେବୃୟାରି ର ଶୀତରେ ଏହି ଝିଅମାନେ ଗାଡି ସହିତ ୧୧ ଘଣ୍ଟା ଠିଆ ହୁଅନ୍ତି ଓ ଏହି ଝିଅମାନଙ୍କୁ ସବୁଦିନ ୩ ରୁ ୪ ହଜାର ଟଙ୍କା ମିଳିଥାଏ । ହେଲେ କିଛି ଅଭିଜ୍ଞତା ଥିବା ଝିଅମାନଙ୍କୁ ୭ ରୁ ୮ ହଜାର ଟଙ୍କା ମିଳିଥାଏ । ଏହି ଝିଅମାନେ ରାତି ୯ଟା ମଧ୍ୟରେ ନିଜ ଘରେ ପହଞ୍ଚିଯାନ୍ତି । ହେଲେ ବହୁତ ବାଧା ହେତୁ ଏମାନଙ୍କୁ ବହୁତ କଷ୍ଟରେ ନିଦ ହୋଇଥାଏ ।


ଗାଡି ସହିତ ଠିଆ ହୋଇଥିବା ଏହି ଝିଅ ମାନଙ୍କ ମଧ୍ୟରୁ କେତେକ CA ଓ କେତେକ ଇଞ୍ଜିନିୟରିଙ୍ଗ କରୁଥିବା ଛାତ୍ରୀ ଅଟନ୍ତି । ଯେଉଁମାନେ ନିଜର ଖର୍ଚ୍ଚ ବାହାର କରିବା ପାଇଁ ଏହି କାର୍ଯ୍ୟ କରିଥାନ୍ତି । ସବୁଦିନ ଦରମା ମିଳିବା ସହ ଏମାନଙ୍କୁ ଖାଇବା ଖର୍ଚ୍ଚ, ଡ୍ରେସ, ଫୁଟୱେୟାର ଓ ଆସୋସରିଜ୍ ଆଦି କମ୍ପାନୀ ତରଫରୁ ମିଳିଥାଏ ।