ମାଡି ଆସୁଛି ମହାବାତ୍ୟା ‘ସୁରିଗେ’, ବନ୍ୟାର ଆଶଙ୍କା, ୨୦୦ କିମିରୁ ଅଧିକ ବେଗରେ ବହିବ ପବନ, ରଚିବ ତାଣ୍ଡବ !

ବନ୍ଧୁଗଣ, ବର୍ତ୍ତମାନ ଇଣ୍ଡିଆନ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ରୁ ସୂଚନା ମିଳିଅଛି ଯେ, ଚଳିତ ବର୍ଷ ୨୦୨୧ ର ସବୁଠାରୁ ବଡ ମହାବାତ୍ୟା ମାଡି ଆସୁଅଛି । ବନ୍ଧୁଗଣ ଏହା ବହୁତ ଭୟଙ୍କର ହେବାକୁ ଯାଉଅଛି । ଏହି ବାତ୍ୟାରେ ୨୦୦ କି.ମି ରୁ ଅଧିକ ବେଗରେ ପବନ ବହିବ । ଏହା ସହିତ ଏହା ବହୁତ ଭୟଙ୍କର ହେବ ବୋଲି ସୂଚନା ମିଳିଅଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏହି ବାତ୍ୟା ସମ୍ବନ୍ଧୀୟ କିଛି ବିଶେଷ କଥା କହିବାକୁ ଯାଉଅଛି । କାରଣ ଆରମ୍ଭରୁ ଯଦି ସଜାଗ ନରହିବେ ତେବେ ନାନା ପ୍ରକାର ସମସ୍ଯା ରେ ପଡି ପାରନ୍ତି ।

ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଏହି ମହାବାତ୍ୟା ର ପ୍ରଭାବ କିଭଳି ଭାବେ ରହିବ ତାହା ବିଷୟରେ ସଂପୂର୍ଣ୍ଣ ବିବରଣୀ,- ବନ୍ଧୁଗଣ, ଇଣ୍ଡିଆନ ମେଟ୍ରୋଲୋଜିକାଲ ଆସୁଥିବା ମହାବାତ୍ୟା ସୃଷ୍ଟି କରିବାକୁ ଯାଉଅଛି ଭୟଙ୍କର ପରିସ୍ଥିତି । ଏହା ଫଳରେ ବନ୍ୟା ଆଶଙ୍କା ମଧ୍ୟ ରହିଅଛି । ଫିଲିଫାଇନ ଉପକୂଳ କୁ ଗୋଟିଏ ମହାବାତ୍ୟା ମୁହାଇଛି ।

ଏହା ଅତ୍ୟଧିକ ଭୟଙ୍କର ତାଣ୍ଡବ ରଚିବ ବୋଲି ସୂଚନା କେନ୍ଦ୍ର ରୁ ଅନୁମାନ କରାଯାଉଅଛି । ବନ୍ଧୁଗଣ ଏହାକୁ ୨୦୨୧ ର ପ୍ରଥମ ବାତ୍ୟା ବୋଲି କୁହାଯାଉଛି । ଏହା ସହିତ ଜନସାଧାରଣକୁ ସତର୍କ ରହିବାକୁ ମଧ୍ୟ ପାଣିପାଗ ବିଭାଗ କହିଅଛି । ବନ୍ଧୁଗଣ ପାଣିପାଗ ରିପୋର୍ଟ ଅନୁଯାଇ ଏହି ବାତ୍ୟା “ସୁରେଗି” ଫିଲିଫାଇନ ସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ବାଇକଲ ଅଞ୍ଚଳ ଆଡକୁ ମୁହାଇଛି । ତେବେ, ଏହା ସ୍ଥଳ ଭାଗରେ ଲାଣ୍ଡଫଲ କରିବାର ମଧ୍ୟ ସମ୍ଭାବନା ରହିଅଛି । ଏହାର ପ୍ରଭାବରେ ବର୍ଷା ଏବଂ ପବନ ବହିବ ବୋଲି ସୂଚନା ମିଳିଅଛି ।

