କଣ Air Strike ରେ ମରି ସାରିଛି ଆତଙ୍କି ମସୁଦ ଅଜହର? ସତ ଲୁଚେଇବାରେ ଜୁଟିଛି ପାକିସ୍ତାନ, କଣ ଅଟେ ପୁରା ଘଟଣା ?

କୁଖ୍ୟାତ ଆତଙ୍କ ବାଦୀ ତଥା ଜୈସ-ଇ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ୍‌ ଆଝାର ମୃତ୍ୟୁ ଖବର ଏବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଏହି ମୃତ୍ୟୁକୁ ପାକିସ୍ତାନ ସରକାର ଆଧିକାରିକ ଭାବେ ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାସୁଦ ଅଜହରର ମୃତ୍ୟୁ ଖବରରେ ସତ୍ୟତା ଥିବା କୁହା ଯାଉଛି।

ତେବେ ମାସୁଦ ଅଝାର କିଡନି ଫେଲିଅର ପାଇଁ ମୃତ୍ୟୁମୁଖରେ ପଡ଼ିଛି ନା ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ବାୟୁସେନାର ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକରେ ଗୁରୁତର ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛି ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।

ବିଦେଶୀ ଗୁଇନ୍ଦା ସୂତ୍ର ଅନୁସାରେ, ଭାରତୀୟ ବାୟୁସେନାର ଆକ୍ରମଣ ସମୟରେ ବାଲାକୋଟରେ ଥିବା ଜୈସ୍‌-ଇ-ମହମ୍ମଦର ସବୁଠାରୁ ବଡ଼ ଆତଙ୍କବାଦୀ ଶିବିରରେ ମାସୁଦ ଅଝାର ଉପସ୍ଥିତ ଥିଲା ଏବଂ ବୋମାମାଡରେ ଗୁରୁତର ଆହତ ହୋଇଥିଲା। ଯାହାପରେ ତାକୁ ପାକ୍‌ ସେନାର ସହାୟତାରେ ଚିକିତ୍ସା ଲାଗି ରାଓ୍ଵାଲପିଣ୍ଡିସ୍ଥିତ ସାମରିକ ହସ୍‌ପିଟାଲ୍‌ରେ ଭର୍ତ୍ତି କରା ଯାଇଥିଲା। ଯେଉଁଠାରେ ଗତକାଲି ତା’ର ମୃତ୍ୟୁ ହୋଇଥିବା କୁହା ଯାଉଛି।

ହସ୍‌ପିଟାଲ୍‌ରେ ଥିବା ବେଳେ ଆଝାର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା ତାହା ବିଭିନ୍ନ ଟୁଇଟରୁ ସ୍ପଷ୍ଟ ହୋଇଛି। ପାକିସ୍ତାନର ଗିନି ଖାନ୍‌ ନାମ୍ନୀ ଜଣେ ଟୁଇଟର ବ୍ୟବହାରକାରୀ ଜନୈକା ସାମରିକ ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଟୁଇଟ କରିଛନ୍ତି ଯେ ମାସୁଦ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଛି ଏବଂ ତାକୁ ଭେଣ୍ଟିଲେଟରରେ ରଖା ଯାଇଛି।

ସେମିତି ମସୁଦଙ୍କ ଛୋଟ ଭାଇ ମୌଲାନା ଅମ୍ମାର ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ଥାନରେ ପଶି ଏୟାର୍ ଷ୍ଟ୍ରାଇକ୍ କରିଥିବାର ପୃଷ୍ଟି କରିଥିଲେ , ତାଙ୍କର ଏକ ଅଡିଓ ସାମନାକୁ ଆସିଛି , ଯେଉଁଥିରେ ଭାରତରେ କାର୍ଯ୍ୟକରୁଥିବା ଜୈସ୍-ଏ-ମହମ୍ମଦ ଠିକଣା ଗୁଡିକ ନଷ୍ଟ କରିବାପରେ ସେଠାରୁ କାନ୍ଧୁଥିବାର ସେହି ଅଡିଓ କ୍ଲିପ୍ ରେ ଜଣାପଡୁଛି ।

