ଆସନ୍ତା 26 ତାରିଖ, ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ଖୋଲିବ ଓ କଣ ରହିବ ବନ୍ଦ ?

ଆପଣ ମାନେ ଜାଣିଥିବେ କାରୋନା କାଳରେ ସବୁ ଦୋକାନ ବଜାର ବନ୍ଦ ରହୁଥିଲା । କିଛି ଜରୁରୀ ସାମଗ୍ରୀ ଦୋକାନ ଖୋଲା ଯାଇଥିଲା । ଅର୍ଥାତ ସଉଦା ଦୋକାନ ଓ ଔଷଧ ଦୋକାନ ଖୋଲା ରହୁଥିଲା । କିନ୍ତୁ ଏହା ଆସ୍ଥେ ଆସ୍ଥେ ଖୋଲିବାରେ ଲାଗିଲା । ଏବେ ଆମେ ଶୁଣିବାକୁ ପାଉଛି କି ଏହି ମାସର ୨୬ ତାରିକ ଦିନ ଭାରତ ବନ୍ଦ ଡାକରା କରା ଯାଇଛି ।

ଏହି ବନ୍ଦ ଡାକରାକୁ ଭାରତୀୟ ବ୍ୟବସାୟିକ ସଂଘ ଦେଇଛନ୍ତି । ସେମାନଙ୍କର ଭାରତ ବନ୍ଦ ଡାକିବା କାରଣ ହେଉଛି ଜିଏସଟିରେ କିଛି ଅସୁବିଧା ରହିଛି ଓ ଏହାକୁ ସୁଧାର କରିବା ପାଇଁ । ସେଦିନ କେତେ ଘଣ୍ଟା ବନ୍ଦ ରହିବ ଓ କେଉଁ ଦୋକାନ ସବୁ ଖୋଲା ରହିବ ସେହି ବିଷୟରେ ଆମେ ଆପଣଙ୍କୁ କହିବୁ । ଆପଣ ମାନେ ଜାଣିଥିବେ କି ଏହି ମାସରେ ଆମେ ୩ ଟି ବନ୍ଦ ଡାକରାକୁ ସାମ୍ନା କରି ସାରିଲେଣି ।

ପ୍ରଥମ ଡାକରା ଦେଇଥିଲେ କୃଶକ ମାନେ ଦେଇଥିଲେ । ଏହାପରେ ଦୁତୀୟ ଡାକରା ୧୫ ଫେବ୍ରୁଆରିରେ କଂଗ୍ରେସ ଦଳ ପେଟ୍ରୋଲ ଦର କମିବା ପାଇଁ ୬ ଘଣ୍ଟିଆ ବନ୍ଦ ପାଇଁ ଡାକରା ଦେଇଥିଲେ । ପୁଣିଥରେ ଆସୁଥିବା ୨୬ ତାରିକରେ ଜିଏସଟି ବିପକ୍ଷରେ ଭାରତୀୟ ବ୍ୟବସାୟିକ ସଂଘ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରା ମାତ୍ର ୧୨ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଶୁଣା ଯାଉଛି ।

ଏହାର ଅର୍ଥ ହେଉଛି ନିୟମ ଅନୁସାରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ବନ୍ଦ ଡାକରା ଦ୍ଵାରା ସବୁ ଗାଡି ଚାଲିବା ବନ୍ଦ ରହିବ ବୋଲି ସୂଚନା ଆସୁଛି । ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ଜିନିଷ ବନ୍ଦ ରହିବା ଓ କେଉଁ ଜିନିଷ ଖୋଲା ରହିବ । ଯେତେକ ସବୁ ଜରୁରୀ କାଳୀନ ଗାଡି ସବୁ ଯାଇ ପାରିବେ ।

ଏହାକୁ କେହି ମଧ୍ୟ ବନ୍ଦ କରି ପାରିବେ ନାହିଁ । ଅର୍ଥାତ ଆମ୍ବୁଲାନ୍ସ ଓ ଅଗ୍ନିସମ ଗାଡି ଏବଂ ପ୍ରାଇଭେଟ ଗାଡି ଚାଲାଉ ଥିବା ଲୋକ ମାନେ ଯାଇ ପାରିବେ ଯାହାକି ସେମାନଙ୍କର ଯଦି ମେଡିକାଲରେ କାମ ଥିବ । ସେମାନେ ନିଶ୍ଚୟ ଯାଇ ପାରିବେ । ଏହାଛଡା କ୍ଷୀର ଗାଡି, ଛୋଟ ପିଲାଙ୍କର ଖାଇବା ଖାଦ୍ୟ ଗାଡି, ସାମ୍ବାଦିକ ଗାଡି ସବୁକୁ କେହି ଅଟକାଇ ପାରିବେ ନାହିଁ ।

ଏହାଛଡା ଯେଉଁ ଗାଡି ଗୁଡିକ ଅତ୍ୟନ୍ତ ଜରୁରୀ କାଳୀନ ଗାଡି ଗୁଡିକ ବ୍ୟବହାର କରାଯାଉ ଥିବ ସେ ଗାଡି ମଧ୍ୟ ଚାଲିବ । ଯେତେ ଗୁଡିଏ ସବୁ ଅତ୍ୟନ୍ତ ଜରୁରୀ କାଳୀନ ସବୁ ଅଫିସ ଖୋଲା ରହିବ । ସେଗୁଡିକ ହେଉଛି ବିଦୂତ ବିଭାଗର ଅଫିସ, ମେଡିକାଲ ଅଫିସ, ଅଗ୍ନିସମ ବିଭାଗ ଅଫିସ, ପୋଲିସ ଷ୍ଟେସନ ଅଫିସ ସବୁ ଗୁଡିକ ଖୋଲା ରହିବ ।

ଏହା ସହିତ ସବୁ ମେଡ଼ିସିନ ଦୋକାନ, ପଶୁ ମାନଙ୍କର ଖାଦ୍ୟ ଦୋକାନ ଓ ଛୋଟ ପିଲା ମାନଙ୍କର ଖାଇବା ଦୋକାନ ଖୋଲା ରହିବ । ଏହାଛଡା ଜରୁରୀ କାଳୀନ ଆସୁଥିବା ଜିନିଷର ଦୋକାନ ମଧ୍ୟ ଖୋଲା ରହିବ । ଏହି ବନ୍ଦ ଡକରା ପାଖାପାଖି ୪୦ ହଜାର ବ୍ୟବସାୟିକ ସଂଗଠନ ମାଧ୍ୟମରୁ ଦିଆଯାଇଛି ।

ଏହା ଛଡା ସିଏଆଇଟିରେ ଥିବା ପ୍ରବୀର ଖଣ୍ଡିଳ ସେ ସମସ୍ଥ ଜଣ ସାଧାରଣ ମାନଙ୍କୁ ବନ୍ଦକୁ ସଫଳ କରିବା ପାଇଁ କହିଛନ୍ତି । କିନ୍ତୁ ବନ୍ଦ ଯେଉଁ ମାନେ କରୁଛନ୍ତି କରନ୍ତୁ ହେଲେ ରାସ୍ତାରେ ଯାଉଥିବା ମେଡିକାଲ କାମର ଲୋକ ମାନଙ୍କୁ କେବେବି ଅଟକାନ୍ତୁ ନାହିଁ । ମେଡିକାଲ କାମରେ ଯାଉଥିବା ଲୋକ ମାନଙ୍କୁ ଆପଣ ସାହାର୍ଯ୍ୟ କରନ୍ତୁ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