ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ତାରିଖରୁ ଖୋଲିବ School, କେନ୍ଦ୍ର ସରକାର ଜାରି କଲେ SOP

ପାଞ୍ଚ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ପଡିଥିବା ସ୍କୁଲ ଏବେ ଆସନ୍ତା ୨୧ ତାରିଖରୁ ୯ମରୁ ୧୨ଶ ଶ୍ରେଣୀ ସ୍କୁଲ ପିଲାଙ୍କ ପାଇଁ ଖୋଲିବାକୁ ଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ SOP ଜାରି କରିଛନ୍ତି । ଏହା ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଲେ କି ପର୍ଯ୍ୟାୟକ୍ରମେ ବିଦ୍ୟାଳୟଗୁଡ଼ିକ ଖୋଲାଯିବ । ଯେଉଁମାନେ ସ୍କୁଲକୁ ଆସୁଛନ୍ତି ସେମାନଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପଡ଼ିବ । ସବୁ ସ୍ଥାନରେ ଛେପ ପକାଇବା ନିଷେଧ । ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିଦ୍ୟାଳୟରେ ରାଜ୍ୟ ହେଲ୍ପଲାଇନ ନମ୍ବର ସହିତ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଫୋନ ନମ୍ବର ମଧ୍ୟ ପ୍ରଦର୍ଶିତ ହେବ ।

ଲାବୋରେଟୋରୀରୁ ଶ୍ରେଣୀଗୃହ ପର୍ଯ୍ୟନ୍ତ ଛାତ୍ରମାନଙ୍କ ଏପରି ବସିବା ବ୍ୟବସ୍ଥା କରାଯିବ ଯେପରି ସେମାନଙ୍କ ମଧ୍ୟରେ ଅତି କମରେ 6 ଫୁଟ ଦୂରତା ବଜାୟ ରହିବ । ଛାତ୍ରମାନେ ଏକାଠି ହେବାଏବଂ କ୍ରୀଡା ସମ୍ବନ୍ଧୀୟ କାର୍ଯ୍ୟକଳାପ ନିଷେଧ ହେବ କାରଣ ଏହା ସଂକ୍ରମଣ ବିସ୍ତାର କରିବାର ଆଶଙ୍କା ବଢାଇବ ।

କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିବ ନାହିଁ । ଯେଉଁ ସ୍କୁଲ ଗୁଡିକ କ୍ଵାରେଣ୍ଟିନ କେନ୍ଦ୍ର ଭାବରେ ବ୍ଯବହ୍ରୁତ ହୋଇଥିଲା ସ୍କୁଲ ଖୋଲିବା ପୂର୍ବରୁ ସେଗୁଡିକ ଭଲ ଭାବେ ସାନିଟାଇଜ କରାଯିବ । ସମସ୍ତ ବିଦ୍ୟାଳୟକୁ ହାଇପୋକ୍ଲୋରାଇଟ୍ ସଲ୍ଯୁସନ ରେ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

ଅନଲାଇନ୍ ପଢିବା ବିକଳ୍ପ ମଧ୍ୟ ଜାରି ରହିବ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା SOP ରେ କୁହା ଯାଇଛି କି ଅନଲାଇନ୍ଡି ବା ଷ୍ଟାନ୍ସ ଲର୍ନିଙ୍ଗ ର ଅନୁମତି ଜାରି ରହିବ । ବିଦ୍ୟାଳୟଗୁଡ଼ିକ ସେମାନଙ୍କର 50 ପ୍ରତିଶତ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଅନଲାଇନ୍ ଶିକ୍ଷାଦାନ ବା ଟେଲି କାଉନ୍ସିଲିଙ୍ଗ ଓ ଅନ୍ଯାନ୍ଯ ଆନୁସଙ୍ଗିକ କାର୍ଯ୍ୟକଳାପ ପାଇଁ ଡକାଇ ପାରିବେ । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରମାନେ ଯଦି ସେମାନଙ୍କ ଶିକ୍ଷକଙ୍କଠାରୁ ମାର୍ଗଦର୍ଶନ ପାଇବାକୁ ବିଦ୍ୟାଳୟକୁ ଯିବାକୁ ଚାହାଁନ୍ତି ତେବେ ସେମାନଙ୍କୁ ଅନୁମତି ଦିଆଯିବ । କିନ୍ତୁ ସେମାନଙ୍କୁ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କଠାରୁ ଲିଖିତ ସମ୍ମତି ହାସଲ କରିବାକୁ ପଡିବ । ଛାତ୍ରମାନେ ଅନଲାଇନ୍ ପଢାର ବିକଳ୍ପ ମଧ୍ୟ ପାଇବେ ।

ଜାରି ହେଇଥିବା ନିର୍ଦ୍ଦେଶନାମା

ବିଦ୍ୟାଳୟରେ ସତର୍କତାମୂଳକ ପଦକ୍ଷେପ ସହିତ ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରମାନେ ସାମିଲ ହେବେ, ଏହା ଅନୁସାରେ କମ ସେ କମ ଛଅ ଫୁଟର ଶାରୀରିକ ଦୂରତା ନିଶ୍ଚିତ କରିବା, ମୁହଁକୁ ଘୋଡାଇବା, ବାରମ୍ବାର ହାତ ଧୋଇବା, ଶ୍ୱାସକ୍ରିୟା ସମ୍ବନ୍ଧୀୟ ଶିଷ୍ଟାଚାର ପାଳନ କରିବା, ସ୍ୱାସ୍ଥ୍ୟ ମନିଟରିଂ ଏବଂ ଛେପ ନ ପକାଇବା ଅନ୍ତର୍ଭୂକ୍ତ ଅଟେ । ଲୋକଙ୍କୁ ଏ ବିଷୟରେ ବିଶେଷ ଭାବରେ ମଧ୍ୟ କୁହା ଯାଇଛି କି ସେମାନଙ୍କୁ ଅନଲାଇନ୍ ଓ ଡିଷ୍ଟାନ୍ସିଙ୍ଗ ଶିକ୍ଷା ଜାରି ରଖିବା ଓ 9 ରୁ 12 ଶ୍ରେଣୀର ଛାତ୍ରମାନଙ୍କୁ ସେମାନଙ୍କ ଶିକ୍ଷକମାନଙ୍କଠାରୁ ମାର୍ଗଦର୍ଶନ ପାଇଁ ସ୍ବେଚ୍ଛାକୃତ ଭାବରେ ବିଦ୍ୟାଳୟ ଯିବାକୁ ଅନୁମତି ଦେବା ଏବଂ ଉତ୍ସାହିତ କରିବା ଜାରି ରଖିବା ଉଚିତ୍ ।

ଛାତ୍ରମାନଙ୍କୁ କୌଣସି ବାଧ୍ୟତା ନାହିଁ

ଛାତ୍ରମାନେ ସ୍ବେଚ୍ଛାକୃତ ଭାବରେ ବିଦ୍ୟାଳୟକୁ ଆସିବାର ସ୍ଵାଧୀନତା ପାଇବେ । କୌଣସି ଛାତ୍ରକୁ ବିଦ୍ୟାଳୟକୁ ଆସିବାକୁ ବାଧ୍ୟ କରାଯିବ ନାହିଁ । ପିଲାମାନେ କେବଳ ସେମାନଙ୍କ ପିତାମାତାଙ୍କ ଠାରୁ ଲିଖିତ ଅନୁମତି ନେଇ ବିଦ୍ୟାଳୟକୁ ଆସିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।