ଆପଣଙ୍କୁ କହିଦେବୁ କି ଜାମ୍ମୁ କାଶ୍ମୀରର ସିଆର୍ ପିଏଫ୍ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜୈସ୍-ଏ-ମହମ୍ମଦ ନେଇଥିଲେ , ଏହି ଆକ୍ରମଣ ପରେ ଭାରତୀୟ ବାୟୁସେନା ମିରାଜ ଲଢୁଆ ବିମାନ ଦ୍ୱାରା ପାକିସ୍ଥାନରେ ପଶି ବାଲାକୋଟ୍ ସ୍ଥିତ ଜୈସ୍-ଏ-ମହମ୍ମଦ ଆତଙ୍କୀ ଠିକଣାକୁ ବମ୍ ବର୍ଷା କରାଇଥିଲେ , ଭାରତ ଏହି କାର୍ଯ୍ୟନୁଷ୍ଠାନରେ ବହୁତ ଆତଙ୍କବାଦୀ ମୃତ୍ୟାହତ ହୋଇଥିଲେ , ୨୧ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଭାରତୀୟ ବାୟୁସେନାର ଏହି ଆକ୍ରମଣରେ ପାକିସ୍ଥାନର ବାୟୁସେନାଙ୍କୁ ଖବର ବି ମିଳିଲା ନାହିଁ ।

ଏହାପରେ ଯେବେ ସକାଳୁ ପାକିସ୍ଥାନକୁ ଭାରତର ଏହି କାର୍ଯ୍ୟନୁଷ୍ଠାନ ବିଷୟରେ ଜଣା ପଡିଲା , ତେବେ ସେମାନେ ଭାରତୀୟ କ୍ଷେତ୍ରରେ ଆକାଶ ମାର୍ଗରୁ ଆକ୍ରମଣ କରିଦେଇଥିଲେ , ଏହି ସମୟରେ ଦୁଇ ଦେଶର ମଧ୍ୟରେ ସୀମା ଉପରେ ଆକାଶମାର୍ଗରୁ ଆକ୍ରମଣ ହୋଇଥିଲା , ଭାରତୀୟ ବାୟୁସେନାର ପାକିସ୍ଥାନ ହାଇଟେକ୍ ଏଫ୍-୧୬ ବିମାନକୁ ମାରି ତଳେ ପକାଇଦେଇଥିଲେ , ଏହି ସମୟରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ବି ପାକିସ୍ଥାନ ମାଟିରେ ପଡିଥିଲା , ଓ ସେହି ବିମାନକୁ ଚଲାଉଥିବା ପାଇଲଟ୍ କୁ ଅଭିନନ୍ଦନ ବର୍ଦ୍ଧମାନ ଚଲାଉଥିଲେ , ଓ ପାକିସ୍ଥାନ ସେନା ତାଙ୍କୁ ନିଜ କବଜାରେ ନେଇଗଲେ ।

ଏହାପରେ ଭାରତ ପାକିସ୍ଥାନକୁ ଚେତାବନୀ ଦେଇକହିଥିଲା କି ଅଭିନନ୍ଦନଙ୍କୁ ଛାଡିଦିଅନ୍ତୁ , ଯାହାପରେ ଗୁରୁବାରକୁ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଅଭିନନ୍ଦନଙ୍କୁ ଛାଡିଦେଇଥିଲେ , ତାପରେ ଶୁକ୍ରବାରକୁ ପାକିସ୍ଥାନର ୱିଙ୍ଗ୍ କମାଣ୍ତର ଅଭିନନ୍ଦନଙ୍କୁ ଅଟାରି ୱାଘା ବର୍ଡରରେ ଭାରତ ହିପାଜତକୁ ଦେଇଥିଲେ ।

ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।