ନିଜର ଏକ ସୈନିକର ପ୍ରତିଦିନ ଭୋଜନ ଉପରେ ଇଣ୍ଡିଆନ ଆର୍ମି ଖର୍ଚ୍ଚ କରିଥାଏ ଏତେ ଟଙ୍କା, ସବୁ ଭାରତୀୟଙ୍କୁ ଜାଣିବା ଦରକାର

ଭାରତୀୟ ସେନା ହିନ୍ଦୁସ୍ଥାନର ଜୀବନ ଅଟେ । ସମସ୍ତେ ନିଜର ସୈନିକ ଭାଇ ଭଉଣୀଙ୍କୁ ଭଲ ପାଆନ୍ତି । ଆମେ ପ୍ରାୟତଃ ସୈନିକମାନଙ୍କର ଫିଲ୍ମ ଦେଖିଥାଉ । ଏମିତିରେ ସେମାନଙ୍କର ଖାଇବା ଓ ପିଇବା ଦେଖି ଆମ ମନରେ ବି ପ୍ରଶ୍ନ ଆସିଥାଏ କି ଆମ ଦେଶର ବି ସୈନିକମାନେ କେଉଁ ପ୍ରକାରର ଖାଦ୍ୟ ଖାଉଥିବେ ଓ ଏମିତି ବିଭିନ୍ନ ପ୍ରକାରର ପ୍ରଶ୍ନ ମନରେ ଉଙ୍କି ମାରିଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କି ଗୋଟିଏ ସୈନିକର ପ୍ରତିଦିନ ଭୋଜନ ଉପରେ କେତେ ଟଙ୍କା ଖର୍ଚ୍ଚ କରିଥାଏ ଇଣ୍ଡିଆନ ଆର୍ମୀ, ଯାହା ସମସ୍ତ ଭାରତୀୟଙ୍କୁ ଜାଣିବା ଦରକାର ।

ସୈନିକଙ୍କର ପ୍ରତିଦିନ ଭୋଜନ ଉପରେ ଖର୍ଚ୍ଚ ହୋଇଥାଏ ଏତେ ଟଙ୍କା

ଭାରତୀୟ ସେନା ନିଜ ଜୀବନର ବାଜି ଲଗାଇ ଲୋକମାନଙ୍କର ରକ୍ଷା କରନ୍ତି । ସେମାନେ ବର୍ଷା, ଶୀତ, ଖରା ଓ ବନ୍ୟା ସମୟରେ ବି ଆମର ରକ୍ଷା କରିଥାନ୍ତି । ଉପୋରକ୍ତ ବିଷୟରେ ଆରଟୀଆଈର କାର୍ଯ୍ୟକର୍ତ୍ତା ସଞ୍ଜୟ ଶର୍ମା ଅର୍ଜୀ ଦାୟର କରିଥିଲେ । ସେ ଜାଣିବାକୁ ଚାହୁଁଥିଲେ କି ସୈନିକମାନଙ୍କର ପ୍ରତିଦିନ ଖାଦ୍ୟ ଉପରେ କେତେ ଟଙ୍କା ଖର୍ଚ୍ଚ  ହୋଇଥାଏ ।

ଲଖନଊ ନିବାସୀ ସଞ୍ଜୟ ଶର୍ମା ନିଜର ଆରଟିଆଈ ଅର୍ଜୀ ରକ୍ଷା ମନ୍ତ୍ରାଳୟରେ ଏହା ଦାୟର କରିଥିଲେ । ସଞ୍ଜୟ ଜଳ, ସ୍ଥଳ ଓ ବାୟୁର ଯବାନମାନଙ୍କର ଓ ନନ ସୋଲ୍ଜର୍ସଙ୍କର ପ୍ରତିଦିନ ଭୋଜନ ବ୍ୟବସ୍ଥାର ପୁରା ସୂଚନା ମାଗିଥିଲେ । ଏହା ପରେ ଏହି ଆରଟିଆଈ ଆବେଦନର ଜବାବ ଭାରତୀୟ ସେନାର ଜନସୂଚନା ଅଧିକାରୀ ଲେଫ୍ଟିନେଂଟ କର୍ନଲ ଏ.ଡୀ.ଏସ. ଜସରୋଟିୟା ତିନୋଟି ପଏଣ୍ଟ ରେ ଦେଲେ ।

·    ୯୦୦୦ ଫୁଟ ଉଚ୍ଚତାରେ ରହୁଥିବା ସୈନିକମାନଙ୍କର ଭୋଜନ ପାଇଁ ପ୍ରତିଦିନର ଖର୍ଚ୍ଚ – ୧୦୦ ଟଙ୍କା ୪୦ ପଇସା ଅଟେ ।

·    ୯୦୦୦ ଫୁଟରୁ ୧୧,୯୯୯ ଫୁଟ ଉଚ୍ଚତାରେ ରହୁଥିବା ସୈନିକମାନଙ୍କର ଭୋଜନ ପାଇଁ ଖର୍ଚ୍ଚ – ୧୧୬ ଟଙ୍କା ୫୬ ପଇସା ଅଟେ ।

·    ୧୨୦୦୦ ଫୁଟ ରୁ ବି ଅଧିକ ଉଚ୍ଚତାରେ ରହୁଥିବା ସୈନିକମାନଙ୍କର ଭୋଜନ ପାଇଁ ଖର୍ଚ୍ଚ – ୨୪୧ ଟଙ୍କା ୧୭ ପଇସା ଅଟେ ।

ଭାରତ ସରକାରଙ୍କୁ ବି କରାଗଲା ଅବଗତ

ଯେତେବେଳେ କି ଏୟାରଫୋର୍ସ ଓ ନେବିର କୌଣସି ସୂଚନା ରକ୍ଷା ମନ୍ତ୍ରାଳୟର ମୁଖ୍ୟାଳୟରେ ଉପଲବ୍ଧ କରାଯାଇ ନାହିଁ । ଆପଣଙ୍କୁ କହିଦେଉଛୁ କି ୧୧ ଅଗଷ୍ଟ, ୨୦୧୬ ରେ ଜାରି ହୋଇଥିବା ଭାରତ ସରକାରଙ୍କର ଆଦେଶ ଅନୁସାରେ, ଅଧିକାରୀମାନଙ୍କର, କର୍ମଚାରୀଙ୍କର, କର୍ମୀଙ୍କର ଓ ଇଣ୍ଟର ସର୍ବିସ ଅର୍ଗନାଇଜେଶନର ସମସ୍ତ କର୍ମୀଙ୍କୁ ୯୭ ଟଙ୍କାରୁ ୮୫ ଟଙ୍କାର ପ୍ରତିଦିନ ହିସାବରେ ଭୋଜନ ଦେବା ଉଚିତ ।

ଆରଟିଆଈର କାର୍ଯ୍ୟକର୍ତ୍ତା ସଞ୍ଜୟ ଶର୍ମାଙ୍କର କହିବା ଅଟେ କି ଗୋଟିଏ ସୈନିକର ଗୋଟିଏ ଦିନ ଭୋଜନର ଖର୍ଚ ୧୦୦ ଟଙ୍କା ହେବା ଦରକାର ଯାହାକି ବର୍ତ୍ତମାନର ମହଙ୍ଗାକୁ ଦେଖି ରଖା ଯାଇଛି । ଏହି ସୂଚନାକୁ ସଞ୍ଜୟ ଶର୍ମା ଏକ ପତ୍ର ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀକୁ ବି ଦେଇଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।