June 17 ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠ ପଢା, ପ୍ରତିଦିନ ହେବ ୪ ଟି ପିରିୟଡ଼, ପଢନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀ ଭାରତ ରେ ଅଧିକ ମାତ୍ରାରେ ନିଜର କାୟା ବିସ୍ତାର କରିଚାଲିଛି । କରୋନା ଭୁତାଣୁ ଅଧିକ ସଂକ୍ରମଣ ନ ହେବା ପାଇଁ ଦେଶ ର ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି ।

ଏହି ଲକଡାଉନ ରେ ସମସ୍ତ ଦୋକାନ ବଜାର ବ୍ୟତୀତ ଧାର୍ମିକ ଅନୁଷ୍ଠାନ ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ହୋଇ ରହିଛି । ପ୍ରାୟ ଦେଢ଼ ବର୍ଷ ହେବ ସ୍କୁଲ କଲେଜ ଖୋଲି ନାହିଁ । ଏହା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ର ପାଠ ପଢା ରେ ବ୍ୟାଘାତ ସୃଷ୍ଟି ହେଉଛି । ତେବେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ର ପାଠ ପଢା ଆରମ୍ଭ ହେବାକୁ ଯାଉଛି । ଦୈନିକ ୪ଟି ପିରିୟଡ଼ ରେ ପିଲାଙ୍କୁ ପାଠ ପଢ଼ାଯିବାର ବ୍ୟବସ୍ଥା କରାଯାଉଛି ।

ଆସନ୍ତା ୧୭ ତାରିଖ ଠାରୁ ନବମ ଓ ଦଶମ ଶ୍ରେଣୀ ର ପାଠ ପଢା ୟୁ ଟ୍ୟୁବ ଲାଇଭ ଜରିଆ ରେ ୧୦:୪୫ ରୁ ଦିନ ୧ ଟା ପର୍ଯ୍ୟନ୍ତ କ୍ଳାସ କରାଯିବ । ପ୍ରତିଦିନ ୪ଟି ପିରିୟଡ଼ ରେ ପାଠ ପଢା କରାଯିବ । ଗୋଟିଏ ପିରିୟଡ଼ ୩୦ ଘଣ୍ଟା ର ରହିବ । ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ପରି ଭାଵରେ କ୍ଳାସ କରାଯିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟ ରୁ ସପ୍ତାହ କୁ ୨୦ଟି ପିରିୟଡ଼ ରେ ପାଠ ପଢା ଯିବ । ତେବେ ପାଠ ପଢା ପାଇଁ ସମସ୍ତ ଜିଲ୍ଲା ର ଶିକ୍ଷା ଅଧିକାରୀ ମାନେ ନିଜ ଅଞ୍ଚଳ ରେ ଆନୁସଙ୍ଗିକ ବ୍ୟବସ୍ଥା କରିବେ ।

କରୋନା କାଳ ରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ତେଣୁ ଏହି ସମୟ ରେ ପିଲାଙ୍କୁ ଘରେ ରହି ପାଠ ପଢିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଅନଲାଇନ ମାଧ୍ୟମରେ ସଂଖ୍ୟାଧିକ ପିଲାଙ୍କ ପାଖରେ ପହଁଚିବୁ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜ ପ୍ରତିକ୍ରିୟା ରେ କହିଛନ୍ତି ।

ସେହିପରି ଜୁନ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ମାଟ୍ରିକ ମୂଲ୍ୟାୟନ ବର୍ତ୍ତମାନ ଜୋରଦାର ଚାଲିଛି । ଯୁକ୍ତ ୨ କମିଟି ରିପୋର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।