ଆପଣଙ୍କୁ ରାତାରାତି ଧନୀ କରିଦେବ ଝିଟିପିଟି, ଦେଖିବା ମାତ୍ରେ କରିଦିଅନ୍ତୁ କେବଳ ଏହି ସହଜିଆ ଉପାୟ, ଘରେ ଧନର ବର୍ଷା ହେବ (Vastu Upchar)

ଘରେ ଝିଟିପିଟି ଦେଖିବା ଆମେ ଏକ ସାଧାରଣ ବିଷୟ ବୋଇ ଭାବିଥାଉ । କିନ୍ତୁ ପ୍ରତ୍ଯେକ ଜୀବଜନ୍ତୁ ଓ ମନୁଷ୍ୟଙ୍କ ମଧ୍ୟରେ ପ୍ରକୃତିର ଏକ ଅଲଗା ସମ୍ବନ୍ଧ ରହିଛି । ଯାହାକି ବହୁତ କମ୍ ଲୋକ ଜାଣିଥାନ୍ତି । ଶାସ୍ତ୍ର ଅଶନୁଆରେ ଝିଟିପିଟି ଏକ ସାମାନ୍ଯ ପ୍ରାଣୀ ହେଲେ ମଧ୍ୟ ମନୁଷ୍ୟ ଜୀବନରେ ଅନେକ ଉପକାର କରିଥାଏ । ମଣିଷକୁ ରାତାରାତି ଧନୀ କରି ଦେଇପାରେ ଏହି ଛୋଟିଆ ଜୀବ । ତେବେ ଚାଲନ୍ତୁ ଜାଣିବା ଝିଟିପିଟି କିପରି ଆପଣଙ୍କୁ ଧନୀ କରିବ ।

ଝିଟିପିଟି ଘରର କାନ୍ଥରୁ ଆମ ଶରୀରର କୌଣସି ଅଙ୍ଗରେ ଖସି ପଡିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ସେହିପରି ଦୀପାବଳି ଦିନ ଝିଟିପିଟି ଦେଖିବା ଶୁଭ ବୋଲି ମାନାଯାଏ । ତେବେ ଝିଟିପିଟି ଦେଖିବା ପରେ କିଛି ଉପାୟ ରହିଛି, ଯାହା କରିବା ଦ୍ଵାରା ଆପଙ୍କ ଘରେ ଧନର ବର୍ଷା ହେବ । ଯଦି ଆପଣ ସନ୍ଧ୍ଯା ସମୟରେ ଠାକୁର ପୂଜା ବେଳେ ଝିଟିପିଟି ଦେଖୁଛନ୍ତି ତେବେ ତା’ ଉପରେ କିଛି ସିନ୍ଦୂର ଓ ଅରୁଆ ଚାଉଳ ପକାଇ ଦିଅନ୍ତୁ ।

ଯଦି ଆପଣଙ୍କର କିଛି ମନସ୍କାମନା ରହିଛି ଯାହା ପୂରଣ ହୋଇପାରୁନି ତେବେ ଝିଟିପିଟିକୁ ପୂଜା କରିବା ଦ୍ଵାରା ତାହା ପୂର୍ଣ୍ଣ ହୋଇଥାଏ । କିନ୍ତୁ ଘରସଫା କରିବା ସମୟରେ ଝିଟିପିଟି ଦେଖିଭା ଅତ୍ୟନ୍ତ ଅଶୁଭ ସଙ୍କେତ ହୋଇଥାଏ । ଯଦି ଆପଣଙ୍କ ହାତରେ ଅଜାଣତରେ କୌଣସି ଝିଟିପିଟି ମରିଯାଉଛି ତେବେ ତାକୁ ନେଇ ତୁରନ୍ତ ମାଟିରେ ପୋତିଦେବା ଦ୍ଵାରା ଅଶୁଭ ଖଣ୍ଡନ ହୋଇଥାଏ ।

ଏପରି କରିବା ଦ୍ଵାରା ଆପଣ ଜୀବହତ୍ୟା ଦୋଷରୁ ମୁକ୍ତି ପାଇପାରିବେ । ଖାଇବା ବେଳେ ଝିଟିପିଟି ଶବ୍ଦ ଶୁଣିବା ଶୁଭ ହୋଇଥାଏ । ଏହା ଘରକୁ ଧନ ଆଗମନର ସଙ୍କେତ ଅଟେ । ଯଦି ଆପଣ ଗୋଟିଏ ସ୍ଥାନରେ ଏକାଧିକ ଝିଟିପିଟି ଥିବା ଦେଖନ୍ତି ତେବେ କୌଣସି ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କ ଭେଟ ହୋଇପାରେ ।

ସ୍ଵପ୍ନରେ ଝିଟିପିଟି ମରିବା ଦେଖିବା ଅତ୍ୟନ୍ତ ଅଶୁଭ ବୋଲି ମାନାଯାଏ । ଯଦି କେବେ ଆପଣଙ୍କ ହାତ କିମ୍ବା ମୁଣ୍ଡରେ ଝିଟିପିଟି ଖସି ପଡେ ତେବେ ଜୀବନରେ ମାନସମ୍ମାନ ପାଇବା ସହ ଧନସମ୍ପତ୍ତିର ଆଗମନ ହେବାର ସଙ୍କେତ ହୋଇଥାଏ । ଯଦି ଆପଣ ଖାଇବା ବେଳେ ଝିଟିପିଟି ଆପଣଙ୍କ ଗୋଡ ପାଖକୁ ଆସେ ତେବେ ଏହା ସଙ୍କେତ ଯେ ଆପଣ କୌଣସି ରୋଗରେ ପଡ଼ିପାରନ୍ତି ।

ଆପଣ କଥା ହେଉଥିବା ବେଳେ ଝିଟିପିଟି ଶବ୍ଦ କରିବାର ଅର୍ଥ ଆପଣଙ୍କ କଥା ସତ ହେବ । ଝିଟିପିଟି ଯଦି ଆପଣଙ୍କ ଦକ୍ଷିଣ କାନ୍ଧରେ ଖସିପଡେ ତେବେ ଦାମିକା ଦ୍ରବ୍ୟ କିମ୍ବା ଅଳଙ୍କାର ପ୍ରାପ୍ତି ହେବାର ସଙ୍କେତ ଅଟେ । ଆଉ ଯଦି ବାମ କାନ୍ଧରେ ଖସିପଡେ ତେବେ ଆୟୁଷ ବୃଦ୍ଧି ହୁଏ ।

ପୂଜା କରିବା ବେଳେ ଝିଟିପିଟି ଦେଖିଲେ ତା’ ଉପରେ ଗଙ୍ଗାଜଳ ଛିଞ୍ଚି ମା’ ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ, ଦେଖିବେ ଆପଣଙ୍କର ସବୁ କାର୍ଯ୍ୟ ପୂରଣ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।