ଏଥିରୁ ମାତ୍ର 2 ବୁନ୍ଦା କାନରେ ପକେଇ ଦିଅନ୍ତୁ, ବିନା କୌଣସି ସମସ୍ୟାରେ କାନର ସବୁ ମଇଳା ଅତି ସହଜରେ ବାହାରିଯିବ (Remove Waxes)

କାନରେ ମଇଳା ଜମିବା ଏକ ସାଧାରଣ ସମସ୍ଯା ଅଟେ । କିନ୍ତୁ ଏହାଦ୍ଵାରା ମଧ୍ୟ କେତେକ ସମସ୍ଯା ଦେଖା ଦେଇଥାଏ ଓ ଅନ୍ୟମାନେ ମଧ୍ୟ ଏହା ଦେଖିଲେ ଘୃଣା କରିଥାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି କାନରେ ମଇଳା ଜମିବା ଭଲ କଥା ଅଟେ । କିନ୍ତୁ ଏହା ସଫା କରିବା ମଧ୍ୟ ନିହାତି ଆବଶ୍ୟକ ହୋଇଥାଏ । କାନ ସଫା କରିବାକୁ ଅନେକ ଲୋକ ଭୁଲ ଉପାୟ କରିଥାନ୍ତି ଯାହା କାନ ପ୍ରତି ବିପଦଜନକ ହୋଇଥାଏ । ଆଜି ଆମେ ଆପଣଙ୍କୁ କାନ ସଫା କରିବାର କେତେକ ସହଜ ଉପାୟ ଶିଖାଇବୁ ।

କାନ ସଫା କରିବା ପାଇଁ କାନରେ ଦୁଇରୁ ତିନି ବୁନ୍ଦା ବାଦାମ ତେଲ ପକାନ୍ତୁ ଓ ମୁଣ୍ଡକୁ ଅଣାଇ ରଖନ୍ତୁ । ଏହାଦ୍ବାରା ଆପଣଙ୍କ କାନରେ ଥିବା ମଇଳା ନରମ ହୋଇଯିବେ ଓ ଆପଣ ଏହାକୁ ସହଜରେ ବାହାର କରିପାରିବେ । କାନ ସଫା କରିବାର ଆଉ ଏକ ସର୍ବୋତ୍ତମ ଉପାୟ ହେଉଛି ହାଇଡ୍ରୋଜେନ ପେରେକ୍ସାଇଡ । ଏକ ଚାମୁଚ ପାଣି ନେଇ ସେଥିରେ ଦୁଇ ବୁନ୍ଦା ହାଇଡ୍ରୋଜେନ ପେରେକ୍ସାଇଡ ପକାନ୍ତୁ ଓ ଏହାକୁ ଏକ ତୁଳା ସାହାଯ୍ୟରେ ଆପଣଙ୍କ କାନ ଭିତରେ ପକାନ୍ତୁ ।

ଏହାଦ୍ବାରା ଆପଣଙ୍କ କାନରେ ଥିବା ମଇଳା ବାହାରକୁ ବାହାରି ଆସିବ । ଏହାକୁ ଏକ ସଫା ତୁଳା ସାହାଯ୍ୟରେ ପୋଛି ସଫା କରି ଦିଅନ୍ତୁ । ଗୋଟିଏ କାନ ସଫା କରିବା ପରେ ହିଁ ଅନ୍ୟ କାନ ଟିକୁ ସଫା କରନ୍ତୁ । ତେବେ ଅତ୍ୟଧିକ ହାଇଡ୍ରୋଜେନ ପେରେକ୍ସାଇଡର ବ୍ୟବହାର ଆପଣଙ୍କ କାନ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ସେଥିପାଇଁ ଏହାକୁ ବ୍ୟବହାର କରିବା ପୂର୍ବରୁ ସର୍ବଦା ମେଡ଼ିସିନ ଷ୍ଟୋର କିମ୍ବା କୌଣସି ଅଭିଜ୍ଞ ବ୍ୟକ୍ତିଙ୍କୁ ପଚାରନ୍ତୁ ଓ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ବ୍ୟବହାର କରନ୍ତୁ ।

ଏହା ବ୍ଯତୀତ ସୋରିଷ ତେଲ ମଧ୍ୟ ଆପଣଙ୍କ କାନ ସଫା କରିବାରେ ଖୁବ ଉପାଦେୟ ଅଟେ । ସୋରିଷ ତେଲକୁ ଅଳ୍ପ ଗରମ କରି ଏକ ତୁଳା ସାହାଯ୍ୟରେ ଦୁଇରୁ ତିନି ବୁନ୍ଦା କାନରେ ପକାଇ ଦିଅନ୍ତୁ ଓ ତୁଳା ସାହାଯ୍ୟରେ କାନକୁ ଢାଙ୍କି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କାନରେ ଜମା ହୋଇଥିବା ମଇଳା ଫୁଲିଯିବ ଓ ଏକ ଇୟର ବଡ୍ ସାହାଯ୍ୟରେ ଆପଣ ଏହାକୁ ସହଜରେ ସଫା କରିପାରିବେ । ଇୟର ବଡ୍ ର ବ୍ୟବହାର କରୁଥିବା ବେଳେ ମଧ୍ୟ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ ଅଟେ ।

ଆପଣ ଏହିପରି ରାତିରେ କାନରେ ତେଲ ପକାଇ ଶୋଇଯିବେ ଓ ସକାଳେ ଉଠି ମଧ୍ୟ ଏହାକୁ ସଫା କରିପାରିବେ । ଏହା ସାମାନ୍ଯ ଧୀର ଉପାୟ ହେଲେ ମଧ୍ୟ ଖୁବ୍ ପ୍ରଭାବଶାଳୀ । ଏହି ଉପାୟରେ କାନ ସଫା କରିବା ଦ୍ଵାର ଆପଣଙ୍କୁ କୌଣସି କ୍ଷତି ମଧ୍ୟ ହେବନାହିଁ । ମାସରେ ଥରେ ନିଜ କାନକୁ ଅବଶ୍ୟ ସଫା କରନ୍ତୁ । ଏହାଦ୍ବାରା ଆପଣଙ୍କ କାନ ସଫା ରହିବା ସହ ଶୁଣିବା କ୍ଷମତା ମଧ୍ୟ ଭଲ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।