ପୁରା ଦେଶରେ ୧ ଏପ୍ରିଲ ଠାରୁ ଆରମ୍ଭ ହୋଇଯିବ ଜନଗଣନା, ଜାଣନ୍ତୁ ଆପଣଙ୍କୁ ପଚରାଯିବ କେଉଁ କେଉଁ ପ୍ରଶ୍ନ

ପୁରା ଦେଶରେ ୧ ଏପ୍ରିଲ ଠାରୁ ଜନଗଣନା ୨୦୨୧ର ପ୍ରକ୍ରିୟା ଆରମ୍ଭ ହେବାର ଅଛି । ଜନଗଣନା ପ୍ରକ୍ରିୟା ୧ ଏପ୍ରିଲ ଠାରୁ ନେଇ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲିବ । ଜନଗଣନାର ପ୍ରକ୍ରିୟାରେ ଆପଣଙ୍କୁ ୩୧ ପ୍ରକାରର ପ୍ରଶ୍ନ କରାଯିବ । ଆପଣଙ୍କ ମୋବାଇଲ ନମ୍ବର, ଇଣ୍ଟର୍ନେଟ କନେକ୍ସନ, ସ୍ମାର୍ଟଫୋନର ବ୍ୟବହାର ସହ ଜଡିତ ପ୍ରଶ୍ନ କରାଯିବ । ବର୍ତ୍ତମାନ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଛି କି ସେହି ସମସ୍ତ ପ୍ରଶ୍ନ ଗୁଡିକ କଣ ହେବ ।

ରେଜିସ୍ଟ୍ରାର ଜେନେରାଲ ଏବଂ ଜନଗଣନା ଆୟୁକ୍ତ ଏକ ଅଧିସୁଚନାରେ କହିଛନ୍ତି କି ଜନଗଣନା ଅଧିକାରୀମାନଙ୍କୁ ୧ ଏପ୍ରିଲ ଠାରୁ ନେଇ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ନିର୍ଧାରିତ କରାଯାଇଥିବା ହାଉସ ଲିସ୍ଟିଂଗ ଆଣ୍ଡ ହାଉସିଂ ସେନ୍ସଜର ଆଧାରରେ ସବୁ ଘରର ସୂଚନା ଏକାଠି କରିବା ପାଇଁ ୩୧ଟି ପ୍ରଶ୍ନ କରାଯିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଜନଗଣନା ଅଧିକାରୀ ଆପଣଙ୍କ ଠାରୁ ଶୌଚାଳୟ, ଟିଭି, ଇଣ୍ଟର୍ନେଟ, ଗାଡି, ପାଣି ସହିତ ଅନ୍ୟ ବହୁତ ସୂଚନା ହାସଲ କରିବେ । ଆସନ୍ତୁ ଜାଣିବା ସେହି ସମସ୍ତ ପ୍ରଶ୍ନ ବିଷୟରେ ।

·    ଆପଣଙ୍କୁ ଆପଣଙ୍କ ବିଲଡିଙ୍ଗ ସଂଖ୍ୟା, ନଗର କିମ୍ବା ସ୍ଥାନୀୟ ପ୍ରାଧିକରଣ କିମ୍ବା ଅନ୍ୟ ଜନଗଣନା ସଂଖ୍ୟା ପଚରାଯିବ ।

·    ଆପଣଙ୍କୁ ଆପଣଙ୍କ ହାଉସ ନମ୍ବର ପଚାରାଯିବ ।

·    ଆପଣଙ୍କ ଘରର ଛାତ, କାନ୍ଥ ଓ ସିଲିଙ୍ଗରେ ମୁଖ୍ୟ ରୂପରେ ବ୍ୟବହାର କରାଯାଇଥିବା ମ୍ୟାଟେରିୟାଲ ବିଷୟରେ ପ୍ରଶ୍ନ କରାଯିବ ।

·    ଆପଣଙ୍କୁ ଆପଣଙ୍କ ଘରର ବ୍ୟବହାରର ଉଦ୍ଦେଶ୍ୟ ବିଷୟରେ ବି ପଚରାଯିବ ।

·    ଆପଣଙ୍କ ଘରର ଅବସ୍ଥା କିପରି ଅଛି ସେହି ବିଷୟରେ ବି ପ୍ରଶ୍ନ କରାଯିବ ।

·    ଏହା ସହିତ ଆପଣଙ୍କୁ ଆପଣ ହାଉସହୋଲ୍ଡ ନମ୍ବର ପଚରାଯିବ ।

·    ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କ ବିଷୟରେ ବି ପ୍ରଶ୍ନ କରାଯିବ ।

·    ଆପଣଙ୍କୁ ଘରର ମୁଖିଆଙ୍କ ବିଷୟରେ ବି ପ୍ରଶ୍ନ କରାଯିବ ।

·    ଆପଣଙ୍କ ଜାତି ବିଷୟରେ ବି ପ୍ରଶ୍ନ କରାଯିବ ।

·    ଆପଣଙ୍କ ଘରର ମାଲିକାନା ବିଷୟରେ ବି ପ୍ରଶ୍ନ କରାଯିବ ।

·    ଆପଣଙ୍କ ଘରେ କେତେ ଜଣ ବିବାହିତ ଯୋଡି ଅଛନ୍ତି ।

·    ଆପଣଙ୍କ ଘରର ପାଣିର ମୁଖ୍ୟ ସ୍ରୋତ କଣ ଅଟେ ।

·    ଘରର ପାଣିର ସମୟର ସ୍ଥିତି କଣ ଅଟେ ।

·    ଆପଣଙ୍କ ଘରେ ଶୌଚାଳୟ ଅଛି ନା ନାହିଁ ।

·    ଆପଣଙ୍କ ଘରର ଶୌଚାଳୟ କେଉଁ ଭଳି ଅଟେ ।

·    ଆପଣଙ୍କ ଘରର ଡ୍ରେନେଜ ସିସ୍ଟମ କେମିତି ଅଟେ ।

·    ଆପଣଙ୍କୁ ରୋଷେଇ ଘର ସମ୍ବନ୍ଧିତ ପ୍ରଶ୍ନ ବି କରାଯିବ ।

·    ଆପଣ ଗ୍ୟାସ ବିଷୟରେ ବି ପ୍ରଶ୍ନ କରାଯିବ ।

·    ଆପଣଙ୍କ ଘରେ ଟିଭି, ରେଡିଓ ଓ ଇଣ୍ଟରନେଟର କନେକ୍ସନ ବିଷୟରେ ବି ପ୍ରଶ୍ନ କରାଯିବ ।

·    ଆପଣଙ୍କ ପାଖରେ ଲ୍ୟାପଟପ କିମ୍ବା କମ୍ପ୍ୟୁଟର ଅଛି ନା ନାହିଁ ।

·    ଆପଣଙ୍କ ଘରେ କେତୋଟି ଟେଲିଫୋନ ଓ କମ୍ପ୍ୟୁଟର ଅଛି ।

·    ଆପଣଙ୍କୁ ଗାଡି ସମ୍ବନ୍ଧିତ ପ୍ରଶ୍ନ ବି କରାଯିବ ।

·    ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର ବି ପଚରାଯିବ ।