କୁମ୍ଭ ରାଶି (Aquarius) ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଗୁପ୍ତ କଥା, ଆପଣଙ୍କର କୁମ୍ଭ ରାଶି ହୋଇଥିଲେ ନିହାତି ଜାଣି ରଖନ୍ତୁ ଏହିସବୁ କଥା

ଜ୍ଯୋତିଷ ଅନୁସାରେ କୁମ୍ଭ ରାଶିକୁ ତୁନି ଭାଗରେ ବିଭକ୍ତ କରାଯାଇଛି । ଯଥା:- ୨୩/୧୧ ଧନିଷ୍ଠା ନକ୍ଷତ୍ର, ୨୪/୨୧ ଶତଭିସା ନକ୍ଷତ୍ର ଓ ୨୫/୧୧ ପୂର୍ବଭାତ୍ରା ନକ୍ଷତ୍ର । ୨୩/୧୧ ଧନିଷ୍ଠ ନକ୍ଷତ୍ର ଦାନବଗଣ ଅଟନ୍ତି ଓ ନାନା ପ୍ରକାରର ଦେବାଦେବୀଙ୍କ ପୂଜାରେ ଆଗ୍ରହୀ ହୋଇଥାନ୍ତି । ଦ୍ଵିତୀୟରେ ୨୪/୧୧ ଶତଭିସା ନକ୍ଷତ୍ର କୁମ୍ଭ ରାଶି ଏମାନେ ମଧ୍ୟ ଦାନବଗଣ ଅଟନ୍ତି ଓ ନାନାଦି ଦେବାଦେବୀ ପୂଜାରେ ଆଗ୍ରହୀ ହୋଇଥାନ୍ତି । ୨୫/୧୧ ପୂର୍ବଭାତ୍ରା ନକ୍ଷତ୍ର କୁମ୍ଭ ରାଶିମାନେ ମାନବଗଣ ଅଟନ୍ତି ଓ ରାଜସୁଖ ଭୋଗରେ ଆଗ୍ରହୀ ହୋଇଥାନ୍ତି ।

ସୋମବାର, ମଙ୍ଗଳବାର, ଶୁକ୍ରବାର ଓ ଶନିବାର ଏମାନଙ୍କ ପାଇଁ ଶୁଭବାର ହୋଇଥାଏ ଓ ୨, ୩, ୬ ଓ ୯ ଏମାନଙ୍କର ଶୁଭସଂଖ୍ୟା । ବୃଷ, ମିଥୁନ, କନ୍ୟା, ତୁଳା, ମକର ଏବଂ କୁମ୍ଭ ଆଦି ରାଶି ମାନଙ୍କର ବ୍ୟକ୍ତି ଉତ୍ତମ ଫଳ ପ୍ରଦାନ କରିଥାନ୍ତି । କଳା ରଙ୍ଗ, ବାଇଗଣି, ନୀଳ ଏବଂ ସବୁଜ ରଙ୍ଗ ଏମାନଙ୍କ ଶୁଭ ହୋଇଥାଏ । ପଶ୍ଚିମ ଦିଗ ଏମାନଙ୍କ ପାଇଁ ଶୁଭ ହୋଇଥାଏ ଓ ଗୁରୁବାର ଘାତବାର ହୋଇଥାଏ ।

ଶନି ଗ୍ରହ ଶାନ୍ତି ପାଇଁ ଶନିବାର ଦିନ ଲୁହା ଓ ସୀସା ପୂଜା କରି ପିନ୍ଧିବା ଦ୍ଵାରା ଏବଂ ହନୁମାନଙ୍କର ପୂଜା କରିବା ସହ ପ୍ରଦଶ ବ୍ରତ ପାଳନ କଲେ ଗ୍ରହ ଶାନ୍ତି ହୋଇଥାଏ । ଶନିଦେବ ଏହି ରାଶିର ଅଧିପତି ହୋଇଥିବାରୁ ଶନି ମନ୍ଦିର ଯିବା ଦ୍ଵାରା ଓ ହନୁମାନଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ।

କୁମ୍ଭ ରାଶିର ବ୍ୟକ୍ତି ସ୍ଵଭାବରେ ଶାନ୍ତ, ଗମ୍ଭୀର, ଚିନ୍ତାଶୀଳ, ବୁଦ୍ଧିମତୀ, କଳାପ୍ରେମୀ ହେବା ସହ ଅଳ୍ପ ଶୋଇଥାନ୍ତି ମଧ୍ୟ । ଏମାନେ ଅଳ୍ପ ବିଶ୍ଵାସୀ, କପଟୀ, ଏକଜିଦିଆ, ଜୀବନର ଶେଷ ଭାଗକୁ ଆଧ୍ୟାତ୍ମିକ ପ୍ରତି ଆଗ୍ରହୀ ଓ ରାଜନୀତି ପ୍ରତି ଆଗ୍ରହୀ ହୋଇଥାନ୍ତି । ଏମାନଙ୍କୁ ଜୀବନରେ ଜଙ୍ଘ ରୋଗ, ଦାନ୍ତ ରୋଗ, ରକ୍ତଚାପ, ପେଟରୋଗ, ଚର୍ମରୋଗ। ମ୍ୟାଲେରିଆ ରୋଗ, ହାତରେ ଆଘାତ ଲାଗିବା ଏବଂ ବାତରୋଗ ଭଳି ରୋଗର ସାମ୍ନା କରିବାକୁ ପଡିଥାଏ ।

କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, କବି, ଯନ୍ତ୍ରପାତି ବ୍ୟବସାୟ, ସିମେଣ୍ଟ ଏବଂ ଖଣିଜ ପଦାର୍ଥ ବ୍ୟବସାୟରେ ଶୁଭଫଳ ପ୍ରାପ୍ତ ହୋଇଥାଏ । ଏମାନଙ୍କୁ ଜୀବନରେ ଆଦୌ ବିଶ୍ରାମ ମିଳେନାହିଁ ଓ କିଛି ବନ୍ଧୁଙ୍କ ସହଯୋଗ ସର୍ବଦା ସହାୟକ ହୋଇଥାଏ । କିନ୍ତୁ କିଛି ବନ୍ଧୁ ହଠାତ କିଛି ସମସ୍ଯା ସୃଷ୍ଟି କରିଥାନ୍ତି । ଛାତ୍ରଛାତ୍ରୀମାନେ ପଢା କ୍ଷେତ୍ରରେ ଭଲ ରେଜଲ୍ଟ ଆଣିଥାନ୍ତି ।

ଏମାନଙ୍କ ଚଞ୍ଚଳ ପ୍ରକୃତି ଓ ଉତ୍ତମ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଠ କରିଥାଏ ଓ ପଶୁପାଳନରେ ମଧ୍ୟ ଏମାନେ ଆଗ୍ରହୀ ହୋଇଥାନ୍ତି । ଲେଖକ, ହସ୍ତକଳା, ନୃତ୍ୟ ଆଦି କଳାରେ ଏମାନେ ସମ୍ମାନ ଅର୍ଜନ କରନ୍ତି । ଦୈବୀଶକ୍ତିର ଆଶୀର୍ବାଦ ହେତୁ ଜୀବନରେ ସେତେଟା ଧନର ଅଭାବ ଦେଖା ଦେବନାହିଁ । ଆୟ ଅନୁସାରେ ଖର୍ଚ୍ଚୀ ସ୍ଵଭାବର ହୋଇଥାନ୍ତି । କିନ୍ତୁ ମିଛ କହିବା, ଠକିବା ଓ ପରଧନର ଯୋଗ ନାହିଁ ।

ଧଳା ଓ ନୀଳ ରଙ୍ଗ ଏମାନଙ୍କୁ ପ୍ରିୟ ହୋଇଥାଏ ଏବଂ ନିଜ ବଚନକୁ ସର୍ବଦା ରକ୍ଷା କରିବାକୁ ଏମାନେ ତତ୍ପର ରହିଥାନ୍ତି । ଠିକ ସମୟରେ ଉପଦେଶ ଏମାନଙ୍କୁ ପିତା ପରି ଲାଗିଥାଏ । ୨୨ରୁ ୪୨ ବର୍ଷ ମଧ୍ୟରେ ଜମିବାଡି କ୍ରୟ, ସନ୍ତାନଭୋଗ, ବାଣିଜ୍ୟରେ ଉନ୍ନତି, ମାନ ପ୍ରତିଷ୍ଠା ଓ ମନ ମୁତାବକ ଚାକିରି ଶନିଦେବଙ୍କ କୃପାରୁ ଲାଭ ହୋଇଥାଏ ।

୪୦ରୁ ୪୪ ବର୍ଷ ମଧ୍ୟରେ କିଛି ଶାରୀରିକ ଆଘାତ ଯଥା କାନ୍ଧ ଓ ଅଣ୍ଟାରେ କୌଣସି ସମସ୍ଯା ଦେଖା ଦେଇପାରେ । ଜୀବନରେ ଉନ୍ନତି ପାଇଁ ଜୀବନସାଥିଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ । କୁସଙ୍ଗ ଦୃଷ୍ଟିରୁ ବୃଷ, କନ୍ୟା ଓ ମକର ରାଶିର ଲୋକ ଆପଣଙ୍କ ପାଇଁ ଅଶୁଭ ଅଟନ୍ତି ।

ହଳଦିଆ ରଙ୍ଗ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ଓ ୪୨ ବର୍ଷ ଠାରୁ ଜୀବନରେ ଅଧିକ ସୁଖର ଆଗମନ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।