ଅତି ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା “ୟଶ”, ପାରାଦ୍ଵୀପ ରେ କରିବ ଲ୍ୟାଣ୍ଡଫଲ, ଏହି 4ଟି ଜିଲ୍ଲାକୁ ରହିଛି ଅଧିକ ବିପଦ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ୟଶ ଲଘୁଚାପର ରୂପ ନେଇ ସାରିଛି ଓ ଏହାର ଗତିବିଧି କିଭଳି ରହିବ ସେହି ବିଷୟରେ ଆଜି ଆମେ କହିବାକୁ ଯାଉଛୁ ।

ମେ ୨୬ ତାରିଖରେ ସନ୍ଧ୍ୟାରେ ବାତ୍ୟା ୟଶ ପାରାଦୀପ ଓ ସାଗର ଦ୍ଵୀପରେ ସ୍ଥଳଭାଗ କରିବା ବୋଲି ପାଣିପାଗ ବିଭାଗରୁ ଅନୁମାନ କରା ଯାଇଛି । ଭାରତୀୟ ପାଣିପାଗ ବିଭାଗରୁ ଆକଳନ କରା ଯାଇଛି ଯେ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୫୫ କିମି ରୁ ୧୬୫ କିମି ଯାଏଁ ଅତିବାହିତ ହେବ । ବାତ୍ୟା ୟଶ ଭୀଷଣ ଭାବେ ମହାବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟଶ ମହାବାତ୍ୟା ଭାବେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ପବନର ବେଗ ଉପକୂଳରେ  କାଲି ସନ୍ଧ୍ୟାରୁ ୪୦ରୁ ୫୦ କିମି ଜେନ ରହିବ । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ମେ ୨୫ରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ଯଶକୁ ଆଖି ଆଗରେ ରଖି ଉତ୍ତର ଓଡିଶାର ଉପକୂଳ ଅଞ୍ଚଳ ଗୁଡିକରେ ସତର୍କ ସୂଚନା ଦିଆ ଯାଇଛି ।

ଯେଉଁ ବାତ୍ୟା ୟଶ ମହାବ୍ୟାତ୍ୟା ରୂପେ ଗତି କରି ଆସୁଛି ତାହାର ପ୍ରଭାବ କେଉଁ ଆଡକୁ ଗତି କରିବ ଓ ଏହା କେଉଁଠି ସ୍ଥଳଭାଗ ଛୁଇଁବ ଏହି ସବୁ କଥାକୁ ନେଇ ଅନେକ ଆଲୋଚନା ଚାଲିଥିବା ସମୟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ନୂଆ କଥା ସାମନାକୁ ଆସିଛି ।

ସୂଚନା ଅନୁସାରେ ବାତ୍ୟା ୟଶ ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ ଓ ମଧ୍ୟଭାଗ ସ୍ଥଳଭଗରେ ଅତିକ୍ରମ କରିବାର ପୂର୍ବାନୁମାନ କରା ଯାଇଛି । ଏହି ସମୟରେ ଓଡିଶା ଉପରେ ଏହାର ଅଧିକ ପ୍ରଭାବ ପଡିବାର ଆଶଙ୍କା କରା ଯାଇଛି । ବିଶେଷ କରି ଜଗତସିଂହ ପୁର ଜିଲ୍ଲା ଅଧିକ ପ୍ରଭାବିତ ହେବା ସହ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଲଘୁଚାପ କ୍ଷେତ୍ର କେଉଁ ସ୍ଥିତିରେ ଥିଲେ କେତେ ମାତ୍ରାରେ ପବନ ବହେ

ଲଘୁଚାପ ଯେତେବେଳେ ଅବପାତରେ ପରିଣୀତ ହୁଏ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୫୦ କିମି ରହିଥାଏ । ଯେତେବଳେ ଏହୀ ଗଭୀର ଅବପାତରେ ପରିଣତ ହୁଏ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ଯାଏଁ ରହିଥାଏ । ଯେତେବେଳେ ଲଘୁଚାପ ବାତ୍ୟାର ରୂପ ନେଇଥାଏ ତେବେ ପବନର ବେଗ ଘଣ୍ଟା ପ୍ରତି ୬୦ ରୁ ୮୦ କିମି ଯାଏଁ ବଢିଥାଏ ।

ପବନର ବେଗ ଭୀଷଣ ବାତ୍ୟା ସମୟରେ ଘଣ୍ଟା ପ୍ରତି ୯୦ରୁ ୧୨୦ କିମି ହୋଇଥାଏ । ଅତି ଭୀଷଣ ବାତ୍ୟା ବା ସାମୁଦ୍ରିକ ଝଡ ସୃଷ୍ଟି ହୋଇ ସ୍ଥଳଭାଗ ଛୁଇଁଲେ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିମି ଯାଏଁ ରହିଥାଏ । ସେହିପରି ଅତିରୁ ଅତି ପ୍ରବଳ ବାତ୍ୟା ହେଲେ ପବନର ବେଗ ୧୬୬ରୁ ୨୨୦ କିମି ଯାଏଁ ରହିଥାଏ । ୧୯୯୯ ମସିହା ମହାବାତ୍ୟା ପରେ ଅମ୍ପାନକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଳୋନ ଶ୍ରେଣୀରେ ଅନ୍ତରଭୁକ୍ତ କରା ଯାଇଥିଲା ।