ଏଟିଏମ ପାଖରୁ ମିଳିଲା ଏକ କୋଟି ଟଙ୍କା, ଯୁବକ ଜଣକ କଲେ କିଛି ଏମିତି କାମ କି ଏବେ ହେଉଛି ପ୍ରଶଂସା

ଆମେରିକାର ଅବ୍ଲୁକର୍କ ରେ ରହୁଥିବା ୧୯ ବର୍ଷର ଯୁବକ ଜୋସ ନୁନେଜ ରୋମାନିଜ ବ୍ୟାଙ୍କରେ ପଇସା ଡିପୋଜିଟ କରିବା ପାଇଁ ଯାଇଥିଲେ ସେଠାରେ ତାଙ୍କୁ ଏକ ପ୍ଲାଷ୍ଟିକ ବ୍ୟାଗରେ ୧ ଲକ୍ଷ ୩୫ ହଜାର ଡଲାର ମିଳିଲା । ଭାରତୀୟ ଟଙ୍କାରେ ଏହି ରାଶିର ମୂଲ୍ୟ ୧ କୋଟି ଟଙ୍କା । ନୁନେଜ ଙ୍କୁ ଏହି ଟଙ୍କା ମିଳିବା ପରେ ସେ ଯାହା କଲେ ତାହାକୁ ଶୁଣିବା ପରେ ମେକ୍ସିକୋ ରାଜ୍ୟର ଲୋକ ତାଙ୍କର ବହୁତ ପ୍ରଶଂସା କଲେ । ନୁନେଜ ଅବ୍ଲୁକର୍କ ପୋଲିସଙ୍କୁ ସେଠାକୁ ଡାକି ତାଙ୍କୁ ସବୁ ଟଙ୍କା ଦେଇ ଦେଲେ ।

ସେ କହିଛନ୍ତି କି ଏହି ଟଙ୍କା ବ୍ୟାଗ ଦେଖିବା ପରେ ମୋ ମନକୁ ବହୁତ ପ୍ରକାରର ପ୍ରଶ୍ନ ଆସୁଥିଲା । କଣ ଏହା କାହାର ଯୋଜନା ଅଟେ ମତେ ଅପହରଣ କରିବା ପାଇଁ । ସେତେବେଳେ କେବଳ ମୁଁ ମୋ ନିଜକୁ ହିଁ ଦେଖୁଥିଲି ଏବଂ ଭାବୁଥିଲି କି କଣ କରିବି । ସେହି ଟଙ୍କାଙ୍କୁ ନିଜ ପାଖରେ ରଖିବା ପାଇଁ ମୁଁ ଚାହୁଁନଥିଲି ସେଥିପାଇଁ ମୁଁ ପୋଲିସକୁ ଫୋନ କଲି ଏବଂ ସେ ଆସିବା ପରେ ତାଙ୍କୁ ସବୁ ଟଙ୍କା ଦେଇ ଦେଲି । ଏହା ପରେ ଯେତେବେଳେ ପୋଲିସ କର୍ମଚାରୀ ମାନେ ସେହି ଟଙ୍କା ଗଣିଲେ ସେଥିରୁ ୧ ଲକ୍ଷ ୩୫ ହଜାର ଡଲାର ବାହାରିଲା ।

ପୋଲିସ କହିଛନ୍ତି କି ଗୋଟିଏ ବ୍ୟାଙ୍କର ସବ କଣ୍ଟ୍ରାକ୍ଟର ଏଟିଏମ ବାହାରେ ପଇସା ଛାଡିଦେଇ ଥିଲେ ଯାହା କି ମେସିନରେ ଭରାଯିବା ପାଇଁ ଆସିଥିଲା । ଅବ୍ଲୁକର୍କ ପୋଲିସର ଜଣେ ପ୍ରବକ୍ତା ଡ୍ରୋବିକ କହିଛନ୍ତି କି ଯଦି ନିନେଜ ଅନ୍ୟ ରାସ୍ତାରେ ଚାଲିଯାଇ ଥାନ୍ତେ ତାହେଲେ ଏହି ପଇସା ଦ୍ଵାରା ତାଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିଥାନ୍ତା । କିନ୍ତୁ ସେ ଠିକ ରାସ୍ତାକୁ ଆପଣାଇ ନେଲେ ଏବଂ ଭଲ କାମ କଲେ । ସେ କହିଲେ କି ମୋ ବାପା ମାଆ ମତେ ସବୁବେଳେ ନିଜର କର୍ତବ୍ୟ ଅନୁସାରେ କାମ କରିବା ପାଇଁ ଶିଖାଇଛନ୍ତି ଏବଂ ସେମାନେ ଏହା ମଧ୍ୟ ଶିଖାଇ ଥିଲେ କି ଚୋରୀ ପଇସା ସବୁବେଳେ ଆପଣଙ୍କ ପାଖରେ ରହିବ ନାହିଁ ।

ନୁନେଜଙ୍କର ଏହି ନିଷ୍ପତ୍ତିକୁ ସହର ସାରା ପ୍ରଶଂସା କରାଯାଉଛି । ପୋଲିସ ପ୍ରମୁଖ ତାଙ୍କୁ ପୋଲିସ ବିଭାଗରେ ଜଣେ ସାର୍ବଜନିକ ସେବା ସହଯୋଗୀ ଭାବେ ଚାକିରି କରିବା ପାଇଁ ଆବେଦନ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି । ପ୍ରାୟ ୩ଟି ସ୍ଥାନୀୟ ବ୍ୟବସାୟୀ ନୁନେଜଙ୍କୁ ୫୦୦-୫୦୦ ଡଲାର ପୁରସ୍କାର ଦେଇଛନ୍ତି । ତାଙ୍କୁ ଗୋଟିଏ ୧୦୦ ଡଲାର ର ଗିଫ୍ଟ କାର୍ଡ ମଧ୍ୟ ମିଳିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।