୮ ମାସରେ ହେଲେ ୬ ସ୍ଵାମୀଙ୍କର ସ୍ତ୍ରୀ, ଗୋଟେ ବିବାହ ପାଇଁ ମିଳୁଥିଲା ୧୦ ହାଜର

ବାହାଘର ର ୨ ଦିନ ପରେ ହିଁ ସ୍ତ୍ରୀ ନିଜ ବାପଘରକୁ ଯିବାକୁ ଜିଦ ଧରି ଥିଲା, ସ୍ତ୍ରୀ ସହିତ ସ୍ବାମୀ ମଧ୍ୟ ଯାଇଥିଲେ । ରାସ୍ତାରେ ସ୍ବାମୀ ଙ୍କୁ କିଛି ସନ୍ଦେହ ହେଇଥିଲା କିନ୍ତୁ ତାହା ପୂର୍ବରୁ ତା ମଡରର ପ୍ଲାନିଂ ହୋଇ ସାରିଥିଲା । ପର ଦିନ ଲୋକଙ୍କୁ ସ୍ବାମୀ ର ଶବ ଝୁଲୁ ଥିବାର ମିଳିଥିଲା । ବିବାହ କରିଥିବା ଝିଅ ଗୋଟେ ଫ୍ରଡ୍ ଗ୍ୟାଙ୍ଗର ମେମ୍ବର ଥିଲା ।

୭ ଦିନ ପୂର୍ବେ ସ୍ବାମୀର ଶବ ଉଦ୍ଧାର କରାଯାଇଛି । ତଦନ୍ତ କଲା ପରେ ପୋଲିସ ଫ୍ରଡଗ୍ୟାଙ୍ଗର ପର୍ଦାଫାସ କରିଛି । ସେହି ଯୁବତୀ ପୂର୍ବରୁ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟରେ ଏମିତି ବହୁତ୍ ମିଛ ବିବାହ କରିସାରିଛି ।

ସାତ ଦିନ ପୂର୍ବରୁ ମହେନ୍ଦ୍ରଙ୍କ ବିବାହ ମିନାକ୍ଷୀଙ୍କ ସହିତ ହେଇଥିଲା କିନ୍ତୁ ମିନାକ୍ଷୀ ଥିଲେ ଫ୍ରଡଗ୍ୟାଙ୍ଗର ଗୋଟେ ଚାଲ୍ । ସ୍ବାମୀଙ୍କୁ ହତ୍ୟା କରି ମିନାକ୍ଷୀ ଏଵଂ ତାଙ୍କ ଗ୍ୟାଙ୍ଗ ଫେରାର ହୋଇଯାଇଥିଲେ ।

ମହେନ୍ଦ୍ର ଏବଂ ମିନାକ୍ଷୀଙ୍କ ବିବାହ ମ୍ୟାରେଜ୍ ବ୍ୟୁରୋ ଦ୍ଵାରା ସ୍ଥିର ହୋଇଥିଲା । ବିବାହ ପାଇଁ ମିନାକ୍ଷୀଙ୍କ ଫ୍ରଡ ଭାଇ ୨ ଲକ୍ଷ ଟଙ୍କା ନେଇଥିଲେ । ତାପରେ କୋର୍ଟ ଏବଂ ପରିବାର ଲୋକଙ୍କ ଇଚ୍ଛାରେ ୨ ଜଣଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଥିଲା । ବିବାହର ୨ ଦିନ ପରେ ହିଁ ମିନାକ୍ଷୀଙ୍କ ଫ୍ରଡ୍ ପରିବାର ଲୋକ ମହେନ୍ଦ୍ରଙ୍କୁ ଜବରଦସ୍ତି ଗାଡ଼ିରେ ନେଇ ଯାଇଥିଲେ । ପର ଦିନ ମହେନ୍ଦ୍ରର ଶବ ଗୋଟେ ଗଛରେ ଲଟକୁଥିବାର ମିଳିଥିଲା । ଏହା ପରେ ପୋଲିସ ନିଜର ତଦନ୍ତ କରି ଏହି ଫ୍ରଡ୍ ଗ୍ୟାଙ୍ଗ କୁ ସାମ୍ନାକୁ ଆଣିଛି ।

ମିନାକ୍ଷୀ କହିଛି ସେ ଗୋଟେ ବିବାହ ପାଇଁ ୧୦ ହାଜର ଟଙ୍କା ନିଅନ୍ତି । ଗତ ୮ ମାସ ଭିତରେ ସେ ୬ଟି ବିବାହ କରି ସାରିଛନ୍ତି । ଏହି ମାମଲା ରାଜସ୍ଥାନର ବାଂଶବଡ଼ାରୁ ଆରମ୍ଭ ହୋଇ ରତାଲମ୍ ପୋଲିସ ଏହି କେଶ୍ କୁ ତଦନ୍ତ କରି ମିନାକ୍ଷୀ ଙ୍କୁ ବାଂଶବଡା ଥାନାର ମହିଳା ପୋଲିସଙ୍କ ହାତରେ ଦେଇଛନ୍ତି । ଯେଉଁଠି ମିନାକ୍ଷୀ ଏବଂ ମ୍ୟାରେଜ ବ୍ୟୁରୋର ସଂଚାଳକ ମୁକେଶ ଯୋଶୀଙ୍କ ବିରୁଦ୍ଧରେ ଆଇପିଶି ଧାରା ୩୬୫ ମାମଲା ଦର୍ଜ୍ କରା ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।