ଅଟୋଚାଳକ ଜଣକ ବଞ୍ଚାଇଲା ଝିଅର ଇଜ୍ଜତ, ୬ ବର୍ଷ ପରେ ସେହି ଝିଅ କଲା କିଛି ଏମିତି କି ବଦଳିଗଲା ଅଟୋବାଲାର ଜୀବନ

ସମସ୍ତେ ଜାଣିଛନ୍ତି କି ଆଜିକାଲି ଦୁନିଆ ଖରାପ ହୋଇଗଲାଣି ଓ ଦୁନିଆରେ ଭଲ ମଣିଷ ବହୁତ କମ ଦେଖିବାକୁ ମିଳନ୍ତି । ଆଜିକାଲି ଲୋକ ବହୁତ ସ୍ଵାର୍ଥୀ ହୋଇ ଗଲେଣି ଓ ନିଜ ବ୍ୟତୀତ କାହା ବିଷୟରେ ମଧ୍ୟ ଭାବୁ ନାହାଁନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ଅଟୋବାଲା କହିଥିବା ଏମିତି ଏକ କାହାଣୀ ଜଣାଇବାକୁ ଯାଉଛୁ ଯିଏ ପ୍ରମାଣ କରେ କି ଆଜି ବି ମାନବିକାତା ବଞ୍ଚିଛି ।

ଏହି କାହାଣୀ ବାଙ୍ଗାଲୁର ରେ ରହୁଥିବା ଅଟୋ ଚାଳକ ଦିବାକର ହଂସମୁଖଙ୍କର ଅଟେ ଯିଏ ସନ୍ଧ୍ୟାରେ ନିଜ ଘରକୁ ଯାଉଥିଲେ ଓ ଅଚାନକ ତାଙ୍କୁ ନିଜ ଘର ପାଖରେ କାହାର କାନ୍ଦୁଥିବା ଶବ୍ଦ ଶୁଭିଲା । ଯେବେ ହଂସମୁଖ ପାଖକୁ ଯାଇ ଦେଖିଲା ତ ସେଠାରେ ଗୋଟିଏ ୧୭ ବର୍ଷର ନିରୀହ ଝିଅ କାନ୍ଦୁଥିଲା । ହଂସମୁଖ ପଚାରିବାରୁ ସେହି ଝିଅଟି କହିଲା କି ଭାଇ ମୋତେ ବଞ୍ଚାନ୍ତୁ ଓ ସେ ହଂସମୁଖ ଙ୍କୁ ଜାବୁଡି ଧରିଲା । ଏତିକିରେ ହଂସମୁଖ ସେହି ଝିଅକୁ ଘରକୁ ନେଇ ଆସିଲେ ଓ ଖାଇବାକୁ ଦେଲେ କାରଣ ସେହି ଝିଅଟି ତିନି ଦିନରୁ ଭୋକରେ ଥିଲା । ପୁଣି ହଂସମୁଖ ତାକୁ ପଚାରିଲେ କି କଣ କଥା ଏବେ ଆରମରେ କୁହ । ସେତେବେଳେ ସେ ଝିଅଟି କହିଲା କି ସେ ଦିଲ୍ଲୀରେ ରୁହେ ଓ ବିଏମସି ପଢୁଛି । ତାର ମାମୁଁ ତାକୁ ଫିଲ୍ମ ଲୋଭ ଦେଖେଇ ଦିଲ୍ଲୀ ରେ ବିକି ଦେଇଥିଲେ । ଚାରି ଦିନ ସେଠାରେ ରହିବା ପରେ ଝିଅଟି ପଞ୍ଚମ ଦିନ ସେଠାରୁ ଲୁଚି ପଳାଇଲା ଓ ଷ୍ଟେସନ ରେ ଯାଇ କୌଣସି ଏକ ଟ୍ରେନ ରେ ବସିଗଲା ।

