ଅସମ୍ଭବକୁ କରି ଦେଖାଇଲେ ସମ୍ଭବ ଏହି ୨୬ ବର୍ଷର ଯୁବକ, କେବଳ 6 ଦିନରେ ସେ ସହିଦ ପରିବାରଙ୍କ ପାଇଁ ଜମା କରିଦେଲେ ୬ କୋଟି, ଜାଣନ୍ତୁ କେମିତି ଯୋଗାଡ କଲେ ସେ ଏତେ ଟଙ୍କା

ଜମ୍ମୁ ଏବଂ କାଶ୍ମୀରର ପୁଲୱାମାରେ ୧୪ ଫେବ୍ରୁୟାରୀରେ ଆତଙ୍କିମାନେ ସିଆରପିଏଫ ଯବାନମାନଙ୍କର ବସ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୪୦ ଯବାନ ସହିଦ ହୋଇଛନ୍ତି । ତାହାର ଗୋଟିଏ ଦିନ ପରେ ମେଜର ଚିତ୍ରେଶ ସିଂହ ନିୟନ୍ତ୍ରଣ ରେଖା ପାଖରେ ଆଇଇଡିକୁ ଡିଫ୍ଯୂଜ କରିବା ସମୟରେ ନିଜର ପ୍ରାଣ ହରାଇ ବସିଲେ । ଏହା ପରେ ୧୮ ଫେବ୍ରୁୟାରୀ ଦିନ ମେଜର ବିଭୁତି ଶଙ୍କର ଢୌଂଡିୟାଲଙ୍କ ସହିତ ଚାରି ଜଣ ଯବାନ ବି ଏକ ଯୁଧ୍ୟରେ ସହିଦ ହୋଇଛନ୍ତି ।

ଏହି ଯୁଧ୍ୟରେ ୩ ଜଣ ଆତଙ୍କବାଦୀ ମଧ୍ୟ ମରିଛନ୍ତି । ଏହା ପରେ ସମସ୍ତେ ସହିଦଙ୍କର ପରିବାର ଲୋକମାନଙ୍କ ପାଇଁ ନିଜ ହିସାବରେ କିଛି ନା କିଛି ସାହାର୍ଯ୍ୟ କରୁଛନ୍ତି । ବିହାର ଶେଖପୁରାର ଡୀଏମ ଇନାୟତ ଖାନ ଯବାନଙ୍କର ଦୁଇ ଝିଅକୁ ଗୋଦ ନେଇଛନ୍ତି । ଅନ୍ୟ ପଟେ ଆମେରିକାର ରହୁଥିବା ୨୬ ବର୍ଷୀୟ ଭାରତୀୟ ଯୁବକ ସହିଦ ପରିବାରଙ୍କ ପାଇଁ ୬ କୋଟି ଟଙ୍କା ଏକାଠି କରିଛନ୍ତି ।

୨୬ ବର୍ଷର ଏହି ଯୁବକ ସହିଦ ପରିବାରଙ୍କ ପାଇଁ ଦେବେ ୬ କୋଟି ଟଙ୍କା

ଦେଶର ସାଧାରଣ ନାଗରିକ ହେଉ କିମ୍ବା ସେଲିବ୍ରିଟୀ ଏବଂ ଖେଳାଳିମାନେ… ସମସ୍ତେ ସହିଦ ପରିବାରଙ୍କ ପାଇଁ ଆଗକୁ ଆସି ସାହାର୍ଯ୍ୟ କରୁଛନ୍ତି । ସମସ୍ତେ ନିଜ ହିସାବରେ କିଛି କିଛି ଟଙ୍କା ଏହି ପରିବାରଙ୍କ ପାଇଁ ଆର୍ମୀ ରିଲିଫ ଫନ୍ଡରେ ଜମା କରୁଛନ୍ତି । ଏମିତିରେ ୨୬ ବର୍ଷର ବିବେକ ପଟେଲ ବି ୬ କୋଟି ଟଙ୍କା ସହିତ ଆଗକୁ ଆସିଛନ୍ତି ।

