ଆରେଞ୍ଜ ମ୍ୟାରେଜରେ ଏହି ୫ ଟି ଫାଇଦା ଜାଣିଲେ ଆପଣ ଲଭ ମ୍ୟାରେଜ କରିବା କଥା ହିଁ ଭୁଲିଯିବେ, ଜାଣନ୍ତୁ

ବର୍ତ୍ତମାନ ସମୟରେ ପ୍ରାୟତଃ ଯୁବକ ଓ ଯୁବତୀ ଆରେଞ୍ଜ ମ୍ୟାରେଜ କରିବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ସେମାନେ ନିଜର ପ୍ରେମକୁ ଖୋଜନ୍ତି । କିନ୍ତୁ ଯଦି ଆପଣ ଦେଖିବେ ତେବେ ଯେତିକି ଚାନ୍ସ ଆରେଞ୍ଜ ମ୍ୟାରେଜର ଫେଲ ହେବାର ଥାଏ ସେତିକି ଚାନ୍ସ ଲଭ ମ୍ୟାରେଜର ବି ହୋଇଥାଏ ।

ଏମିତି ନୁହେଁ କି ଲଭ ମ୍ୟାରେଜ କରିବା ଦ୍ଵାରା ଜୀବନରେ କୌଣସି ଦୁଃଖ କି କଷ୍ଟ ଆସିନଥାଏ । କିନ୍ତୁ ଲଭ ମ୍ୟାରେଜ ଅପେକ୍ଷା ଆରେଞ୍ଜ ମ୍ୟାରେଜର ଏକ ଅଲଗା ହିଁ ମଜା ଅଛି ।

ଏକା ଭଳି ଚଳନି

ମାତା ପିତା ନିଜର ପୁଅ କିମ୍ବା ଝିଅ ପାଇଁ ଏହିଭଳି ଏକ ଯୋଡି ଖୋଜନ୍ତି ଯେଉଁଥିରେ ଦୁଇ ଜଣଙ୍କର ଲାଇଫଷ୍ଟାଇଲ, ସଂସ୍କାର, କଲ୍ଚର ଓ ଆର୍ଥିକ ସ୍ଥିତି ପାଖାପାଖି ଏକ ସମାନ ହୋଇଥିବ । ଏକା ଭଳି ରହିବା ସହିବା କାରଣରୁ ଝିଅ ନିଜ ଶଶୁର ଘରେ ଭଲ ଭାବରେ ଆଡଜସ୍ଟ କରି ନେଇଥାଏ ।

ମାନ ସମ୍ମାନ

ଯେତେବେଳେ ଆରେଞ୍ଜ ମ୍ୟାରେଜ ହୋଇଥାଏ ତେବେ ଏଥିରେ ସମସ୍ତଙ୍କର ଅନୁମତି ରହିଥାଏ । ସମସ୍ତେ ଖୁସିରେ ରହିଥାନ୍ତି । ପୁଅ ଝିଅ ବାହାଘର ପରେ ଏମିତି କିଛି ବି ଭୁଲ କାମ କରନ୍ତି ନାହିଁ ଯେଉଁଥିରେ ତାଙ୍କର ପରିବାରର ନାମ ଖରାପ ହେବ । ଆରେଞ୍ଜ ମ୍ୟାରେଜରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଏକ ପ୍ରକାର ଇଜ୍ଜତ ଓ ମାନ ସମ୍ମାନ ରହିଥାଏ ।

ମଜବୁତ ସମ୍ପର୍କ

ଆରେଞ୍ଜ ମ୍ୟାରେଜ କରିବା ଦ୍ଵାରା ଆପଣଙ୍କର ବାପଘର ଓ ଶଶୁରଘର ସହିତ ଦୁଇଟି ଜାଗାରେ ହିଁ ଭଲ ସମ୍ପର୍କ ରହିଥାଏ । ପରିବାର ଲୋକମାନେ ସୁଖ ଦୁଃଖରେ ଆପଣଙ୍କୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ଆଗେଇ ଆସନ୍ତି । ଲଭ ମ୍ୟାରେଜ  ତୁଳନାରେ ଆରେଞ୍ଜ ମ୍ୟାରେଜରେ ଦମ୍ପତିମାନଙ୍କ ମଧ୍ୟରେ ପ୍ରେମ ଅଧିକ ଥାଏ । ଏହି ସମସ୍ତ ଜିନିଷ ସମ୍ପର୍କକୁ ମଜବୁତ କରିଥାଏ ।

ଝଗଡା କମ ହୋଇଥାଏ

ଆରେଞ୍ଜ ମ୍ୟାରେଜରେ ଦମ୍ପତି ମଧ୍ୟରେ କିମ୍ବା ଦୁଇ ଜଣ ପରିବାର ମଧ୍ୟରେ ଝଗଡାର ଚାନ୍ସ ବହୁତ କମ ଥାଏ । ଦୁଇ ଜଣଙ୍କୁ ହିଁ ସମାଜରେ ନିଜର ମାନ ସମ୍ମାନ ର ଡର ଥାଏ । ସେଥିପାଇଁ ଲୋକମାନେ ଆରେଞ୍ଜ ମ୍ୟାରେଜରେ ଅଧିକ ଆଡଜସ୍ଟ କରି ହୋଇଯାନ୍ତି ।

ବାହାଘର ଅଧିକ ଦିନ ଚାଲିଥାଏ

ଆରେଞ୍ଜ ମ୍ୟାରେଜରେ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ହୋଇ ବିବାହ ହୋଇଥାଏ । କିନ୍ତୁ ଲଭ ମ୍ୟାରେଜରେ ଆପଣ କେବଳ ପରସ୍ପରଙ୍କର ସୁନ୍ଦରତାରେ ଆକର୍ଷିତ ହୋଇ ବିବାହ କରି ନିଅନ୍ତି । ଏହି କାରଣରୁ ପରେ ଅନ୍ୟ ଜିନିଷ ଓ ନିଜର ସ୍ଵଭାବ କାରଣରୁ ଝଗଡା ହୋଇଥାଏ । କିନ୍ତୁ ଯଦି ଆରେଞ୍ଜ ମ୍ୟାରେଜରେ ଯଦି କୌଣସି ଅସୁବିଧା ଆସିଥାଏ ତେବେ ତାହାକୁ ସମାଧାନ କରିବା ପାଇଁ ସମସ୍ତ ସମ୍ପର୍କୀୟ ଆସି ଯାଆନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।