ଏହାକୁ ନଜରରେ ରଖି ସରକାର ୫ ନମ୍ବର ବିପଦ ସମ୍ପଦ ଜାରି କରିଛନ୍ତି । ବନ୍ଧୁଗଣ ଏହା ପ୍ରଭାବରେ ୨୧୫ କି.ମି ବେଗରେ ପବନ ବହିପାରେ । ଏହା ଘଣ୍ଟାପ୍ରତି ୨୬୫ କି.ମି ରେ ପହଞ୍ଚିବା ବୋଲି ଆଶଙ୍କା କରାଯାଉଅଛି । ଏହି ପରିସ୍ଥିତି କୁ ନଜରରେ ରଖି ଆମେରିକା ର ବିଶେଷଜ୍ଞ ମାନେ “ସୁରେଗି” କୁ ଭୟଙ୍କର ବାତ୍ୟା କହିବାର ସହିତ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଏହାସହିତ ୧୬୫ କି.ମି ରୁ ୨୦୦ କି.ମି ବେଗରେ ପବନ ବହିବ ବୋଲି ଅନୁମାନ ଲଗାଯାଉଅଛି । ବନ୍ଧୁଗଣ ୱେଦର ଚାନେଲ ର ରିପୋର୍ଟ ଅନୁସାରେ, କେନ୍ଦ୍ରୀୟ ଚାପ ଅଥବା ସେଣ୍ଟ୍ରାଲ ପ୍ରେସର ୮୮୮ M.B ରୁ ୮୯୫ M.B ମଧ୍ୟରେ ରହିବ । ଏହାଫଳରେ ୧୯୦ କି.ମି ବେଗରୁ ଅଧିକ ବେଗରେ ପବନ ବହିବା ସମ୍ଭାବନା ରହିଅଛି । ଏହାକୁ ଗତକିଛି ବର୍ଷ ମଧ୍ୟରେ ଆସୁଥିବା ବାତ୍ୟାଠାରୁ ଅତ୍ୟଧିକ ଭୟଙ୍କର ବୋଲି କୁହାଯାଉଅଛି ।

ବନ୍ଧୁଗଣ ଫିଲିଫାଇନ ପ୍ରଶାନ୍ତ ମହାସାଗର ପାଖରେ ଅବସ୍ଥିତ ଥିବା ହେତୁ, ପ୍ରାଏ ବାତ୍ୟା,ଝଡ ଭଳି ସମସ୍ୟା ଉପୁଜିଥାଏ । ବନ୍ଧୁଗଣ ଦକ୍ଷିଣ ଉପକୂଳ ଆଭ୍ୟାନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଓଡିଶାର ୧୬ ଜିଲ୍ଲା ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସହିତ ଘୁର୍ଣ୍ଣିଝଡ ର ସମ୍ଭାବନା ରହିଛି ବୋଲି ଗତକାଲି ଅପରାହ୍ନ ରେ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରୁ ସୂଚନା ଦିଆଯାଇଅଛି ।

ସୂଚନା ଅନୁଯାୟୀ କେନ୍ଧୁଝର, ମୟୁରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, କଟକ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ରାୟଗଡା ପ୍ରଭୂତି ୧୬ ଟି ଜିଲ୍ଲା ର ଅନେକ ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ବିଜୁଳି ଏବଂ ଘଡଘଡି ସହିତ ପବନର ବେଗ ମଧ୍ୟ ୩୦ ରୁ ୪୦ କି.ମି ରହିବା ଏହା ସହିତ କାଳ ବୈଶାଖୀ ସମେତ ଘୁର୍ଣ୍ଣିଝଡ ହେବାର ସମ୍ଭାବନା ରହିଅଛି । ବନ୍ଧୁଗଣ ଏହି ବିଶେଷ ସୂଚନା କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।