ଅଷ୍ଟ୍ରେଲିୟାକୁ ହରାଇବା ଆଜିଙ୍କ୍ୟ ରାହାଣେଙ୍କର ଆସିଲା ବଡ ବୟାନ, ଦେଖନ୍ତୁ କଣ କହିଲେ ସେ !

ଭାରତୀୟ କ୍ରିକେଟ ଟିମ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଲାଯାଇଥିବା ଅଷ୍ଟ୍ରେଲିୟା ବିରୁଦ୍ଧରେ ଦ୍ଵିତୀୟ ଟେସ୍ଟ ମ୍ୟାଚକୁ ଅଷ୍ଟ୍ରେଲିୟାକୁ ୮ ୱିକେଟରେ ହରାଇ ୪ ଟି ମ୍ୟାଚର ସିରିଜକୁ ୧ – ୧ରେ ବରାବର କରି ଦେଲେ । ମ୍ୟାଚର ଚତୁର୍ଥ ଦିନ ଅଷ୍ଟ୍ରେଲିୟାର ଦ୍ଵିତୀୟ ପାରି ୨୦୦ ରନରେ ଶେଷ ହେବା ପରେ ଭାରତକୁ ଜିତିବା ପାଇଁ ୭୦ ରନର ଲକ୍ଷ ମିଳିଥିଲା ଓ ଭାରତୀୟ ଖେଳାଳିମାନେ ଏହି ଲକ୍ଷକୁ ମାତ୍ର ୨ ଟି ୱିକେଟ ହରାଇ ୧୫.୫ ଓଭରରେ ହାସଲ କରି ନେଲେ । ଅଷ୍ଟ୍ରେଲିୟାରେ ପ୍ରଥମ ଟେସ୍ଟ ମ୍ୟାଚରେ ଭାରତକୁ ୮ ୱିକେଟରେ ହରାଇ ସିରିଜରେ ଲିଡ ନେଇଥିଲେ । କିନ୍ତୁ ବର୍ତ୍ତମାନ ଭାରତ ସେହି ଅନ୍ତରରେ ବିଜୟ ହାସଲ କରି ହିସାବ ବରାବର କରି ଦେଇଛି ।

ମ୍ୟାଚ ପରେ କ୍ୟାପଟେନ ଅଜିଂକ୍ୟ ରହାଣେ ମହମ୍ମଦ ସିରାଜ ଓ ସୁମନ ଗିଲଙ୍କ ପ୍ରଶଂସା କରିଲେ । ଅଜିଂକ୍ୟ ରହାଣେ କହିଲେ କି ମୋତେ ସବୁ ଖେଳାଳିଙ୍କ ଉପରେ ଗର୍ବ ଅଛି । ବାସ୍ତବରେ ସମସ୍ତେ ଭଲ ଖେଳିଛନ୍ତି । ମୁଁ ବିଜୟର ପୁରା ଶ୍ରେୟ ମହମ୍ମଦ ସିରାଜ ଓ ସୁମନ ଗିଲଙ୍କୁ ଦେବାକୁ ଚାହୁଁଛି । ପ୍ରଥମ ଟେସ୍ଟ ମ୍ୟାଚ ହାରିବା ପରେ ଯେଉଁଭଲି ଭାବରେ ଭାରତୀୟ ଟିମ ନିଜର ଖେଳ ଦେଖାଇଛନ୍ତି ତାହା ବହୁତ ପ୍ରଶଂସନୀୟ ଅଟେ ।

ଉମେଶ ୟାଦବ ଆଘାତ ହେବା ପରେ ସେ ଦ୍ଵିତୀୟ ପାରିରେ ଖେଳି ପାରି ନ ଥିଲେ । ଏମିତିରେ ସଠିକ ଦୃଷ୍ଟିକୋଣରେ ଖେଳିବାର ଥିଲା । ୫ ବୋଲରମାନଙ୍କ ସହ ଖେଳିବାର ନୀତି ଭାରତ ପାଇଁ ସଫଳ ରହିଲା । ଅଜିଂକ୍ୟ ରହାଣେ ଆଗକୁ କହିଲେ କି ଜାଡେଜା ଆଶା ଅନୁସାରେ ଅଲରାଉଣ୍ଡର ପ୍ରଦର୍ଶନ କରିଲେ । ସୁମନ ଗିଲ ବି ଭଲ ଖେଳିଲେ । ଆମେ ଜାଣିଛୁ କି ସେ ନିଜର ଖେଳକୁ ଏକ ନୂଆ ରୂପ ଦେଇଛନ୍ତି ।

ଏହା ପରେ ସେ କହିଲେ କି ଯଦି ମୁଁ ସିରାଜ ବିଷୟରେ କହିବି ତେବେ ସେ ଆଜି ଭଲ ବୋଲିଙ୍ଗ କରିଛନ୍ତି । ଜଣେ ଡେବ୍ୟୁ କରିଥିବା ବୋଲରର ଏହିଭଳି ପ୍ରଦର୍ଶନ ବହୁତ ପ୍ରଶଂସନୀୟ ଅଟେ । ମୋତେ ଲାଗୁଛି କି ପ୍ରଥମ ମ୍ୟାଚର ଅନୁଭବ କାମରେ ଆସିଛି । କହିଦେଉଛୁ କି ନିଜର ପ୍ରଥମ ମ୍ୟାଚ ଖେଳୁଥିବା ମହମ୍ମଦ ସିରାଜ ଅଷ୍ଟ୍ରେଲିୟାର ୫ ଟି ୱିକେଟ ନେଇଛନ୍ତି । ଏହା ସହିତ ସେ ୭ ବର୍ଷ ମଧ୍ୟରେ ୫ ଟି ୱିକେଟ ହାସଲ କରିଥିବା ଭାରତୀୟ ଡେବ୍ୟୁ ଖେଳାଳି ହୋଇ ଯାଇଛନ୍ତି ।

ମଜାଦାର କଥା ଏହା ଅଟେ କି ମହମ୍ମଦ ସିରାଜଙ୍କୁ ଉମେଶ ୟାଦବଙ୍କ ଆଘାତ ହେବା ପରେ ହିଁ ଏହି ମ୍ୟାଚରେ ଖେଳିବାକୁ ଚାନ୍ସ ମିଳିଥିଲା ଓ ସେ ଏହି ଚାନ୍ସର ଭଲ ଫାଇଦା ବି ଉଠାଇଲେ ଓ ଦେଖାଇ ଦେଲେ କି ସେ କଣ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।