ବିବେକ ଆମେରିକାରେ ରୁହନ୍ତି ଏବଂ ସେ ଫନ୍ଡ ରେଜ କରିବା ପାଇଁ ଫେସବୁକରେ ୧୫ ଜାନୁୟାରୀରେ ଏକ ପେଜ କରିଥିଲେ । କାରଣ ସେ USAରୁ କ୍ରେଡିଟ ଏବଂ ଡେବିଟ କାର୍ଡ ଦ୍ଵାରା ଡୋନେଟ କରି ପାରୁ ନଥିଲେ । CRPFରେ ଟଙ୍କା ଡୋନେଟ କରିବା ପାଇଁ ଟାର୍ଗେଟ ୫ ଲକ୍ଷ ଡଲାର ମାନେ ୩.୫ କୋଟି ଟଙ୍କା ରଖା ଯାଇଥିଲା କିନ୍ତୁ ଏହି ପେଜରେ କେବଳ ୬ ଦିନରେ ୨୨ ହଜାର ଲୋକ ଯୋଡିହେଲେ ଏବଂ ୮୫୦୦୦୦ ଡଲାର ମାନେ ପାଖାପାଖି ୬ କୋଟି ଟଙ୍କା ଏକାଠି କରିଲେ ।

ଲୋକମାନେ ବିବେକ ପଟେଲଙ୍କର ଏହି କାମକୁ ବହୁତ ପ୍ରଶଂସା କରୁଛନ୍ତି । ଏବଂ ତାଙ୍କ ପାଖରେ କେତେକ ଦେଶରୁ ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଫୋନ ଆସୁଛି ।

ଲୋକାଲ ରେଡିଓ ଷ୍ଟେସନର ବି ତାଙ୍କୁ ସାହାର୍ଯ୍ୟ କରିଲେ, କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଏହି ଟଙ୍କାକୁ ସଠିକ ହାତରେ କେମିତି ଦିଆଯିବ । ଏହି ପ୍ରଶ୍ନର ଉତ୍ତର ଦେଇ ବିବେକ ଏକ ଭିଡିଓ ପୋଷ୍ଟ କରିଲେ । ବିବେକ ଫେସବୁକରେ ରେଗୁଲାର ଅପଡେଟ କରନ୍ତି ଏବଂ ସ୍କ୍ରୀନଶଟ୍ସ ବି ପୋଷ୍ଟ କରନ୍ତି । ସେ ବର୍ତ୍ତମାନ ଚାହୁଁଛନ୍ତି କି ସରକାରର କୌଣସି ଦାୟିତ୍ଵବାନ ବ୍ୟକ୍ତି ଏହି ଟଙ୍କାକୁ ନିଅନ୍ତୁ ଏବଂ ସହିଦ ପରିବାରଙ୍କୁ ସଠିକ ରୂପରେ ସାହାର୍ଯ୍ୟ କରନ୍ତୁ ।

ବଲୀଉଡରୁ ବି କୋଟି କୋଟି ଟଙ୍କା ଆସିଲା ସାହାର୍ଯ୍ୟ

ସହିଦ ପରିବାରଙ୍କ ପାଇଁ ବହୁତ ସେଲିବ୍ରିଟୀଜ କିଛି କିଛି ଟଙ୍କା ଦାନ କରୁଛନ୍ତି । ଯେଉଁଥିରେ ଅକ୍ଷୟ କୁମାର, ସଲମାନ ଖାନ, ଅମିତାଭ ବଚ୍ଚନ, କୈଲାଶ ଖେର ବି ସାମିଲ ଅଛନ୍ତି । ଏମାନଙ୍କ ଛଡା ଖେଳ ଜଗତର ବିରେନ୍ଦ୍ର ସହବାଗ ସହିଦ ପିଲମାନଙ୍କର ପଢାର ଖର୍ଚ ଉଠାଇବେ ଏବଂ ଗୌତମ ଗମ୍ଭୀର ବି ସହିଦଙ୍କ ପାଇଁ କିଛି ଟଙ୍କା ଡୋନେଟ କରିଛନ୍ତି ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଯେମିତି ସମସ୍ତେ ବିବେକଙ୍କ ଭଳି ସହିଦ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।