ଝିଅଟି କରୁଥିଲା ୮୦ ଫୁଟ ହାଇଟରେ ଯୋଗ, ଅଚାନକ ବିଗିଡିଲା ବ୍ୟାଲାନ୍ସ ଆଉ ତା ପରେ…

ଆମେରିକାରେ ୨୩ ବର୍ଷର ଏଲେକ୍ସା ଟେରରାଜସ ଆଜି ହସ୍ପିଟାଲରେ ଗମ୍ଭୀର ସ୍ଥିତିରେ ଏଡମିଟ ଅଛନ୍ତି । ନିଜ ବିଲଡିଙ୍ଗର ଷଷ୍ଠ ମହଲାର ବାଲକୁନୀରେ ଏଲେକ୍ସା ଟେରରାଜସ ଯୋଗ କରୁ ଥିଲେ । କିନ୍ତୁ ସେହି ସମୟରେ ସେ ଏକ ଭୟାନକ ଦୁର୍ଘଟଣାରେ ଶିକାର ହୋଇ ଗଲେ । ସୋସିଆଲ ମିଡିଆରେ ଏଲେକ୍ସାଙ୍କର ଏକ୍ସୀଡେଂଟର ଫଟୋ ଭାଇରାଲ ହେଉ ଅଛି । ଏହି ଫଟୋରେ ଏଲେକ୍ସା ବାଲକୁନୀରୁ ତଳେ ପଡି ଯାଉ ଥିବାର ନଜର ଆସୁ ଛନ୍ତି ।

କହିବାକୁ ଗଲେ ଯୋଗ କରିବା ସମୟରେ ତାଙ୍କର ଗୋଡ ସ୍ଲିପ କରିଗଲା ଓ ସେ ତଳକୁ ପଡିଗଲେ । କିନ୍ତୁ ତାଙ୍କର ଜୀବନ ବଞ୍ଚିଗଲା ।

ଏହି ଦୁର୍ଘଟଣାରେ ଏଲେକ୍ସାଙ୍କୁ ଗମ୍ଭୀର ଆଘାତ ଆସିଛି । ତାଙ୍କର ହାତ,ଗୋଡ, ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଛି । ତାଙ୍କୁ ମେକ୍ସିକୋର ନୁଏବା ଲୀଓନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଲେକ୍ସାଙ୍କର ପିତା ମାତା ସୋସିଆଲ ମିଡିଆରେ ଲୋକମାନଙ୍କୁ ବ୍ଲଡ ଡୋନେଶନ ପାଇଁ ଅପିଲ କରୁଛନ୍ତି । ଏହା ସହିତ ଏଲେକ୍ସା ଜଲ୍ଦି ଠିକ ହୋଇଯିବା ପାଇଁ ଲୋକ ମାନଙ୍କୁ ପ୍ରାର୍ଥନା କରିବାକୁ ବି କହୁଛନ୍ତି ।