ସେହି ଟ୍ରେନ ଟି ବାଙ୍ଗାଲୁର ର ଥିଲା ଓ ଏହି ପ୍ରକାରରେ ସେହି ଝିଅଟି ହଂସମୁଖ ପାଖରେ ବାଙ୍ଗାଲୁର ରେ ପହଞ୍ଚିଗଲା । ଝିଅଟିର ଏହି କଥା ଶୁଣି ହଂସମୁଖ ଆଖିରେ ଲୁହ ଆସିଗଲା ଓ ସେ କହିଲା କି ଭଉଣୀ ତୁ ଏବେ ଏଠି ସୁରକ୍ଷିତ । ପୁଣି ହଂସମୁଖ ତିନି ଦିନ ପରେ ଦିଲ୍ଲୀ ଯାଇଁ ସେହି ଝିଅକୁ ତାରା ମାତା ପିତାଙ୍କ ପାଖରେ ଛାଡି କି ଆସିଲା । ଏହି ଘଟଣାର ଛ ବର୍ଷ ପରେ ହଂସମୁଖଙ୍କର ଆକ୍ସିଡେଣ୍ଟ ହୋଇଗଲା ଓ ଚିକିଶ୍ଚା ପାଇଁ ତାଙ୍କୁ ଅଟୋ ବିକିବାକୁ ପଡିଲା ଓ ଧୀରେ ଧୀରେ ଖାଇବା ପାଇଁ ପଇସା ମଧ୍ୟ ମିଳୁ ନଥିଲା । ତା ପରେ ଦିବାକର ଦିଲ୍ଲୀ ଯାଇଁ କିଛି ନୂଆ କାମ କରିବାର ନିଷ୍ପତ୍ତି ନେଲେ ।

ଦିଲ୍ଲୀ ରେ ବି ହଂସମୁଖ କୁ ଅଟୋ ଚଳାଇବାର କାମ ମିଳିଗଲା । ଦିନେ ସେ ଭୋକ ଲାଗିବାରୁ ଗୋଟେ ହୋଟେଲ ଆଡକୁ ଦେଖୁଥିଲେ ଆଉ ସେତିକି ବେଳେ ଗୋଟେ ବଡ ଗାଡିରୁ ସୁନ୍ଦରୀ ଯୁବତୀ ବାହାରକୁ ବାହାରିଲେ । ଯେମିତି ସେହି ଯୁବତି ହଂସମୁଖଙ୍କ ଚେହେରାକୁ ଦେଖିଲେ ସେ ଚିହ୍ନିନେଲେ । ଆପଣଙ୍କୁ ଜଣାଇ ଦେଉଛୁ କି ସେ ଯୁବତୀ ଜଣଙ୍କ ଆଉ କେହି ନ ଥିଲେ ପରନ୍ତୁ ସେହି ଝିଅ ଥିଲେ ଯାହାକୁ ହଂସମୁଖ ସାହାର୍ଯ୍ୟ କରିଥିଲେ । ସେ ଝିଅ ଜଣଙ୍କ ହଂସମୁଖଙ୍କୁ  ନିଜ ହୋଟେଲ ରେ ଗୋଟେ ବଡ ପଦବୀ ରେ ଚାକିରି ଦେଲେ ଓ ଦିବାକରଙ୍କ ଜୀବନ ବଦଳାଇଦେଲେ ।

ଏହି ଘଟଣା ଟି ଏହା ଦର୍ଶାଉଛି ଯେ ଆଜି ବି ସମାଜରେ ମାନବିକତା ବଞ୍ଚି ରହିଛି । ଯଦି ଆପଣ କେବେ କାହାକୁ ସାହାଯ୍ୟ କରୁଛନ୍ତି ତେବେ ତାହାର ଫଳ ଆଜି ନହେଲେ ବି କାଲି ଆପଣ ନିଶ୍ଚୟ ପାଇବେ । ସେଥି ପାଇଁ ସବୁବେଳେ ମନରେ ସାହାଯ୍ୟ ର ମନୋଭାବ ରଖନ୍ତୁ । ଭଗବାନ ନିଶ୍ଚୟ ଆପଣଙ୍କୁ ସହାୟ ହେବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲଲାଗେ ତେବେ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ଅନେକ ଲେଖା ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।