ଏହି ୮ଟି ଭୁଲ ପାଇଁ ଆସିଥାଏ ଆସ୍ଥମା ଆଟାକ, ଜାଣନ୍ତୁ ତାହା କଣ – କଣ !

ଆସ୍ଥମା ବର୍ତ୍ତମାନ ସମୟରେ ଏକ ସବୁଠୁ ବଡ ଗମ୍ଭୀର ସମସ୍ୟା ହୋଇ ଯାଇଛି, ଯାହାର ମୁଖ୍ୟ କାରଣ ହେଉଛି ଦିନକୁ ଦିନ ବଢୁଥିବା ପ୍ରଦୂଷଣ । ଆସ୍ଥମାରେ ନିଶ୍ଵାସ ନେବାରେ ଅସୁବିଧା ହେବା ସହିତ  ଛାତିରେ କଷ୍ଟ, କାଶ ଓ କେତେକ ପ୍ରକାରର ସମସ୍ୟା ହୋଇଥାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏମିତି କିଛି କାରଣ ବିଷୟରେ କହିବାକୁ ଯାଉଛୁ ଯାହା କି ଆସ୍ଥମା ଆଟାକ ର ମୁଖ୍ୟ କାରଣ ହୋଇଥାଏ । ଏମତିରେ ଆପଣ ଏହି କାରଣ ଗୁଡିକ ଜାଣି ସାବଧାନ ହୋଇଯାଆନ୍ତୁ ।

ଧୂଳି – ମାଟି ଆସ୍ଥମା ରୋଗୀ ମାନଙ୍କ ପାଇଁ ସବୁଠୁ ବଡ ସମସ୍ୟା ହୋଇଥାଏ ।

ଯେତେବେଳେ ଆସ୍ଥମା ରୋଗୀ ଧୂଳି – ମାଟିର ସମ୍ପର୍କରେ ଆସନ୍ତି, ତେବେ ସେମାନଙ୍କର ଶ୍ଵାସ ନଳୀ ଦେଇ ସେହି ଧୂଳି ଶରୀର ଭିତରକୁ ଚାଲିଯାଏ ଓ ଏହା ଦ୍ଵାରା ଆସ୍ଥମା ଆଟାକ ଆସିପାରେ । ସେଥିପାଇଁ ଆପଣ ଯେଉଁଠିକୁ ବି ଯିବେ ମୁହଁରେ ମାସ୍କ ପିନ୍ଧି ଯାଆନ୍ତୁ ।

ଯଦି ଆପଣ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ତେବେ ନିୟମିତ ରୂପରେ ଏକ୍ସରସାଇଜ ନିଶ୍ଚିତ କରନ୍ତୁ, ଖାସକରି ଆସ୍ଥମାର ରୋଗୀମାନଙ୍କୁ ନିଶ୍ଚିତ ରୂପରେ ବ୍ରୀଂଥିଙ୍ଗ ଏକ୍ସରସାଇଜ କରିବା ଉଚିତ ।

ଲୁଣର ଅଧିକ ସେବନ ଦ୍ଵାରା ବି ଆସ୍ଥମାର ଆଟାକ ଆସିପାରେ, ଏମିତିରେ ଯଦି ଆପଣଙ୍କୁ ଆସ୍ଥମା ଅଛି ତେବେ ଆପଣଙ୍କୁ ସୀମିତ ପରିମାଣର ଲୁଣର ସେବନ କରିବା ଉଚିତ ।

ଦୁର୍ଗନ୍ଧ ବିଛଣା ବି ଆପଣଙ୍କର ଆସ୍ଥମା ଆଟାକର କାରଣ ହୋଇଥାଏ । କହିବାକୁ ଗଲେ ଦୁର୍ଗନ୍ଧ ବିଛଣା ଉପରେ ଶୋଇବା ଦ୍ଵାରା ବି ଆପଣଙ୍କୁ ଆସ୍ଥମା ଆଟାକ ର ସମ୍ଭାବନା ବଢିଯାଇଥାଏ । ସେଥିପାଇଁ ଆସ୍ଥମା ରୋଗୀମାନେ ନିଜର ଆଖ ପାଖ ପରିବେଶକୁ ସ୍ଵଚ୍ଛ ରଖନ୍ତୁ ।

ଆସ୍ଥମା ରୋଗିଙ୍କୁ ଧୂମ୍ରପାନ ଓ ମଦର ସେବନ ଠାରୁ ଦୂରେଇ ରହିବା ଉଚିତ । କାରଣ ଧୂମ୍ରପାନ ଓ ମଦ ପିଇବା ଦ୍ଵାରା ଆସ୍ଥମା ଆଟାକର ସମ୍ଭାବନା ଅଧିକ ବଢିଯାଏ ।

ଏହା ଛଡା ଆପଣଙ୍କର ପାଳିତ ପଶୁ ବି ଆପଣଙ୍କୁ ଆସ୍ଥମାର ଆଟାକ ଦେଇପାରେ । ଏମିତିରେ ଯଦି ଆପଣଙ୍କୁ ଆସ୍ଥମା ଅଛି ତେବେ ନିଜ ଘରେ ପଶୁ ରଖନ୍ତୁ ନାହିଁ କିମ୍ବା ଅନ୍ୟ ପଶୁର ସମ୍ପର୍କରେ ଆସନ୍ତୁ ନାହିଁ ।

ଧୂଆଁ ଓ ଲଗାତର ପ୍ରଦୂଷଣ ବି ଆସ୍ଥମା ଆଟାକ ପାଇଁ ମୁଖ୍ୟ କାରଣ ଅଟେ । କେତେ ଥର ଆମେ ଅଜଣାତରେ ପ୍ରଦୂଷିତ ଅଞ୍ଚଳକୁ ଚାଲିଯାଇଥାଉ । ଯେଉଁଠି ଧୂଆଁ ଉଠି ଥାଏ ଓ ଏହି ଧୂଆଁ ଆମ ଶରୀର ଭିତରକୁ ଚାଲିଯାଏ, ଯାହା ଦ୍ଵାରା ଆସ୍ଥମା ଅଟାକ ଆସିଥାଏ । ସେଥିପାଇଁ ପ୍ରଦୂଷଣ ଜାଗାକୁ ଯିବା ଉଚିତ ନୁହେଁ ।

ଅନ୍ୟ ପଟେ ବଦଳୁଥିବା ପାଣିପାଗ ବି ଆସ୍ଥମା ରୋଗୀଙ୍କ ଉପରେ ପ୍ରଭାବ ପକାଇଥାଏ । ଏହା ଶ୍ଵାସ ନଳି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହି ଭଳି ସ୍ଥିତିରେ ବି ଆସ୍ଥମା ଆଟାକ ଆସିପାରେ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।