ATM ସହିତ ଜଡିତ କିଛି ରୋଚକ ତଥ୍ୟ, ଯାହା ଆପଣ କେବେବି ଜାଣି ନଥିବେ, ଜାଣନ୍ତୁ

ATM ମେଶିନ ଯିଏ ଆଜିର ଆଧୁନିକ ଯୁଗ ପାଇଁ ବହୁତ ଆବଶ୍ୟକ ଅଟେ । ଏଥିରେ ସମୟ ତ ବଞ୍ଚିଥାଏ ତା ସହିତ ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡେ ନାହିଁ । ATM ର ଇତିହାସ ବହୁତ ପୁରୁଣା ଅଟେ । ୨ ସେପ୍ଟେମ୍ବର ୧୯୬୯ ରେ ହାରାହାରି ୪୭ ବର୍ଷ ପୂର୍ବେ ATM ସାର୍ବଜନୀକ ରୂପରେ ଜନତାଙ୍କର ଉପଯୋଗ ପାଇଁ ଲଗା ଯାଇଥିଲା ।

ସର୍ବ ପ୍ରଥମେ ଏହି ସେବା କେମିକଲ ବ୍ୟାଙ୍କ ଇନ ରାକବିଲ ସେଣ୍ଟର, ନ୍ୟୁୟର୍କ ଆରମ୍ଭ କରିଥିଲା । ଆଜି ଏକବିଂଶ ଶତାବ୍ଧିରେ ATM ପ୍ରତ୍ୟେକ ଦେଶରେ ପହଞ୍ଚିଲାଣି । ଆଜି ATM ଏତେ ଅଧିକ ସଂଖ୍ୟାରେ ଲାଗିସାରିଛି କି ପ୍ରତ୍ୟେକ କିଲୋମିଟରରେ ଗୋଟିଏ ATM ମିଳିଥାଏ । ATM ଆଜି ସମସ୍ତଙ୍କ ପାଇଁ ବହୁତ ଉପଯୋଗୀ ଅଟେ । ATM ସହିତ ସମ୍ପୃକ୍ତ କିଛି ରୋଚକ ତଥ୍ୟ

୧ । ATM ତିଆରି କରିବାର କାରଣ

ATM କୁ କରିବାର ଶ୍ରେୟ ସ୍କଟଲ୍ୟାଣ୍ଡର ଜନ ସେଫର୍ଡ ବ୍ୟାରନ କୁ ଯାଏ । ସେ ଏହି ATM କୁ ତିଆରି କରିଥିଲେ । କଥା ୧୯୬୫ର, ଦିନେ ଜନ ସେଫର୍ଡଙ୍କୁ ବ୍ୟାଙ୍କ ରୁ ପଇସା କାଢିବାର ଥିଲା କିନ୍ତୁ କୌଣସି କାରଣରୁ ତାଙ୍କର ଡେରି ହୋଇଯାଇଥିଲା ଓ ବ୍ୟାଙ୍କ ବନ୍ଦ ହୋଇଗଲା । ପରେ ସେ ଏକ ଏମିତିକା ମେସିନର କଳ୍ପନା କଲେ ଯାହା ଦ୍ଵାରା କେବେ ବି କୌଣସି ସମୟରେ ପଇସା କଢା ଯାଇ ପାରିବ ଓ ଏହି ପ୍ରକାରରେ ATM ର ଆବିଷ୍କାର ହେଲା ।

୨ । ଏଟିଏମ ପିନ (ATM PIN)

ATM ର ପିନ ନମ୍ବର ରେ ୪ ଟି ଡିଜିଟ ଥାଏ । ବ୍ୟାରନ ଙ୍କୁ ATM ର ପିନ ୬ ଡିଜିଟ ରଖିବାର ଇଚ୍ଛା ଥିଲା, କିନ୍ତୁ ତାଙ୍କର ସ୍ତ୍ରୀ କାରୋଲିନଙ୍କୁ ୬ ଡିଜିଟ ମନେ ରୁହେ ନାହିଁ । ଏହି କାରଣରୁ ପିନ ୪ ଡିଜିଟ ରଖାଗଲା ।

୩ । ଦୁନିଆର ପ୍ରଥମ ଏଟିଏମ (FIRST ATM)

ପ୍ରଥମ ATM ଲଣ୍ଡନ ର ବାରକ୍ଳେଜ ବ୍ୟାଙ୍କରେ ୨୭ ଜୁନ, ୧୯୬୭ କୁ ଲଗା ଯାଇଥିଲା । ATM କୁ Automated Teller Machine କୁହନ୍ତି ।

୪ । ଭାରତର ପ୍ରଥମ ATM

ଭାରତରେ ପ୍ରଥମ ଥର ATM ସେବା ୧୯୮୭ ରେ ହଙ୍ଗକଙ୍ଗ ଆଣ୍ଡ ସଙ୍ଘାଇ ବ୍ୟାଙ୍କିଙ୍ଗ କର୍ପୋରେସନ (HSBC) ଦ୍ଵାରା ଆରମ୍ଭ କରା ଯାଇଥିଲା । ପ୍ରଥମ ATM ମେସିନ ମୁମ୍ବାଇରେ ଲଗା ଯାଇଥିଲା ।

୫ । ଏଟିଏମ ଇନଭେଣ୍ଟରଙ୍କର ଜନ୍ମ

ATM ଆବିଷ୍କାରକଙ୍କର ଜନ୍ମ ଭାରତରେ ହୋଇଥିଲା । ଜନ ସେଫର୍ଡ ବ୍ୟାରନଙ୍କର ଜନ୍ମ ୨୩ ଜୁନ, ୧୯୨୫ ରେ ଭାରତରେ ଶିଲିଂ (ମେଘାଳୟ) ରେ ହୋଇଥିଲା ।

୬ । ATM ରୁ ସୁନା

ATM ରୁ ପଇସା ସହିତ ଗୋଲ୍ଡ ପ୍ଳେଟ ବି ବାହାରି ଥାଏ । ଏହି ଗୋଲ୍ଡ ପ୍ଳେଟ ବାହାରୁଥିବା ପ୍ରଥମ ମେସିନ ଅବୁଧାବୀର ହୋଟେଲ ଅମୀରାତ ପ୍ୟାଲେସରେ ଲଗା ଯାଇଥିଲା । ଏଥିରୁ ୩୨୦ ପ୍ରକାରର ଗୋଲ୍ଡ ଆଇଟମ ବାହାର କରାଯାଇପାରେ ।

୭ । ATM  Without Account

ୟୁରୋପର ରୋମାନିଆ ଦେଶରେ ବ୍ୟାଙ୍କରେ ଖାତା ନ ଥିଲେ ମଧ୍ୟ ATM ର ଉପଯୋଗ କରାଯାଇପାରେ । ଭାରତ ସହିତ ଅନେକ ଦେଶରେ ଏହି ପ୍ରକାରର କୌଣସି ସୁବିଧା ଉପଲବ୍ଧ ନାହିଁ ।

୮ । ବାୟୋମେଟ୍ରିକ ATM

ଏହି ପ୍ରକାରର ATM ରେ ଫିଙ୍ଗର ସ୍କାନ କରିବାକୁ ପଡିଥାଏ । ଏହି ATM ବ୍ରାଜିଲରେ ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନ ଓ ପାସୱାର୍ଡ  କୁ ଅଧିକ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆହୁରି ଏହି ଭଳି ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।