ଚାଇନିଜ ଆପ ଗୁଡିକ ବ୍ୟାନ ପରେ, ଭାରତକୁ ଚୀନ ଦେଲା ଏହି ଧମକ!

ଗ୍ଲୋବାଲ ଟାଇମ୍ସ ରିପୋର୍ଟ କହିଛି ଯେ ଦେଶରେ ବଢୁଥିବା ଜାତୀୟତାବାଦର ଚାପ ଯୋଗୁଁ ମୋଦୀ ସରକାର ଏହି ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଚୀନ୍‌ର ଅଫିସିଆଲ୍ ଖବରକାଗଜ ଅନୁସାରେ ବିବେଚିତ ହୋଇଥିବା ଗ୍ଲୋବାଲ୍ ଟାଇମ୍ସ ଲେଖିଛି ଯେ ଏଭଳି ପଦକ୍ଷେପ ହେତୁ ଭାରତ ଚୀନ୍ ସହିତ ବାଣିଜ୍ୟ ଯୁଦ୍ଧକୁ ଅଣଦେଖା କରିବା ଉଚିତ୍ ନୁହେଁ । ଖବରକାଗଜ ଲେଖିଛି ଯେ ଚାଇନାର କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କୌଣସି ବଡ କ୍ଷତି ଚୀନ ପାଇଁ ହୋଇପାରିବ ନାହିଁ ।

ଖବରକାଗଜ ଅନୁଯାୟୀ ଉଭୟ ଦେଶ ସୀମାରେ ଏପରି ଘଟଣା କେହି ମଧ୍ୟ ଆଗରୁ କେବେ ଦେଖିନଥିଲେ । ଟିକଟକ, ହେଲୋ, ବିଗୋ, ଭଳି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଚୀନ୍ ଭାରତ କୁ ଧମକ ଦେଇଛି । ଆସନ୍ତୁ ଜାଣିବା ଚୀନ୍ କ’ଣ କହିଛି । 59 ଟି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତି ଉପରେ ଚୀନ୍ ତୀବ୍ର ପ୍ରତିକ୍ରିୟା ରଖିଛି ।

ଚୀନ ଦୟାରେ ଭାରତୀୟ ମାନେ ପ୍ରତିପାଳିତ ହେଉଥିଲେ ! ଚୀନ ସାମଗ୍ରୀ ବର୍ଜ୍ଜନ ର ମୂଲ୍ୟ ଆଗକୁ ଭାରତୀୟ ମାନଙ୍କୁ ଭୋଗିବାକୁ ପଡ଼ିବ ! ଚୀନ ର ଆପ ଗୁଡିକ ଭାରତର ବହୁତ କାମରେ ଆସୁଥିଲା କିନ୍ତୁ ଏଗୁଡିକ ବ୍ୟାନ କରିବା ଦ୍ୱାରା ଭାରତର ଜନସାଧାରଣ ଖାସ କରି ବେରୋଜଗାର ଲୋକେ ବହୁତ ଅସୁବିଧାରେ ପଡ଼ିବେ । ତେଣୁ ଭାରତ ଦିନେ ନେହୁରା ହେବ ଏହି ଆପ ଗୁଡିକର ପୁନଃ ସ୍ଥାପନ ପାଇଁ । ଏହି କଥା କହିଛି ଚୀନ ମିଡ଼ିଆ ପତ୍ରିକା ଗ୍ଲୋବାଲ ଟାଇମସ ।

ଚୀନ୍ ଖବରକାଗଜ ଲେଖିଛି ଯେ ସୀମା ସଂଘର୍ଷ ପରେ ଚୀନ୍ ଭାରତ ସରକାର ଙ୍କ ସହ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ପାଇଁ ଶାନ୍ତି ପ୍ରୟାସ କରୁଛି । ଏହା ଉଭୟ ଦେଶ ପାଇଁ ଲାଭଦାୟକ ଅଟେ । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଭାରତୀୟଙ୍କ ମଧ୍ୟରେ ବଢୁଥିବା ଜାତୀୟତା ବାଦ ପ୍ରେମ ବଢିବାରେ ଲାଗିଛି । ଚୀନ ସାମଗ୍ରୀ ବିକ୍ରି ରୋକିବାରେ ମୋଦୀ ସରକାର ବିଫଳ ହୋଇଛନ୍ତି ହେଲେ ନିକଟରେ ଚୀନ ମୋବାଇଲ କୁ ବ୍ୟାନ କରି ଚାଇନା ମୁହଁ ରେ ଶକ୍ତ ଚାପୁଡ଼ା ଦେଇଛନ୍ତି ଭାରତ ସରକାର ।

2017 ର ଡୋକଲାମ ବିବାଦ ବିଷୟରେ ଉଲ୍ଲେଖ କରି ଚାଇନାର ଖବରକାଗଜ ଲେଖିଛି ଯେ ଗତ କିଛି ବର୍ଷ ମଧ୍ୟରେ ଚୀନ -ହିନ୍ଦୁସ୍ତାନ ସୀମାରେ କିଛି ବିବାଦ ଦେଖାଦେଇଥିଲା । କିନ୍ତୁ ବାଣିଜ୍ୟ ଯୁଦ୍ଧ ଉଭୟ ଦେଶ ପାଇଁ ଅସାଧାରଣ ଥିଲା । 2017 ର ଡୋକଲାମ ବିବାଦ ସମୟରେ ମଧ୍ୟ ସଙ୍କଟ ପରେ ଦ୍ୱିପାକ୍ଷିକ ବାଣିଜ୍ୟ ଆରମ୍ଭ ହୋଇଥିବାରୁ ଭାରତର ଆର୍ଥିକ କ୍ଷତି ସୀମିତ ଥିଲା । କିନ୍ତୁ ଏଥର କରୋନା ସେମିତିରେ ଚୀନ ର ଆର୍ଥିକ ବ୍ୟବସ୍ତା ଖରାପ କରି ରଖିଛି ।

ଏପଟେ ଭାରତର ଚାଇନିଜ ସାମଗ୍ରୀ ବର୍ଜନ ଚୀନ କୁ ହୀନସ୍ତା ରେ ପକାଇ ଦେବ । ଭାରତ ଏବେ ଚାଇନା ନିର୍ମିତ ମୋବାଇଲ ଆପ ଗୁଡିକ ଭାରତରେ ବନ୍ଦ କରିଛି । ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ଚାଇନିଜ ଆପର ନିଷେଧାଦେଶରେ ଚୀନ୍ କମ୍ପାନୀଗୁଡିକ କ୍ଷତିଗ୍ରସ୍ତ ହେବେ ବୋଲି ଅସ୍ୱୀକାର କରାଯାଇପାରିବ ନାହିଁ, କିନ୍ତୁ ଯଦି ଆମେ ବଡ଼ ଚିତ୍ରକୁ ଦେଖିବା ତେବେ ଏହା ସ୍ପଷ୍ଟ ଯେ ଭାରତ ଚୀନ୍‌ର ବୃହତ ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ସ୍ଥିତିରେ ନାହିଁ । କାରଣ ଏହି ଆପ ଗୁଡିକରେ ଯେତିକି ଟଙ୍କା ଚୀନ ରୋଜଗାର କରୁଥିଲା ତାହା ବହୁତ କମ ଥିଲା ।